ETV Bharat / bharat

କୋରୋନା ଭାଇରସ ଭୟ: କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

author img

By

Published : Jan 28, 2020, 10:06 AM IST

ସୋମବାର କ୍ୟାବିନେଟ ସଚିବ ରାଜୀବ ଗାବାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଛି। ଏଥିରେ ଚୀନରେ ଆତଙ୍କ ସୃଷ୍ଟି କରିଥିବା କୋରୋନା ଭାଇରସର ମୁକାବିଲା କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ଉପରେ ଆଲୋଚନା ହୋଇଛି। ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ନୂଆଦିଲ୍ଲୀ: ଚୀନରେ ଆତଙ୍କ ସୃଷ୍ଟି କରିଥିବା କୋରୋନା ଭାଇରସ ଏବେ ମାରାତ୍ମକ ରୂପ ଧାରଣ କରିଛି। ଚୀନରୁ ଆରମ୍ଭ କରି ଅନେକ ରାଷ୍ଟ୍ରକୁ ଏହା ବ୍ୟାପିବାରେ ଲାଗିଲାଣି। ଏବେ ଏହି ଭୂତାଣୁର ଶିକାର ହୋଇ 106 ଜଣ ପ୍ରାଣ ହରାଇଥିବା ବେଳେ1300ରୁ ଉର୍ଦ୍ଧ୍ବ ଲୋକ ସଂକ୍ରମିତ ରହିଛନ୍ତି । ଏହି ଭାଇରସ ଭୟରେ ଏବେ ଭାରତ।

ଚୀନର ବୁହାନ ପ୍ରଦେଶରେ ଫସିଥିବା ୨୫୦ରୁ ଅଧିକ ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର। ସୋମବାର କ୍ୟାବିନେଟ ସଚିବ ରାଜୀବ ଗାବାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଛି। ଏଥିରେ କୋରୋନା ଭାଇରସର ମୁକାବିଲା କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଉପରେ ଆଲୋଚନା ହୋଇଛି।

ଏହାସହ ଏହି ବୈଠକରେ ଚୀନରୁ ଆସୁଥିବା ପ୍ରତ୍ୟେକ ନାଗରିକଙ୍କୁ ଆନ୍ତର୍ଜାତୀୟ ବିମାନବନ୍ଦରରେ ସ୍ବତନ୍ତ୍ର ଭାବେ ଥର୍ମାଲ ସ୍କ୍ରିନିଂ କରିବା ପାଇଁ ସୂଚନା ଦିଆଯାଇଛି । ସେହପରି ନେପାଳ ସୀମା ଉପରେ ନଜର ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଏହି ଭୟଙ୍କର ଭାଇରସର ଉତ୍ପତ୍ତି ସ୍ଥଳ ଚୀନର ବୁହାନ ପ୍ରଦେଶରେ 250ରୁ 300 ଭାରତୀୟ ନାଗରିକ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଛାତ୍ର ରହିଛନ୍ତି। ଏବେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଚୀନ ଅଧିକାରୀଙ୍କୁ ଭାରତୀୟଙ୍କୁ ସୁରକ୍ଷିତ ଭାବରେ ଏହି ସହରରୁ ବାହାର କରିବା ପାଇଁ ଅନୁରୋଧ କରିବ ନେଇ ଏହି ବୌଠକରେ ଆଲୋଚନା ହୋଇଛି।

ଏହି ବୈଠକରେ କ୍ୟାବିନେଟ ସଚିବ ରାଜୀବ ଗାବା ବେସାମରିକ ବିମାନଚଳାଚଳ ମନ୍ତ୍ରଣାଳୟ ଓ ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ଚୀନର ସବୁଜ ସଙ୍କେତ ପରେ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିବାକୁ କହିଛନ୍ତି।

କୋରୋନା ଭାଇରସର ଭାଇରସର ଆତକଙ୍କୁ ଦୃଷ୍ଟିରେ ରଖି ବୁହାନ ସମତେ ଚୀନର 12ଟି ସହରକୁ ସମ୍ପୂର୍ଣ୍ଣ ରୂପେ ସିଲ୍‌ କରାଯାଇଛି। ଭାଇରସ ଦ୍ରୁତ ଗତିରେ ବ୍ୟାପିବାକୁ ରୋକିବା ପାଇଁ ଚୀନ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

Intro:New Delhi: Cabinet Secretary Rajiv Gauba on Monday reviewed the situation arising out of "Novel Coronavirous" outbreak in China.

Body:The meeting which was attended by secretaries of Ministry of Health, external affairs, civil aviation, Labour, defence, I&B among others was informed that till Sunday passengers of 137 flights have been screened for the Novel Coronavirous disease.

Total passengers of 29707 were screened during the process.

However, samples of 12 passengers were referred to NIV Pune. "No positive cases has been reported so far," government official said.

Conclusion:Interestingly, Ministry of Home Affairs has also jumped into action.

To ensure that integrated check posts initiate screening of visitors across Nepal border, states have been asked to provide health staff for these check posts.

SSB, BSF and immigration officers manning integratedcheck posts have also been sensitized.

Meanwhile, health secretary Preeti Sudan chaired a video conference with chief secretaries and DG (police) of five states bordering Nepal (Uttarakhand, Uttar Pradesh, Bihar, West Bengal and Sikkim) and principal secretaries health and reviewed their preparedness for prevention and management of Coronavirous.

end.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.