ନୂଆଦିଲ୍ଲୀ: ଟିକଟକ ଆପ ତିଆରି କରିଥିବା କମ୍ପାନୀ ବାଇଟ ଡ୍ୟାନ୍ସ (ByteDance) ଭାରତରେ ନିଜର ଦୁଇଟି ଭିଡିଓ ଆପ୍ସକୁ ବନ୍ଦ କରିବାକୁ ଯାଉଛି । 31 ଅକ୍ଟୋବର 2020 ସୁଦ୍ଧା ଭାରତରେ ଭିଗୋ ଭିଡିଓ(vigo video) ଏବଂ ଭିଗୋ ଲାଇଟ(vigo lite) ଆପ୍ସ ବନ୍ଦ ହେବାକୁ ଯାଉଛି । ଏଥିପାଇଁ କମ୍ପାନୀ ପକ୍ଷରୁ ଭିଗୋ ଭିଡିଓର ୱେବସାଇଟ ଉପରେ ଏକ ନୋଟ ଜରିଆରେ ଏହି ସୂଚନା ଦିଆଯାଇଛି ।
ଏହି ଆପ ବନ୍ଦ ହେବା ପୂର୍ବରୁ ଅର୍ଥାତ 31 ଅକ୍ଟୋବର 2020 ପର୍ଯ୍ୟନ୍ତ ନିଜ ଭିଡିଓ ସବୁକୁ ଟିକଟକ ରେ ଏକ୍ସପୋର୍ଟ କରିବାକୁ କମ୍ପାନୀ ପକ୍ଷରୁ ଭିଗୋ ଆପ ୟୁଜର୍ସଙ୍କୁ ପରାମର୍ଶ ଦିଆଯାଇଛି । ଏହି ଦୁଇଟି ଆପକୁ ଲୋକଙ୍କ ମନୋରଞ୍ଜନ ପାଇଁ ସର୍ଟଫର୍ମ ସ୍କେଚ୍ ଏବଂ ଗୀତ ଗୁଡିକ ଉପରେ ଲିପସିଙ୍ଗ କରିବା ଉପରେ ଅଣାଯାଇଥିଲା ।
ଏନଟ୍ରାକର ରିପୋର୍ଟ ଅନୁସାରେ, ଏହି ଆପ ଏବେ ବ୍ରାଜିଲ ଏବଂ ମଧ୍ୟ ପୂର୍ବଭାଗର ଅନେକ ଦେଶରେ ପୂର୍ବରୁ ହିଁ ବନ୍ଦ ହୋଇସାରିଛି । ତେବେ କମ୍ପାନୀର କହିବା କଥା, ଏହି ଆପ୍ ବନ୍ଦ କରି ନିଜର ସବୁ ଧ୍ୟାନ ଓ ସମ୍ବଳକୁ ଅନ୍ୟ ବ୍ୟବସାୟରେ ଲଗାଇବ ।
2017ରେ ଏହି ଭିଗୋ ଭିଡିଓ ଲଞ୍ଚ କରାଯାଇଥିଲା । ଏହି ପ୍ଲାଟଫର୍ମରେ 15 ସେକେଣ୍ଡ ପାଇଁ ଏବି ଭିଡିଓ ତିଆରି କରାଯାଇ ପାରିବ । ଏହି ଆପକୁ ଗୁଗଲ ପ୍ଲେ ର ଲିଷ୍ଟିଙ୍ଗ ରୁ ଜଣାପଡୁଛି ଯେ, ଗ୍ଲାବାଲ ଡାଉନଲୋଡର ସଂଖ୍ୟା ଅନୁସାରେ, ଏହି ଆପକୁ 100 ମିଲିୟନରୁ ଊର୍ଦ୍ଧ୍ବ ୟୁଜର୍ସ ଡାଉନଲୋଡ କରିଛନ୍ତି ।
ମାତ୍ର ସେହି ସ୍ଥାନରେ ଟିକଟକ ଆପକୁ ଭିଡିଓ ତିଆରି ପାଇଁ ଭାରତରେ ବେଶୀ ପସନ୍ଦ କରୁଥିବା ଦେଖାଯାଇଛି । ଟିକଟକ ଆପ ତୁଳନାରେ ଭିଗୋ ଆପ ବେଶୀ ୟୁଜର୍ସଙ୍କ ମଧ୍ୟରେ ଆଦୃତ ହୋଇ ପାରିନାହିଁ ।
ଚଳିତବର୍ଷ ଏପ୍ରିଲ ସୁଦ୍ଧା ଟିକଟକ ଆପକୁ ପାଖାପାଖି 100 କୋଟିରୁ ଊର୍ଦ୍ଧ୍ବ ୟୁଜର୍ସଙ୍କ ପାଖରେ ପହଞ୍ଚି ସାରିଲାଣି । ଟିକଟକରେ ୟୁଜର୍ସଙ୍କ ସର୍ଟ ଭିଡିଓ ଫର୍ମାଟ କାରଣରୁ ବେଶ ପସନ୍ଦ କରାଯାଉଛି । ଏହି ଆପ ଜରିଆରେ ୟୁଜର୍ସ ନିଜ ଭିଡିଓକୁ ସୁଟ, ପୋଷ୍ଟ ଏବଂ ସେୟାର କରି ପାରିବା ସହ ଅନ୍ୟ କ୍ରିଏଟର୍ସଙ୍କ ଭିଡିଓ ଦେଖି ମଧ୍ୟ ନିଜର ଏଣ୍ଟରଟେନ କରିପାରୁଛନ୍ତି । ଏହାସହ ଟିକଟକ ଫେସବୁକ, ଲାସୋ, ଇଷ୍ଟାଗ୍ରାମ ଏବଂ ଲାଇକ ଭିଡିଓକୁ ମଧ୍ୟ କଡା ଟକ୍କର ଦେଉଥିବା ଜଣାପଡିଛି ।