ETV Bharat / bharat

ନିଯୁକ୍ତିକୁ ବୁଷ୍ଟର, ରୋଜଗାର ପାଇଁ 23 ହଜାର କୋଟି ମଞ୍ଜୁର - ରୋଜଗାର ପାଇଁ 23 ହଜାର କୋଟି ମଞ୍ଜୁର

ରୋଜଗାର କ୍ଷେତ୍ରରେ ମୋଦି ସରକାରଙ୍କ ବଡ ଘୋଷଣା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ଆଜି ଆତ୍ମନିର୍ଭର ଭାରତ ପ୍ୟାକେଜ-3 ଅଧିନରେ ନିଯୁକ୍ତିକୁ ମିଳିଛି ପ୍ରୋତ୍ସାହନ । ଉପକୃତ ହେବେ 58.5 ଲକ୍ଷ କର୍ମଚାରୀ ।

ନିଯୁକ୍ତିକୁ ବୁଷ୍ଟର , ରୋଜଗାର ପାଇଁ 23 ହଜାର କୋଟି ମଞ୍ଜୁର

author img

By

Published : Dec 9, 2020, 6:39 PM IST

ନୂଆଦିଲ୍ଲୀ: ଦେଶରେ ବେକାରୀ ହ୍ରାସ ଓ ନିଯୁକ୍ତିକୁ ପ୍ରୋତ୍ସାହନ ଦେବା ପାଇଁ ସରକାରଙ୍କ ବଡ ପ୍ରୟାସ । ବୁଧବାର କେନ୍ଦ୍ର କ୍ୟାବିନେଟ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ପାଇଁ 22,810 କୋଟି ଟଙ୍କା ଟଙ୍କା ଅନୁମୋଦନ କରିଛନ୍ତି । ଯାହାକି କୋଭିଡ ମହାମାରୀ କାଳରେ ବିଜନେସକୁ ପ୍ରୋତ୍ସାହନ ସହ ତାଜା ନିଯୁକ୍ତି ଯୋଗାଇବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ଆଜି ଆତ୍ମନିର୍ଭର ଭାରତ ପ୍ୟାକେଜ 3 ଅଧିନରେ କୋଭିଡ ରିକୋଭରି ଫେଜରେ ଔପୌଚାରିକ କ୍ଷେତ୍ରରେ ରୋଜଗାର ବଢାଇବା ଓ ନୂଆ ରୋଜଗାର ସୁଯୋଗକୁ ପ୍ରେରିତ ପାଇଁ ମଞ୍ଜୁରୀ ଦେଇଛି । ଚଳିତ ଆର୍ଥିକ ବର୍ଷ ପାଇଁ 1,584 କୋଟି ଟଙ୍କା ଓ ସମ୍ପୁର୍ଣ୍ଣ ଯୋଜନା ଅବଧି 2020-2023 ପାଇଁ 22,810 କୋଟି ଟଙ୍କାର ବ୍ୟୟ ଅନୁମତି ଦେଇଛି ।

ଜଣେ ଅଧିକାରୀ କହିଛନ୍ତି ଯେ, ଏହି ଯୋଜନା ଅବଧିରେ ପ୍ରାୟ 58.5 ଲକ୍ଷଲ କର୍ମଚାରୀଙ୍କୁ ଲାଭ ମିଳିବା ସମ୍ଭାବନା ଅଛି । ଏହି ଯୋଜନା ଅଧିନରେ କେନ୍ଦ୍ର ସରକାର 2020 ଅକ୍ଟୋବର 1ରୁ 2021 ଜୁନ 30 ଯାଏଁ ପର୍ଯ୍ୟନ୍ତ ନିଯୁକ୍ତ ନୂଆ କର୍ମଚାରୀଙ୍କୁ ସବସିଡି ଯୋଗାଇବେ ସରକାର ।

ସେହିଭଳି ଯେଉଁ ରୋଜଗାର ପ୍ରଦାନ ସଙ୍ଗଠନରେ 1000 କର୍ମଚାରୀ ଅଛନ୍ତି, ସେଠାରେ କେନ୍ଦ୍ର ସରକାର 2 ବର୍ଷ ଅବଧି ପାଇଁ 12 ପ୍ରତିଶତ କର୍ମଚାରୀ ଯୋଗଦାନ ଓ 12 ପ୍ରତିଶତ ନିଯୁକ୍ତିଦାତା ଯୋଗଦାନ ଦେବେ । ଅର୍ଥାତ ସରକାର 24 ପ୍ରତିଶତ ଇପିଏଫ ଯୋଗଦାନ ଦେବେ ।

କୌଣସି ମଧ୍ୟ ଇପିଏଫ ସଦସ୍ୟ , ଯାହା ପାଖରେ ୟୁନିଭର୍ସଲ ଆକାଉଣ୍ଟ ନମ୍ବର ରହିଛି । ଆଉ ତାଙ୍କର ମାସିକ ଦରମା 15 ହଜାରରୁ କମ ଥିବ , ଆଉ ସେ କୋଭିଡ କାଳ (ମାର୍ଚ୍ଚ-ସେପ୍ଟେମ୍ବର) ମଧ୍ୟରେ ଚାକିରୀ ହରାଇଥିବେ, ଆଉ ତାଙ୍କୁ ନିଯୁକ୍ତି ମିଳିନଥିବ ତେବେ ସେ ବି ଏହି ଯୋଜନାର ଲାଭ ନେଇପାରିବେ ।

ବିବୃତ୍ତିର କୁହାଯାଇଛି କି, ସଦସ୍ୟଙ୍କ ଆଧାର ସଂଖ୍ୟା ସହ ଜଡିତ ଖାତାରେ ଇପିଏଫଓ ଇଲୋକ୍ଟ୍ରୋନିକ ପ୍ରକ୍ରିୟାରେ ଏହି ଯୋଗଦାନର ପେମେଣ୍ଟ କରିବେ । ଏଥିପାଇଁ ଇପିଏଫଓ ଏକ ସଫୱେରକୁ ବିକଶିତ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.