ETV Bharat / bharat

ପୁଡୁଚେରୀରେ ଲାଗୁ ହେବନି ସିଏଏ ଓ ଏନଆରସି: ମୁଖ୍ୟମନ୍ତ୍ରୀ

author img

By

Published : Dec 27, 2019, 9:59 AM IST

ସାରା ଦେଶରେ ସିଏଏକୁ ନେଇ ଲାଗିଥିବା ବିବାଦ । କିନ୍ତୁ ଏପଟେ ପୁଡୁଚେରୀରେ ଲାଗୁ ହେବନାହିଁ ସିଏଏ ଓ ଏନଆରସି କହିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ଆଗକୁ ପଢନ୍ତୁ....

CAA and NRC wont implement it in puduchery
ଫାଇଲ ଫଟୋ

ପୁଡୁଚେରୀ: ଦେଶର ଅନ୍ୟ ରାଜ୍ୟଗୁଡ଼ିକ ଭଳି ପୁଡୁଚେରୀରେ ମଧ୍ୟ ସିଏଏ ଓ ଏନଆରସି ବିରୋଧରେ ବିଶାଳ ଶୋଭାଯାତ୍ରା ହୋଇଛି। ଏହି ଶୋଭାଯାତ୍ରା ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀଙ୍କ ନେତୃତ୍ବରେ କରାଯାଇଛି । ପୁଡୁଚେରୀରେ ସିଏଏ ଓ ଏନଆରସିର ସ୍ଥାନ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଶୋଭାଯାତ୍ରାରେ ନାରାୟଣସାମୀଙ୍କ ସହ ଡିଏମକେ, ଭିସିକେ ଓ ଅନ୍ୟ ରାଜନୈତିକ ଦଳଗୁଡିକ ମଧ୍ୟ ସାମିଲ ହୋଇ ଏନଆରସି ଏବଂ ସିଏଏକୁ ବିରୋଧ କରିଥିଲେ। ସିଏଏରେ ମୁସଲିମମାନଙ୍କୁ ଅଣଦେଖା କରାଯାଇଛି। ତେଣୁ ଆମେ କେବେ ହେଲେ ଏଭଳି ଆଇନକୁ ପୁଡୁଚେରୀରେ ଲାଗୁ କରିବାକୁ ଦେବୁନି। ସିଏଏ ଓ ଏନଆରିସି ଦ୍ବାରା ବିଜେପି ପ୍ରଚାର କରୁଥିବା ହିନ୍ଦୁତ୍ବବାଦକୁ ଲୋକଙ୍କ ଉପରେ ଜୋରଜବରଦସ୍ତ ଥୋଇବାକୁ ଚାହୁଁଛି।

କଂଗ୍ରେସ ଶାସିତ ରାଜ୍ୟ ସିଏଏ ଓ ଏନଆରସି ଲାଗୁ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ‘ମୁଁ ମଧ୍ୟ ପୁଡ଼ୁଚେରୀରେ ସମାନ ପନ୍ଥା ଅବଲମ୍ବନ କରିବି’ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନାରାୟଣସାମୀ । ଶ୍ରୀଲଙ୍କାରେ ରହୁଥିବା ତାମିଲଙ୍କୁ ଭାରତରେ ଶରଣାର୍ଥୀ ରୂପରେ ସ୍ଥାନ ଦିଆଯାଇଥିଲା । ସେହି ସମାନ ସ୍ଥିତି ରୋହିଙ୍ଗ୍ୟା ମାନଙ୍କର ମଧ୍ୟ । ତେବେ ଆପଣ କିପରି ତାଙ୍କୁ ଦେଶରୁ ବାହାର କରିଦେବେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଭାରତୀୟ ମୁସଲମାନଙ୍କୁ ଏହି ସିଏଏ ଅଣଦେଖା କରୁଛି ।

ଏହି ଶୋଭାଯାତ୍ରାରେ ପ୍ରାୟ 3 ହଜାର ଲୋକ ସାମିଲ ହୋଇଥିଲେ । 3 କିଲୋମିଟର ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଚାଲିଥିଲା । ମହାତ୍ମା ଗାନ୍ଧି,ପେରିୟର,ନେହେରୁ,ଆମ୍ବେଦକର,ସୁବାଷ ଚନ୍ଦ୍ର ବୋଷ ଏବଂ ଅନେକ ସ୍ବାଧିନତା ସଂଗ୍ରାମୀ ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବେଶ ଧରି ଲୋକ ଏହି ଶୋଭାଯାତ୍ରାରେ ସଚେତନତାର ବାର୍ତ୍ତା ଦେଇଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.