ETV Bharat / bharat

ସିଏଏ-ଏନଆରସି ବିବାଦ: ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ

author img

By

Published : Feb 15, 2020, 9:03 AM IST

ଚେନ୍ନାଇରେ ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ଏବଂ ଜାତୀୟ ନାଗରିକତା ପଞ୍ଜୀକରଣ(ଏନଆରସି)ବିରୋଧରେ ପ୍ରଦର୍ଶନ ଜାରି ରହିଥିବାବେଳେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଅଧିକ ପଢନ୍ତୁ...

caa-protest
ସିଏଏ ପ୍ରଦର୍ଶନ

ଚେନ୍ନାଇ: ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ଏବଂ ଜାତୀୟ ନାଗରିକତା ପଞ୍ଜୀକରଣ(ଏନଆରସି)ବିରୋଧରେ ଦେଶର ଅନେକ ସ୍ଥାନରେ ପ୍ରଦର୍ଶନ ଜାରି ରହିଛି । କେଉଁଠି ଏହି ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ ଭାବରେ ହେଉଛି ତ ଆଉ କେଉଁଠି ପ୍ରଦର୍ଶନ ସମୟରେ ହିଂସା ଦେଖିବାକୁ ମିଳୁଛି । ଏହି କ୍ରମରେ ଚେନ୍ନାଇରେ ସିଏଏ ଏବଂ ଏନଆରସି ବିରୋଧୀ ପ୍ରଦର୍ଶନ ବେଳେ ଉତ୍ତେଜନା ଦେଖିବାକୁ ମିଳିଛି । ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷ ହେବା ଫଳରେ ବାଧ୍ୟ ହୋଇ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଛି ।

ସିଏଏ ପ୍ରଦର୍ଶନ

ସିଏଏ ଏବଂ ଏନଆରସି ବିରୋଧରେ ଶୁକ୍ରବାର ସନ୍ଧ୍ୟାରେ ଚେନ୍ନାଇର ୱାଶରମେନପେଟ ଅଞ୍ଚଳରେ ହଜାର ହଜାର ପ୍ରଦର୍ଶନକାରୀ ଜମା ହୋଇଥିଲେ । ଏହି ସମୟରେ ପୋଲିସ ପ୍ରଦର୍ଶନସ୍ଥଳରୁ କିଛି ଲୋକଙ୍କୁ ହଟାଇବାକୁ ପ୍ରୟାସ କରିଥିଲା । ଏହାକୁ ଅଟକାଇବାକୁ ଯାଇ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲେ ପ୍ରଦର୍ଶନକାରୀ । ଫଳରେ ପରିସ୍ଥିତିକୁ ଆୟତ୍ତ କରିବାକୁ ପୋଲିସକୁ ବାଧ୍ୟ ହୋଇ ଲାଠି ଚାର୍ଜ କରିବାକୁ ପଡିଥିଲା । ତଥାପି କିଛି ପ୍ରଦର୍ଶନକାରୀ ପ୍ରଦର୍ଶନସ୍ଥଳରୁ ହଟିନଥିଲେ । ପରେ ପୋଲିସ ସେମାନଙ୍କୁ ଉଠାଇ ନେଇଥିଲା । କିଛି ସମୟ ରଖିବା ପରେ ସେମାନଙ୍କୁ ଛାଡି ଦିଆଯାଇଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.