ETV Bharat / bharat

ବିଶ୍ବ ମହାମାରୀ ପାଇଁ ଚୀନ୍‌କୁ ଉତ୍ତରଦାୟୀ କରାଯାଇ ପାରିବ କି ?

ବିଶ୍ବ ମହାମାରୀ ପାଇଁ ଚୀନ୍‌କୁ ଉତ୍ତରଦାୟୀ କରାଯାଇ ପାରିବ କି ? ଏହି ପ୍ରଶ୍ନ ସଂପର୍କରେ, ପାକିସ୍ତାନ ଓ ଚୀନ୍‌କୁ ଭାରତର ପୂର୍ବତନ ରାଷ୍ଟ୍ରଦୂତ ଏବଂ ଓଲା କମ୍ପାନୀର ବରିଷ୍ଠ ପରାମର୍ଶଦାତା ଗୌତମ ବାମ୍ବାୱାଲେ, ‘ଦି ହିନ୍ଦୁ’ର ବରିଷ୍ଠ ସାମ୍ବାଦିକ ଏବଂ ବ୍ରୁକିଙ୍ଗ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଫେଲୋ ଅନନ୍ତ କ୍ରିଷ୍ଣନ୍‌ ଏବଂ ଈଟିଭି ଭାରତର ଉପ ବାର୍ତ୍ତା ସଂପାଦକ କ୍ରିଷ୍ଣାନନ୍ଦ ତ୍ରିପାଠୀଙ୍କ ସହିତ ଆଲୋଚନା କରିଥିଲେ ବରିଷ୍ଠ ସାମ୍ବାଦିକା ସ୍ମିତା ଶର୍ମା । ଆସନ୍ତୁ ଶୁଣିବା ଏହି ଏକ୍‌ସକ୍ଲୁସିଭ ବାର୍ତ୍ତାଳାପ ।

ବିଶ୍ବ ମହାମାରୀ ପାଇଁ ଚୀନ୍‌କୁ ଉତ୍ତରଦାୟୀ କରାଯାଇ ପାରିବ କି ?
ବିଶ୍ବ ମହାମାରୀ ପାଇଁ ଚୀନ୍‌କୁ ଉତ୍ତରଦାୟୀ କରାଯାଇ ପାରିବ କି ?
author img

By

Published : Apr 28, 2020, 3:48 PM IST

ନିକଟରେ ଭାରତ ଘୋଷଣା କରିଛି ଯେ, ଏହାର ସ୍ଥଳସୀମାକୁ ଲାଗି ରହିଥିବା କୌଣସି ଦେଶ ଭାରତରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (FDI) କରିବା ପୂର୍ବରୁ ସରକାରଙ୍କ ଅନୁମୋଦନ ହାସଲ କରିବାକୁ ପଡ଼ିବ ଏବଂ ସ୍ବୟଂଚାଳିତ ଉପାୟରେ ଏହା କରାଯାଇ ପାରିବ ନାହିଁ । ଚୀନ୍‌ର ଆକ୍ରୋଶମୂଳକ ଅକ୍ତିଆର ଆଶଙ୍କାକୁ ଦୃଷ୍ଟିରେ ରଖି ଭାରତ ଏଭଳି ଏକ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ଘୋଷଣା କରିଛି । ଏଭଳି ଯାଞ୍ଚ ନୀତି ପକ୍ଷପାତମୂଳକ ବୋଲି ନୂଆଦିଲ୍ଲୀରେ ଅବସ୍ଥିତ ଚୀନ୍‌ ଦୂତାବାସ ପକ୍ଷରୁ ଅଭିଯୋଗ କରାଯାଇଛି । ଦୁର୍ବଳ ଆର୍ଥିକ ସ୍ଥିତିରେ ଥିବା ସେମାନଙ୍କ ଦେଶର ଭଲ ଓ ଛୋଟ ଛୋଟ କମ୍ପାନିକୁ ଚୀନ୍‌ର ବିଭିନ୍ନ କମ୍ପାନୀ ଅକ୍ତିଆର କରିବା ସମ୍ଭାବନା ରହିଛି ବୋଲି ୟୁରୋପୀୟ ସଂସଦ ସମେତ ଅନ୍ୟାନ୍ୟ ଦେଶରେ ମଧ୍ୟ ଅନୁରୂପ ଆଶଙ୍କା ପ୍ରତିଧ୍ବନିତ ହେବାରେ ଲାଗିଛି ।

କୋଭିଡ୍‌-19 ସର୍ବବ୍ୟାପୀ ମହାମାରୀ ବ୍ୟାପିବା କ୍ଷେତ୍ରରେ ଚୀନ୍‌ର ଭୂମିକାକୁ ନେଇ ଅନ୍ୟ କେତେକ ଦେଶ ପ୍ରଶ୍ନ ଉଠାଇ ଥିବା ବେଳେ ଏବଂ ଚୀନ୍‌କୁ ଏଥିପାଇଁ ଉତ୍ତରଦାୟୀ କରିବା ଲାଗି ଉତ୍ତୋଳିତ ସ୍ବର ତୀବ୍ର ହେଉଥିବା ସମୟରେ, ପ୍ରତ୍ୟୁତ୍ତରରେ ବେଜିଂ ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ୱୁହାନ୍‌ ଭାଇରସ୍‌ ବିଜ୍ଞାନାଗାରରେ ତଦନ୍ତ ଦାବି କରିବା ଏବଂ ବିଶ୍ବ ମହାମାରୀରେ ଚୀନ୍‌ର ଭୂମିକା ନେଇ ପ୍ରଶ୍ନ ଉଠାଇବା ଜାରି ରଖିଲେ ୱାଇନ୍‌ (ମଦ) ଓ ଗୋମାଂସ ଆମଦାନୀ ବନ୍ଦ କରିଦେବ ବୋଲି ଅଷ୍ଟ୍ରେଲିଆର ମୋରିସନ୍‌ ସରକାରଙ୍କୁ ଚୀନ୍‌ ସତର୍କ କରାଇ ଦେଇଛି ।

ଏହି ସମସ୍ତ ଘଟଣାକ୍ରମକୁ ନେଇ ବିଶ୍ବ ସ୍ତରରେ କେତେକ ପ୍ରଶ୍ନ ଉଠିଛି- ଆଗକୁ ଏକ ନୂତନ ବାଣିଜ୍ୟ ଯୁଦ୍ଧ ମୁଣ୍ଡ ଟେକିବ କି ? ଭିଟୋ ପ୍ରୟୋଗ କ୍ଷମତା ରଖିଥିବା ଚୀନ୍‌କୁ ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଉତ୍ତରଦାୟୀ କରିବା ବାସ୍ତବିକତା ଦୃଷ୍ଟିରୁ ସମ୍ଭବ ହେବ କି ? ଚୀନ ପ୍ରତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଡକ୍‌ଟର ଟେଡ୍ରୋସ୍‌ ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି ବୋଲି ତୀବ୍ର ସମାଲୋଚନା ହୋଇଆସୁଥିବା ସମୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ସଂସ୍କାରମୂଳକ ପରିବର୍ତ୍ତନ ଅଣାଯାଇ ପାରିବ କି ? ବିଭିନ୍ନ ବହୁରାଷ୍ଟ୍ରୀୟ କମ୍ପାନୀ ଏବଂ ପରିଚାଳକ ଗୋଷ୍ଠୀ, ଚୀନ୍‌ ବାହାରକୁ ସେମାନଙ୍କ ପୁଞ୍ଜିନିବେଶ ସଂପ୍ରସାରିତ କରିବାକୁ ଚାହୁଁଥିବା ସମୟରେ, ନିର୍ମାଣ କ୍ଷେତ୍ରରେ ଭାରତ ଏହାର ସୁଯୋଗ ନେଇପାରିବ କି ? ଏବଂ ଏହି ସର୍ବବ୍ୟାପୀ ମହାମାରୀ ସମୟରେ ଭାରତ ଓ ଚୀନ୍‌ର ସମ୍ବନ୍ଧ କେଉଁ ମୋଡ଼ ନେବ ଏବଂ ଚୀନ୍‌ର କମ୍ପାନୀ ପକ୍ଷରୁ ନିମ୍ନ ମାନର ରୋଗ ପରୀକ୍ଷଣ ଉପକରଣ ଯୋଗାଇ ଦିଆଯାଇଥିବା ଯୋଗୁଁ ଉପୁଜିଥିବା ଉଦ୍‌ବେଗ କେଉଁ ସ୍ଥିତିରେ ରହିବ ?

ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ଏସବୁ ପ୍ରଶ୍ନ ସଂପର୍କରେ, ପାକିସ୍ତାନ ଓ ଚୀନ୍‌କୁ ଭାରତର ପୂର୍ବତନ ରାଷ୍ଟ୍ରଦୂତ ଏବଂ ଓଲା କମ୍ପାନୀର ବରିଷ୍ଠ ପରାମର୍ଶଦାତା ଗୌତମ ବାମ୍ବାୱାଲେ, ‘ଦି ହିନ୍ଦୁ’ର ବରିଷ୍ଠ ସାମ୍ବାଦିକ ଏବଂ ବ୍ରୁକିଙ୍ଗ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଫେଲୋ ଅନନ୍ତ କ୍ରିଷ୍ଣନ୍‌ ଏବଂ ଈଟିଭି ଭାରତର ଉପ ବାର୍ତ୍ତା ସଂପାଦକ କ୍ରିଷ୍ଣାନନ୍ଦ ତ୍ରିପାଠୀଙ୍କ ସହିତ ଆଲୋଚନା କରିଥିଲେ ବରିଷ୍ଠ ସାମ୍ବାଦିକା ସ୍ମିତା ଶର୍ମା । ଆସନ୍ତୁ ଶୁଣିବା ଏହି ଏକ୍‌ସକ୍ଲୁସିଭ ବାର୍ତ୍ତାଳାପ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.