ETV Bharat / bharat

ଆନ୍ତଃଜିଲ୍ଲା ପରିବହନ ବନ୍ଦ, ହଟହଟା କ୍ୟାବ ଡ୍ରାଇଭର

କୋରୋନା ଯୋଗୁଁ ମହାରାଷ୍ଟ୍ରରେ ଗତ 4 ମାସ ଧରି ଆନ୍ତଃଜିଲ୍ଲା ପରିବହନ ବନ୍ଦ ରହିଛି । ଫଳରେ ରୋଜଗାର ହରାଇଛନ୍ତି କ୍ୟାବ ଚାଳକ । ଏହାର ଅତ୍ୟଧିକ ପ୍ରଭାବ ପୁନେରେ ଦେଖିବାକୁ ମିଳିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Aug 3, 2020, 6:38 AM IST

ଆନ୍ତଃଜିଲ୍ଲା ପରିବହନ ବନ୍ଦ, ହଟହଟା କ୍ୟାବ ଡ୍ରାଇଭର
ଆନ୍ତଃଜିଲ୍ଲା ପରିବହନ ବନ୍ଦ, ହଟହଟା କ୍ୟାବ ଡ୍ରାଇଭର

ପୁଣେ: କୋରୋନା ସଙ୍କଟ ମଧ୍ୟରେ ଜାରି ରହିଛି ସଂଘର୍ଷ । କିଏ ପେଟ ପାଇଁ ସଂଘର୍ଷ କରୁଛି ତ ଆଉ କିଏ ଜୀବନ ପାଇଁ । ଏହାରି ଭିତରେ କ୍ୟାବ ଚାଳକଙ୍କ ସମସ୍ୟା ମଧ୍ୟ ଦୁଇଗୁଣିତ ବଢିଯାଇଛି । କୋରୋନା ଯୋଗୁଁ ମହାରାଷ୍ଟ୍ରରେ ଗତ 4 ମାସ ଧରି ଆନ୍ତଃଜିଲ୍ଲାପରିବହନ ବନ୍ଦ ରହିଛି । ଫଳରେ ରୋଜଗାର ହରାଇଛନ୍ତି କ୍ୟାବ ଚାଳକ । ଏହାର ଅତ୍ୟଧିକ ପ୍ରଭାବ ପୁଣେରେ ଦେଖିବାକୁ ମିଳିଛି ।

ମହାରାଷ୍ଟ୍ରର ମାନବ ବିକାଶ କ୍ୟାବ ସଂଗଠନର ମୁଖ୍ୟ ସଞ୍ଜୟ ନନ୍ଦନ ପାୱରଙ୍କ କହିବା କଥା ହେଲା, ସରକାର ଲକଡାଇନ ଅବଧି ବଢାଇବା ପୂର୍ବରୁ କ୍ୟାବ ଡ୍ରାଇଭରଙ୍କ କଥା ଚିନ୍ତା କରୁନାହାଁନ୍ତି । ଦିନେ କି ଦୁଇ ଦିନର କଥା ନୁହେଁ ବରଂ ଦୀର୍ଘ 4 ମାସ ହେବ ବ୍ୟବାସାୟ ଠପ୍ ହୋଇପଡିଛି । ବ୍ୟାଙ୍କରୁ ଆଣିଥିବା ଋଣ ମଧ୍ୟ ସୁଝେଇବାକୁ କଷ୍ଟ ହେଉଥିବା ବେଳେ ଇଏମଆଇ ଭରିବାକୁ ହାତରେ ଟଙ୍କା ନାହିଁ ।

ସେହିପରି ଜଣେ କ୍ୟାବ ଡ୍ରାଇଭର କହିଛନ୍ତି, ' ପୂର୍ବରୁ ଦିନକୁ 20ଟି ଟ୍ରିପ୍ ମାରୁଥିଲି । କିନ୍ତୁ କୋରନା ଆସିବା ପରଠାରୁ ବ୍ୟବସାୟ ବନ୍ଦ ହୋଇଯାଇଛି । ଯଦିଓ ଲକଡାଉନ କୋହଳ ହୋଇଛି କିନ୍ତୁ ବର୍ତ୍ତମାନ ଦିନକୁ 2 ଟି ଟ୍ରିପ ମିଳୁଛି । ଯେଉଁଥିରେ ମାସ ଗଲେ 2 ରୁ 3 ହଜାର ହାତକୁ ଆସୁଛି । ଏତିକି ଟଙ୍କାରେ ଘର ଚଳେଇବା କଷ୍ଟ ହୋଇପଡିଛି ।'

ସୂଚନା ଥାଉକି ମହାରାଷ୍ଟ୍ରରେ କୋରୋନା ଆଣାୟତ୍ତ । ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ 9,601 ଟି ନୂଆ କୋରୋନା କେସ ଆସିଥିବା ବେଳେ 322 ଲୋକେ ପ୍ରାଣ ହରାଇଛନ୍ତି । ଯାହା ସମଗ୍ର ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.