ETV Bharat / bharat

ଲୋକସଭାରେ ପାରିତ ହେଲା ନାଗରିକ ସଂଶୋଧନ ବିଲ - CAB Amendment Bill PASS in Lok Sabha

ଲୋକସଭାରେ ଗୃହୀତ ହେଲା ନାଗରିକ ସଂଶୋଧନ ବିଲ । ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ତ୍ବେ ଏହି ବିଲକୁ ସରକାର ଲୋକସଭାରେ ପାରିତ କରାଇବାରେ ସଫଳ ହୋଇଛନ୍ତି । ବିଲ୍‌ ସପକ୍ଷରେ 311 ଖଣ୍ଡ ଭୋଟ ପଡିଥିବାବେଳେ ବିପକ୍ଷରେ ପଡିଥିଲା 80ଖଣ୍ଡ ଭୋଟ ।

CAB Amendment Bill PASS in Lok Sabha
ଫାଇଲ ଫଟୋ
author img

By

Published : Dec 10, 2019, 1:32 AM IST

Updated : Dec 10, 2019, 2:12 AM IST

ନୂଆଦିଲ୍ଲୀ: ଲୋକସଭାରେ ଆଗତ ହୋଇଥିବା ବହୁ ଚର୍ଚ୍ଚିତ ନାଗରିକ ସଂଶୋଧନ ବିଲ ଦୀର୍ଘ 8 ଘଣ୍ଟାର ଆଲୋଚନା ପରେ ଲୋକସଭାରେ ଗୃହିତ ହୋଇଛି । ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ତ୍ବେ ଏହି ବିଲକୁ ସରକାର ଲୋକସଭାରେ ପାରିତ କରାଇବାରେ ସଫଳ ହୋଇଛନ୍ତି । ଏହି ବିଲ୍‌ ସପକ୍ଷରେ 311 ଖଣ୍ଡ ଭୋଟ ପଡିଥିବାବେଳେ ବିପକ୍ଷରେ ପଡିଥିଲା 80ଟି ଭୋଟ ।

ଗୃହରେ ଏହି ବିଲ ଆଗତ ହେବା ସମୟରେ ବିରୋଧୀ ହୋହାଲ୍ଲା କରିବା ସହ କେନ୍ଦ୍ର ସରକାରଙ୍କ ସମ୍ମୁଖରେ ଅନେକ ପ୍ରଶ୍ନ ରଖିଥିଲେ । ଯାହାର ସମସ୍ତ ଜବାବ ରଖିଥିଲେ ଗୃହମନ୍ତ୍ରୀ ଅମିତ୍ ଶାହ । ନାଗରିକ ସଂଶୋଧନ ବିଲ୍ ଲୋକସଭାରେ ପାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମିତ୍ ଶାହଙ୍କ ପ୍ରଶଂସା କରିଛନ୍ତି । ଏହି ବିଲ୍ ଲୋକସଭାରେ ପାରିତ ହେବା ପରେ ଆସନ୍ତା ବୁଧବାର ଏହା ରାଜ୍ୟସଭାରେ ଆଗତ ହୋଇପାରେ ।

Intro:Body:

test

Conclusion:
Last Updated : Dec 10, 2019, 2:12 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.