ETV Bharat / lifestyle

ରୁଟି କଲାବେଳେ ମାନନ୍ତୁ ଏହି ଟିପ୍ସ, ଗୋଟିଏ ଜାଗାରେ 3ଟା ଖାଇବେ ପିଲା

ଘରେ ନରମ ନରମ ରୁଟି ବନାଇବାକୁ ଚାହୁଁଥିଲେ ମାନନ୍ତୁ ଏହି ଟିପ୍ସ । ଦେଖିବେ କେମିତି ଆପଣଙ୍କ ହାତର ରୁଟି ଖାଇ ପରିବାର ଲୋକେ ହୋଇଯିବେ ଖୁସ୍ ।

author img

By ETV Bharat Lifestyle Team

Published : 4 hours ago

Updated : 2 hours ago

ରୁଟି କଲାବେଳେ ମାନନ୍ତୁ ଏହି ଟିପ୍ସ, ଗୋଟିଏ ଜାଗାରେ 3ଟା ଖାଇବା ପିଲା
ରୁଟି କଲାବେଳେ ମାନନ୍ତୁ ଏହି ଟିପ୍ସ, ଗୋଟିଏ ଜାଗାରେ 3ଟା ଖାଇବା ପିଲା (ETV Bharat)

Making soft roti: ନରମ ଓ ଫୁଲକା ଫୁଲକା ରୁଟି ତିଆରି କରିବା ଏକ କଳା । ଆଉ ଏହି କଳା ସମସ୍ତଙ୍କୁ ଜଣା ନାହିଁ । ସମସ୍ତେ ନରମ ରୁଟି ବନାଇବାକୁ ଓ ଖାଇବାକୁ ତ ପସନ୍ଦ କରନ୍ତି, ହେଲେ ପାରନ୍ତିନି । ଯଦି ଆପଣ ବି ନିଜ ପରିବାର ଲାଗି ପୁରା ନରମ ଓ ପୁରୀ ଭଳି ଫୁଲିଥିବା ରୁଟି ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଇଁ ନେଇଆସିଛୁ କିଛି ସହଜ ଟିପ୍ସ । ଏହାକୁ ମାନି ରୁଟି କଲେ ଆପଣଙ୍କ ହାତରେ ରୁଟି ଖାଇ ପରିବାର ଲୋକେ ପୁରା ଖୁସ୍ ହୋଇଯିବେ ।

ଏଥିପାଇଁ ଆପଣ ସବୁବେଳେ ଭଲ କ୍ବାଲିଟିର ଶୁଦ୍ଧ ଗହମରୁ ତିଆରି ଅଟା କିଣିବା ଉଚିତ୍ । ବଜାରରୁ ଅଟା କିଣିବା ବେଳେ ଏହାର ଦାମ୍ ସହ କ୍ବାଲିଟି ମଧ୍ୟ ଦେଖନ୍ତୁ । ନରମ ରୁଟି ବନାଇବାକୁ ହେଲେ ଏହି ଅଟାକୁ ଘରେ ଭଲ ଭାବରେ ଛାଣି ଦିଅନ୍ତୁ । କାରଣ ଅଟା ନରମ ଥିଲେ ରୁଟି ବି ନରମ ହୋଇଥାଏ । ଏକ୍ସପର୍ଟଙ୍କ କହିବା କଥା, ନରମ ନରମ ରୁଟି ପ୍ରସ୍ତୁତ କରିବା ପାଇଁ ଚକଟିବା ସମୟରେ କିଛିଟା ସାବଧାନତା ଜରୁରୀ ।

ନରମ ରୁଟି ବନାଇବାର ଟିପ୍ସ

  • ଅଟା ଓ ପାଣି ମାପିବା ପାଇଁ ଗୋଟିଏ ଆକାରର କପ୍ କିମ୍ବା ଗ୍ଲାସ୍ ନିଅନ୍ତୁ ।
  • ଦୁଇ କପ୍ ଅଟା ନେଇଥିଲେ 3ରୁ 4 କପ୍ ପାଣି ମିଶାନ୍ତୁ । ଅଧିକ ପାଣି ଦିଅନ୍ତୁ ନାହିଁ ।
  • ଅଟା ଚକଟିବା ସମୟରେ ଅଳ୍ପ ଅଳ୍ପ କରି ପାଣି ମିଶାଇ ଭଲ ଭାବେ ଚକଟନ୍ତୁ ।
  • ରୁଟି ପୁରା ନରମ ଓ ସ୍ବାଦିଷ୍ଟ କରିବାକୁ ଚାହୁଁଥିଲେ ଚକଟିବା ସମୟରେ ଗୋଟିଏ ଚାମଚ ଘିଅ କିମ୍ବା ତେଲ ମିଶାଇ ପାରିବେ ।
  • ଅଟା ଚକଟିବା ପରେ ଅତିକମ୍‌ରେ 15ରୁ 20 ମିନିଟ୍ ଘୋଡାଇ ରଖନ୍ତୁ ।
  • ରୁଟି ବନାଇବା ପାଇଁ ଏକ ସ୍ଥିର ବେଲଣା/ରୋଲିଂ ବୋର୍ଡ ବ୍ୟବହାର କରନ୍ତୁ ।
  • ଯଦି ଆପଣ ନୂଆ ନୂଆ ରୁଟି ବନାଉଛନ୍ତି ତାହେଲେ ଛୋଟ ସାଇଜ ରୁଟି ବେଲିବା ଭଲ ।
  • ବେଲିବା ସମୟରେ ରୁଟି ଉପରେ ଅଧିକ ଚାପ ପକାନ୍ତୁ ନାହିଁ । ଏହାଦ୍ବାରା ରୁଟି ଭଲ ଭାବେ ଫୁଲିଥାଏ ।
  • ଏବେ ତାୱା ଗରମ କରି ଏହା ଉପରେ ରୁଟି ପକାନ୍ତୁ । ଯେତେବେଳେ ରୁଟିର ଉପର ପଟେ ଛୋଟ ଛୋଟ ଫୋଟକା ଦେଖାଯିବ ସେହି ସମୟରେ ଏହାକୁ ଓଲଟାନ୍ତୁ । କିଛି ସେକେଣ୍ଡ ପରେ ଏହାକୁ ପୁଣି ଓଲଟାଇ ଏବେ ରୁଟି ଜାଲିରେ ଅଧିକ ଆଞ୍ଚରେ ସେକନ୍ତୁ । ନରମ ମୁଲାୟମ ରୁଟି ପାଇଁ ଆପଣ ଏଥିରେ ଘିଅ ଲଗାଇ ସେକି ପାରିବେ । ଭଲ ଭାବେ ଦୁଇ ପାଖ ସେକନ୍ତୁ ।

ନରମ ରୁଟି ବନାଇବା ଲାଗି ଏହା ହେଉଛି କିଛି ସରଳ ଟିପ୍ସ । ଯଦି ଆପଣଙ୍କୁ ଏହା ଉପଯୋଗୀ ଲାଗୁଛି ତାହେଲେ ନିଜ ସାଙ୍ଗସାଥୀ, ପରିବାର ଓ ନୂଆ ରୁଟି ଶିଖୁଥିବା ଲୋକ ସହ ସେୟାର କରିପାରିବେ ।

ଏହା ମଧ୍ୟ ପଢନ୍ତୁ: ଏସବୁ ଖାଦ୍ୟ ବଢାଇପାରେ ଡାଇବେଟିସ୍, ଜାଣନ୍ତୁ କ'ଣ ଖାଇବେ ଓ କ'ଣ ନୁହେଁ - Best food for diabetes

ଏହା ମଧ୍ୟ ପଢନ୍ତୁ: ଅଧିକ ସମୟ ବସି ରହୁଥିଲେ ସାବଧାନ ! ହୃଦରୋଗଠୁ କ୍ୟାନ୍ସର ଯାଏ ହୋଇପାରେ ମାରାତ୍ମକ ରୋଗ - Sitting risks

Note- ଏଠାରେ ଦିଆଯାଇଥିବା ସୂଚନା ଓ ପରାମର୍ଶ କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଏକ୍ସପର୍ଟଙ୍କ ପରାମର୍ଶ ନେଇପାରିବେ ।

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.