ହାଇଦ୍ରାବାଦ: ସୋମବାର ଠାରୁ ଆରମ୍ଭ ହୋଇଛି ସଂସଦର ଶୀତକାଳୀନ ଅଧିବେଶନ । ଏହି ସମୟରେ ସତ୍ତାରୁଢ ଏନଡିଏ ସରକାର ଦେଶର ସବୁଠାରୁ ଗୁରୁତ୍ତ୍ବପୂର୍ଣ୍ଣ ବିଲ୍ ନାଗରିକ ସଂଶୋଧନ ବିଧେୟକ(ସିଏବି) ଆଣିବାକୁ ପ୍ରୟାସ ଜାରି ରଖିଛି । ତେବେ ଏହି ବିଧେୟକକୁ ନେଇ ଉତ୍ତର ପୂର୍ବ ରାଜ୍ୟରେ ଅଶାନ୍ତି ଦେଖାଦେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ଶାନ୍ତି ପ୍ରିୟ ରାଜ୍ୟ ଗୁଡ଼ିକରେ ଅଶାନ୍ତି ଦେଖା ଦେବାରେ ସମ୍ଭାବନା ସୃଷ୍ଟି ହୋଇଛି । ପୂର୍ବୋତ୍ତର ରାଜ୍ୟ ଗୁଡ଼ିକର ଛାତ୍ର ସଂଗଠନ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ଗୁଡ଼ିକ ବେଶ ବିରୋଧ କରୁଥିବା ଦେଖିବାକୁ ମିଳିଛି ।
ଏଭଳି ସମୟରେ ନାଗାଲାଣ୍ଡ, ମଣିପୁର, ଆସାମ, ମେଘାଳୟ ଏବଂ ତ୍ରିପୁରାର ପ୍ରମୁଖ ବିଦ୍ରୋହୀ ସଂଗଠନ ଗୁଡ଼ିକ ଏହି ବିଧେୟକକୁ ନ ଆଣିବା ପାଇଁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରୁଥିବା ଜଣାପଡ଼ିଛି । ସିଏବି ଭାରତୀୟ ସମ୍ବିଧାନର ନିୟମ ଏବଂ ଭାବନାକୁ ବିରୋଧ କରିଥାଏ । କାରଣ ଏହି ବିଧେୟକ ଧର୍ମ ଏବଂ ଜାତିକୁ ଆଧାର କରି ପ୍ରସ୍ତୁତ କରୁଥିବା ବେଳେ ଏହା ଆମର ଧର୍ମନିରପେକ୍ଷତାକୁ ମୂଲ୍ୟବୋଧକୁ ନଷ୍ଟ କରୁଛି । ତେବେ 34 ବର୍ଷ ପୂର୍ବରୁ ହୋଇଥିବା ଆସାମ ଚୁକ୍ତିକୁ ପୁନର୍ବାର ମନେ ପକାଇଦେଉଛି । ଯାହାକୁ ଆଜି ପର୍ଯ୍ୟନ୍ତ ଲାଗୁ କରାଯାଇନାହିଁ ବୋଲି ଆସାମର ରାଜନୈତିକ ସମୀକ୍ଷକ ମୟୂର ବୋରା କହିଛନ୍ତି । ସେହିଭଳି ଆଉ ଜଣେ ପୁସ୍ତକ ରଚୟିତା କହିଛନ୍ତି କି, ଠିକ ଅଛି । ସିଏବିକୁ ଯଦି ସରକାର ଲାଗୁ କରିବାକୁ ଚାହୁଁଛନ୍ତି, ତେବେ କରନ୍ତୁ । ମାତ୍ର ପୂର୍ବୋତ୍ତର ରାଜ୍ୟ ପାଇଁ ଯଥେଷ୍ଟ ପ୍ରାବଧାନର ବ୍ୟବସ୍ଥା ମଧ୍ୟ କରାଯାଉ ବୋଲି ସେ କହିଥିଲେ ।
ତେବେ ସିଏବି 1955 ସିଟିଜେନସିପ ଆକ୍ଟରେ ପରିବର୍ତ୍ତନ ଆଣିବା ପାଇଁ ସରକାର ପ୍ରସ୍ତାବ ରଖୁଛନ୍ତି । ଏହା ପୂର୍ବରୁ 1986, 1992, 2003, 2005 ଏବଂ 2015ରେ ମଧ୍ୟ ଏହି ଅଧିନିୟମରେ ମଧ୍ୟ ପରିବର୍ତ୍ତନ କରିଥିଲେ ତତ୍କାଳୀନ ସରକାର । ଏହି ବିଧେୟକରେ 6ଟି ଧର୍ମର ଲୋକମାନଙ୍କୁ ସ୍ଥାନ ଦେବାକୁ ପ୍ରୟାସ କରାଯାଇଛି । ସେଗୁଡ଼ିକ ମଧ୍ୟରେ ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଇସାଇ(ତିନୋଟି ଦେଶ ଆଫଗାନିସ୍ତାନ, ବାଂଲାଦେଶ, ପାକିସ୍ତାନ)ଙ୍କୁ ଭାରତର ନାଗରିକ ପ୍ରଦାନ ପାଇଁ ପ୍ରୟାସ କରାଯାଇଥିଲା । ଯଦି ଭାରତରେ ଏହି 3ଟି ଦେଶର 6ଟି ଧର୍ମର ଲୋକମାନେ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ବସବାସ କରୁଛନ୍ତି ତେବେ ସେମାନେ ନାଗରିକତା ପାଇଁ ଆବେଦନ କରିପାରିବେ ।
ସ୍ବଦେଶରେ ବସବାସ କରୁଥିବା ଲୋକଙ୍କ ନାଗରିକତ୍ବ ହରାଇବା ଭୟରେ ଏହି ବିଲକୁ ବିରୋଧ କରିଆସୁଥିଲେ । ଫଳରେ ଏହି କାରଣରୁ ଉକ୍ତ ରାଜ୍ୟ ଗୁଡ଼ିକରେ ଅଶାନ୍ତି ଲାଗି ରହୁଥିଲା । କାରଣ ଦୀର୍ଘ ଦିନ ଧରି ଉଗ୍ରବାଦୀ ଆନ୍ଦୋଳନରେ ଏମାନଙ୍କୁ ବ୍ୟବହାର କରାଯାଇ ଆସୁଥିଲା । ମାତ୍ର ବିଗତ କିଛି ଦିନ ଧରି ପୂର୍ବୋତ୍ତର ରାଜ୍ୟ ଗୁଡ଼ିକରେ ବେଶ ଶାନ୍ତି ଶୃଙ୍ଖଳା ଲାଗି ରହିଛି । ତେବେ ଏହି ବିଧେୟକ ଲୋକମାନଙ୍କ ମାନସିକତା ସହ ଖେଳିବା ସହିତ ସେମାନଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିବ ବୋଲି ଇମ୍ଫାଲର ବିଶିଷ୍ଟ ଓକିଲ ବିଶ୍ବଜିତ ସାପମ କହିଥିଲେ ।
ସେ ଆହୁରି ମଧ୍ୟ କହିଛନ୍ତି କି, ଲୋକମାନଙ୍କ ରାଜନୈତିକ ଏବଂ ଆର୍ଥିକ ସୁରକ୍ଷାର ଗ୍ୟାରେଣ୍ଟି ପାଇଁ ତୁରନ୍ତ ଆବଶ୍ୟକ ରହିଛି । 7ଟି ରାଜ୍ୟକୁ ନେଇ ପୂର୍ବୋତ୍ତର ଭାରତ । ଏ ସମସ୍ତ ରାଜ୍ୟରେ ଏକ ଅଦ୍ଭୁତ ଭାଇଚାରା ଏବଂ ଏକତା ରହିଛି । ଜାତୀୟତା, ସାଂସ୍କୃତିକ, ବ୍ୟବହାରିକ, ବିଶ୍ବାସ ଏବଂ ମୂଲ୍ୟବୋଧ ଦେଶ ଭାବେ ପୂର୍ବୋତ୍ତର ଭାରତ ଗଠିତ ହୋଇଥାଏ ବୋଲି ସେ କହିଛନ୍ତି ।
ଏକ ଭିନ୍ନ ଇତିହାସ ସହିତ ଏହି ପୂର୍ବୋତ୍ତର ରାଜ୍ୟ ଗୁଡ଼ିକ ନିଜର ସ୍ବତନ୍ତ୍ରତା ବଜାୟ ରଖିଛନ୍ତି । ଏହି ରାଜ୍ୟ ଗୁଡ଼ିକ ମଧ୍ୟରେ ଆସାମିଜ, ନାଗା, ଏବଂ ଅନ୍ୟ ଜନଜାତିଙ୍କ ସ୍ବତନ୍ତ୍ର ଏବଂ ଶକ୍ତିଶାଳୀ ରାଜତନ୍ତ୍ରର ଇତିହାସ ମଧ୍ୟ ରହିଛି । ମଧ୍ୟ କାଳୀନ ଯୁଗରେ ଏହି ରାଜ୍ୟର ଇତିହାସ ମୂଖ୍ୟ ଭୁଖଣ୍ଡର ଇତିହାସ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଶକ୍ତିଶାଳୀ । ତେବେ ଭୌଗୋଳିକ ଦୃଷ୍ଟିକୋଣରୁ ଦୀର୍ଘ 22 କିଲୋମିଟର ବ୍ୟାପ୍ତ ଏକ ଲମ୍ବା ଭୁଖଣ୍ଡ ମାଧ୍ୟମରେ ଭାରତର ମୂଳ ଭୁଖଣ୍ଡ ସହିତ ଜଡ଼ିତ ରହିଛି । ତେବେ ଏହାକୁ କେହି କେହି କୁକୁଡ଼ାର ବେକ ଭାବରେ ପରିଗଣିତ କରିଥାନ୍ତି ।
ଏହି ଭୂଖଣ୍ଡର ଶେଷ ସୀମା ଭୁଟାନ, ଚୀନ, ମିଆଁମାର ଏବଂ ବାଂଲାଦେଶ ନିକଟରେ ଶେଷ ହୋଇଥାଏ । 2017 ମସିହାରେ ପ୍ରବଳ ଗରମ ସମୟରେ ଡୋକଲାମ ଠାରେ ଏହି ଭୁଖଣ୍ଡର ସୁରକ୍ଷା ଦାୟିତ୍ବରେ ନିୟୋଜିତ ଥିଲେ । 73 ଦିନ ପର୍ଯ୍ୟନ୍ତ ଚୀନ ସେନାଙ୍କୁ ଏଠାରେ ଭାରତୀୟ ସେନା ବିରୋଧ କରିଥିଲେ । ତେବେ ବହୁଳ ସେନାଙ୍କୁ ନିୟୋଜିତ କରାଯାଇଥିବା କାରଣରୁ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ତେବେ ବ୍ରିଟିଶ ଶାସନ ସମୟରେ ଆଧୁନିକ ଜୀବନଶୈଳି ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏହି ଭୁଖଣ୍ଡ ଅଧିବାସୀମାନେ ପାରମ୍ପରିକ ଜୀବନଶୈଳୀରେ ବଞ୍ଚିବା ଆରମ୍ଭ କରିଦେଇଥିଲେ । ଫଳରେ ଏହି ସ୍ଥାନରେ ବସବାସ କରୁଥିବା ଲୋକମାନଙ୍କ ମଧ୍ୟରେ କୌଣସି କାରଣରୁ ଅସନ୍ତୋଷ ପ୍ରକାଶ ପାଇଥିଲା ଏବଂ ଆନ୍ଦୋଳନ ଦେଖାଦେଇଥିଲା । ନତୀଜତନ, ଆସାମ, ମଣିପୁର, ମିଜୋରାମ, ମେଘାଳୟ, ନାଗାଲାଣ୍ଡ ଏବଂ ତ୍ରିପୁରାରେ ଉଗ୍ରବାଦୀ ଆନ୍ଦୋଳନ ଦେଖାଦେଇଥିଲା । ଏଗୁଡିକ ମଧ୍ୟରେ ନାଗା ଆନ୍ଦୋଳନ ସବୁଠାରୁ ଦୀର୍ଘ ଦିନ ଧରି ଚାଲିଥିଲା ।
ନାଗାଲାଣ୍ଡର ଜଣେ ଲେଖକ ନୃଓ୍ବଂଶୀ ବିଜ୍ଞାନୀ ତେମୁଲା ଏଓ କୁହନ୍ତି, ସନ୍ଦିଗ୍ଧ ଏବଂ ଷଡ଼ଯନ୍ତ୍ର ସିଏବିକୁ ପ୍ରେରଣା ଯୋଗାଉଛି । ପୂର୍ବୋତ୍ତର ଲୋକମାନଙ୍କ ଭାବନା ସହିତ ଖେଳାଯାଉଛି । ତେବେ ଏହି ବିଧେୟକ ଆସିଲେ ଏହି ରାଜ୍ୟ ଗୁଡ଼ିକରେ ପୁଣିଥରେ ଅଶାନ୍ତି ଦେଖା ଦେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସେ କହିଥିଲେ । ଦୀର୍ଘ ସମୟ ପରେ ଫେରିଥିବା ଶାନ୍ତିକୁ ପୁଣିଥରେ ହରାଇବୁ ବୋଲି ସେ କହିଥିଲେ ।