ETV Bharat / state

ମା’ ବଗଳାମୁଖୀଙ୍କ ପୀଠରେ ଚାଲିଛି ନବରାତ୍ର ପୂଜା, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

ଆସୁଛନ୍ତି ମା’ ଜଗତଜନନୀ । ବିଭିନ୍ନ ଶକ୍ତିପୀଠରେ ଚାଲିଛି ଷୋଡଶ ଉପଚାର ବା ନବରାତ୍ର ପୂଜା । ବାଲେଶ୍ବର ତାମୁଳିଆ ମା’ ବଗଳାମୁଖୀଙ୍କ ପୀଠରେ ଜାରି ରହିଛି ସ୍ବତନ୍ତ୍ର ନୀତିକାନ୍ତି ।

author img

By ETV Bharat Odisha Team

Published : 6 hours ago

ମା’ ବଗଳାମୁଖୀଙ୍କ ପୀଠରେ ଚାଲିଛି ନବରାତ୍ର ପୂଜା, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼
ମା’ ବଗଳାମୁଖୀଙ୍କ ପୀଠରେ ଚାଲିଛି ନବରାତ୍ର ପୂଜା, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼ (ETV Bharat Odisha)

ବାଲେଶ୍ୱର: ମା’ ଜଗତଜନନୀଙ୍କ ଆବାହନ ପାଇଁ ସମଗ୍ର ରାଜ୍ୟ ଚଳଚଞ୍ଚଳ । ଦେଶବ୍ୟାପୀ ବିଭିନ୍ନ ଶକ୍ତିପୀଠରେ ଜାରି ରହିଛି ନବରାତ୍ର ଓ ଷୋଡଷ ଉପଚାର ପୂଜା । ବାଲେଶ୍ବର ସହର ଉପକଣ୍ଠ ତାମୁଳିଆ ସ୍ଥିତ ଶ୍ରୀ ଶ୍ରୀ ପୀତାମ୍ବରା ସିଦ୍ଧ ମହାଶକ୍ତି ପୀଠରେ ରୀତିନୀତି ଅନୁସାରେ ମା’ ଦୁର୍ଗାଙ୍କ ଦଶମହାବିଦ୍ୟାଙ୍କ ମଧ୍ୟରେ ଅନ୍ୟତମ ମା’ ବଗଳାମୁଖୀଙ୍କ ଷୋଡଶ ଦିବସ ପୂଜା ଚାଲିଛି । ପ୍ରତିପଦ ତିଥିଠାରୁ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗୋତ୍ସବର ନବରାତ୍ର ପୂଜା । ନବରାତ୍ରର ପ୍ରତ୍ୟେକ ଦିନ ମା’ ନବଦୁର୍ଗାଙ୍କ ଗୋଟିଏ ସ୍ୱରୂପଙ୍କୁ ବିଧି ପୂର୍ବକ ଅର୍ଚ୍ଚନ କରାଯାଉଛି ।

  • ନବରାତ୍ରରେ ନଅଟି ସ୍ବରୂପରେ ଦର୍ଶନ ଦିଅନ୍ତି ମା’ବଗଳାମୁଖୀ

ପ୍ରଥମ ଦିନରେ ପାର୍ବତ୍ୟ ରାଜା ହିମାଳୟଙ୍କ ପୁତ୍ରୀ ଭାବେ ଶୈଳପୁତ୍ରୀ ସ୍ୱରୂପରେ ମା’ ବଗଳାମୁଖୀ ପୂଜା ପାଇଥିବା ବେଳେ ଦ୍ୱିତୀୟ ଦିବସରେ ତପ, ତ୍ୟାଗ ଓ ଶକ୍ତିର ଦେବୀ ଭାବେ ବ୍ରହ୍ମଚାରିଣୀଙ୍କୁ ପୂଜା କରାଯାଇଥିଲା। ସେହିପରି ତୃତୀୟ ଦିବସରେ ମା’ ପାର୍ବତୀଙ୍କ ବିବାହିତ ଅବତାର ‘ଚନ୍ଦ୍ରଘଣ୍ଟା’, ଚତୁର୍ଥ ଦିବସରେ ବ୍ରହ୍ମାଣ୍ଡ ରଚନାକାରିଣୀ ଦେବୀ ‘କୁଷ୍ମାଣ୍ଡା’ ସ୍ୱରୂପରେ ପୁଜା କରାଯାଇଛି । ପଞ୍ଚମ ଦିବସରେ ସ୍କନ୍ଦ ଅଥବା କାର୍ତ୍ତିକେୟଙ୍କ ମାତା ଭାବେ ‘ସ୍କନ୍ଦମାତା’, ଷଷ୍ଠ ଦିବସରେ ମହର୍ଷି କାତ୍ୟାୟନଙ୍କ କନ୍ୟା ରୂପେ ମା’ ଦୂର୍ଗାଙ୍କୁ କାତ୍ୟାୟନୀ, ସପ୍ତମ ଦିବସରେ ଶୁମ୍ଭ ଓ ନିଶୁମ୍ଭ ଭଳି ରାକ୍ଷସ ବିନାଶକାରୀ ତଥା କାଳଠାରୁ ଅଧିକ ଶକ୍ତିଶାଳୀ ମା’ କାଳରାତ୍ରୀ, ଅଷ୍ଟମ ଦିବସରେ ନିର୍ମଳ ଓ ପବିତ୍ରତାର ପ୍ରତୀକ ମା’ ମହାଗୌରୀ ଓ ନବମ ଦିବସରେ ସୃଷ୍ଟି ରଚନାକାରୀ ସିଦ୍ଧିଦାତ୍ରୀ ସ୍ୱରୂପରେ ଅର୍ଚ୍ଚନ କରାଯିବ ।

  • ପୀଠରେ ଚାଲିଛି ସ୍ବତନ୍ତ୍ର ନୀତିକନ୍ତି:-

ପ୍ରାତଃକାଳରୁ ପଞ୍ଚ ଦେବତାଙ୍କ ଘଟ ଓ ମଣ୍ଡଳାଦି ସ୍ଥାପନ ସହ ଷୋଡ଼ଶ ଉପଚାର ପୂଜା ସହ ସନ୍ଧ୍ୟାରେ ସପ୍ତସତୀ ଚଣ୍ଡିପାଠ ଅନ୍ତେ ୧୦୮ ଆହୁତି ଆଦି କର୍ମକାଣ୍ଡ ମାଧ୍ୟମରେ ପୀଠର ଅଧିଷ୍ଠାତ୍ରୀ ମା’ ବଗଳାମୁଖୀଙ୍କର ପୂଜାର୍ଚ୍ଚନା କରାଯାଉଛି । ପଣ୍ଡିତଙ୍କ ବେଦମନ୍ତ୍ରରେ ପୀଠର ପରିବେଶ ହୋଇ ଉଠିଛି ମନ୍ତ୍ରମୟ । ମାନସିକଧାରୀଙ୍କଠାରୁ ଆରମ୍ଭ କରି ଶ୍ରଦ୍ଧାଳୁ ଓ ସେବକମାନେ ଭକ୍ତିର ସହ ମା’ଙ୍କର ଆରଧନା କରୁଛନ୍ତି । ତେବେ ମା’ଙ୍କର ନବଶକ୍ତିକୁ ଶ୍ରଦ୍ଧାର ସହ ଆହ୍ୱାନ ପୂର୍ବକ ଏଠାରେ ପୂଜା କରାଯାଇଥାଏ ।

  • ମୂଳାଷ୍ଟମୀରୁ ଆରମ୍ଭ ହୋଇଛି ଷୋଡଷ ପୂଜା

ପୂଜାର ରୀତିନୀତି ଏବଂ ମାଙ୍କ ପାଖରେ ସମ୍ପନ୍ନ ହେଉଥିବା ପୂଜାବିଧି ସମ୍ପର୍କରେ ଅଧିକ ସୂଚନା ଦେଇ ପୀଠର ଆଚାର୍ଯ୍ୟ ଆଦିତ୍ୟ ନାରାୟଣ ମିଶ୍ର କହିଛନ୍ତି," ଆମର ଏହି ପୀଠରେ ମୂଳାଷ୍ଟମୀ ପାଖରୁ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି । ଇଏ ଯେଉଁ ମୂଳାଷ୍ଟମୀ, ଦେବୀ ଉତ୍ଥାପନ ଦିବସ, ସେହିଦିନ ଆମର ଏହି ପୀଠରେ ଶ୍ରୀ ଶ୍ରୀ ବଗଳାମୁଖୀ ସିଦ୍ଧ ମହାଶକ୍ତି ପୀଠରେ ମାଆଙ୍କର ସହସ୍ରା କୁମ୍ଭାଭିଷେକ ହୋଇଥିଲା । ବିଭିନ୍ନ ପ୍ରକାର ଫଳ ରସ, କୁକୁମ, କ୍ଷୀର, ଦଧି, ଘୃତରେ ମାଙ୍କର ସ୍ନାନ ହୋଇଥିଲା । ଚଣ୍ଡୀପାଠ ସହିତ ଷୋଳ ଉପଚାର ପୂଜା ଚାଲିଅଛି । ଷୋହଳ ଦିନ ଧରି ମାଙ୍କ ପୂଜାର୍ଚ୍ଚନା ଆମର ପିତାମ୍ବରା ସିଦ୍ଧ ଶକ୍ତି ପୀଠରେ ଅଦ୍ୟାବଧି ଚାଲୁ ରହିଛି । ନବମୀ ପର୍ଯ୍ୟନ୍ତ ଏ ଚାଲୁ ରହିବ । ମା’ଙ୍କର ଷୋଳପୂଜା ଚାଲିଛି, ମହାଳୟାଠାରୁ ମା’ଙ୍କର ନବରାତ୍ର ପୂଜା ଆରମ୍ଭ ହୋଇଛି ।’’

  • ନବମୀ ପୂଜା ସମ୍ପନ୍ନ ପରେ ହୁଏ ଆହୁତି ଯଜ୍ଞ

ଆଚାର୍ଯ୍ୟ ଆହୁରି ମଧ୍ୟ କହିଛନ୍ତି, ‘‘ମହାସପ୍ତମୀ, ମହା ଅଷ୍ଟମୀ ସନ୍ଧି ନବମୀରେ ମାଆଙ୍କର ପୀଠରେ ପୀଠ ହିସାବରେ ପୂଜା ଚାଲିବ । ବିଶେଷ ରୂପରେ ମାଆଙ୍କର ସପ୍ତମୀ, ଅଷ୍ଟମୀ ଓ ନବମୀରେ ମହାଲକ୍ଷ୍ମୀ, ମହାସରସ୍ଵତୀ ଏବଂ ନବମୀ ଦିନ ମା’ଙ୍କର ବଗଳାମୁଖୀ ବେଶ ହେବ । ଏ ପୀଠରେ ଏକ ଅଲଗା ନିଆରା ଯେ ସବୁ ଆଡ଼େ ନବମୀ ପୂଜା ସରିବା ପରେ ଆମର ଏହି ପୀଠରେ ରାତ୍ରି ବେଳାରେ ପିତାମ୍ବରା ମା ବଗଳାମୁଖୀଙ୍କର ଆହୁତି ଯଜ୍ଞ ମଣ୍ଡପରେ ଦିଆଯାଏ। ବହୁ ଦୂର ଦୂରାନ୍ତରୁ ଭକ୍ତମାନେ ଆସି ପହଂଚି ଥାଆନ୍ତି। ନିଜର ମନସ୍କାମନା ମାଙ୍କୁ ଜଣାଇ ସେହି ହବନରେ ବସି ନାରିକେଳ ସେହି ପୁର୍ଣ୍ଣାହୁତିରେ ଦେଇକି ନବରାତ୍ର ଉପାସ ସମସ୍ତେ ପୂର୍ଣ୍ଣ କରନ୍ତି । ନବରାତ୍ର ପୂଜା ପାଇଁ ଭକ୍ତମାନେ ମା ବଗଳାମୁଖୀଙ୍କ ପୀଠରେ ଆସି ପହଁଚି ନିଜର ମନସ୍କାମନା ପୂରଣ କରିଥାନ୍ତି ।’’

ଏହା ମଧ୍ୟ ପଢନ୍ତୁ- ପାର୍ବଣ ଋତୁରେ ବାହାରକୁ ବାହାରୁଥିଲେ ହୋଇଯାଆନ୍ତୁ ସତର୍କ, ମାତିପାରନ୍ତି ଲୁଟେରା-ଅପରାଧୀ ଗ୍ୟାଙ୍ଗ - Crime during puja

ଏହା ମଧ୍ୟ ପଢନ୍ତୁ- ଦୂର୍ଗାପୂଜାରେ ଝଲସିବ ଝାରସୁଗୁଡ଼ା, ଶୋଭା ପାଇବ ଆଖି ଲାଖିଯିବା ପରି ତୋରଣ

ଏହା ମଧ୍ୟ ପଢନ୍ତୁ- ହାଇକୋର୍ଟଙ୍କ ରାୟ, 'ହେବ ରାବଣପୋଡ଼ି, ହେବନି ବାଣ ପ୍ରତିଯୋଗିତା' - HC On Ravan Podi

ସେହିପରି ଜଣେ ଭକ୍ତ ଜ୍ୟୋତ୍ସ୍ନାରାଣୀ ଦାସ ନିଜର ପ୍ରତିକ୍ରିୟାରେ କହିଛନ୍ତି, " ମୁଁ ଆସୁଛି ଏହି ବଗଳାମୁଖୀଙ୍କ ପୀଠକୁ ପ୍ରାୟ 10 ବର୍ଷ ପାଖାପାଖି ହେଇଗଲାଣି ଆସୁଛି । ସବୁବର୍ଷ ନବରାତ୍ରୀ ପୂଜା କରେ । ସବୁଦିନ ଆମେ ଦୀପ ଦାନ କରୁ, ପ୍ରଥମ ଦିନରେ ସଙ୍କଳ୍ପ ହୁଏ । ସବୁବର୍ଷ ନବରାତ୍ରୀ ପୂଜା ଆମେ ଏଇଠି ସମ୍ପୂର୍ଣ୍ଣ କରୁ ସପରିବାର । ଆମ ପରିବାରର ଯେତେ ଜଣ ଅଛୁ ସମସ୍ତେ ଆସୁ । ମା’ଙ୍କର କରୁଣା ଅପାର, ଏଠି ଆସିଲେ ଆମେ ଶାନ୍ତି ଅନୁଭବ କରୁ। ପିଲାମାନେ ମଧ୍ୟ ଏଠି ଆସିକି ଖୁସି ହୁଅନ୍ତି । ବ୍ୟସ୍ତବହୁଳ ଜୀବନ ଭିତରୁ ଗୋଟେ ଖୁସି ଆଉ ଶାନ୍ତି ପାଇଁ ଆମେ ଆସୁ ଏଠିକି ।’’

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.