ETV Bharat / bharat

ଉପନିର୍ବାଚନ ଫଳାଫଳ: 17 ରାଜ୍ୟ 52 ସିଟ; ବିଜେପିକୁ ମାତ୍ର 15

author img

By

Published : Oct 24, 2019, 8:40 PM IST

ଦେଶରେ 17 ଟି ରାଜ୍ୟରେ 52 ଟି ସିଟ ପାଇଁ ହୋଇଥିବା ଉପନିର୍ବାଚନ ଫଳାଫଳ  ବିଜେପିକୁ ବିସ୍ମିତ କରିଛି । 52 ଟି ମଧ୍ୟକୁ 50 ଟି ବିଧାନସଭା ଓ 2ଟି ଲୋକସଭା ଆସନ ପାଇଁ ମତଦାନ ହୋଇଥିଲା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ

ନୂଆଦିଲ୍ଲୀ: ମୋଦି 2.0ର ପ୍ରଥମ ରେଜଲ୍ଟ ଆଉ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ । ହରିୟାଣାରେ ମୋଦି ମ୍ୟାଜିକ ଫିକା ପଡିଥିବା ଫଳାଫଳରୁ ଜଣାପଡୁଛି । ସରକାର ଗଢିବା ନେଇ ଆଶା ଆଶଙ୍କା ଭିତରେ ବିଜେପି । ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ସରକାର ଗଠନ କରିବା ଏକ ପ୍ରକାର ଧାର୍ଯ୍ୟ । ହେଲେ ଏହି ତଥ୍ୟ ବିଜେପିକୁ ସମୀକ୍ଷା କରିବା ପାଇଁ ବାଧ୍ୟ କରିବ । ଦେଶରେ 17 ଟି ରାଜ୍ୟରେ 52 ଟି ସିଟ ପାଇଁ ହୋଇଥିବା ଉପନିର୍ବାଚନ ଫଳାଫଳ ବିଜେପିକୁ ବିସ୍ମିତ କରିଛି । 52 ଟି ମଧ୍ୟରୁ 50 ଟି ବିଧାନସଭା ଓ 2ଟି ଲୋକସଭା ଆସନ ପାଇଁ ମତଦାନ ହୋଇଥିଲା ।

କେନ୍ଦ୍ରରେ ସତ୍ତାଧାରୀ ବିଜେପିକୁ ଶକ୍ତ ଧକ୍କା ଦେଇଛି ଏହି ରେଜଲ୍ଟ । 17 ଟି ରାଜ୍ୟର 52 ସିଟରୁ 17 ଟି ବିଜେପି ଖାତାକୁ ଯାଇଛି । ଏଥିମଧ୍ୟରୁ ୟୁପିରେ ସର୍ବାଧିକ ସିଟ ମିଳିଛି ବିଜେପିକୁ ।

ଆସାମରେ ବିଜେପି ୩ଟି ଆସନରେ ଓ ମେଘାଳୟରେ ୟୁନାଇଟେଡ ଡେମୋକ୍ରାଟିକ ପାର୍ଟି ୧ଟି ଆସନରେ ବିଜୟ ହାସଲ କରିଛନ୍ତି । ବିହାରରେ ୫ଟି ଆସନରେ ଉପନିର୍ବାଚନ ହୋଇଥିଲା । ସେଥିମଧ୍ୟରୁ ଜେଡିୟୁ ୧ଟି ଆସନରେ, ଆରଜେଡିକୁ ୨ଟି ଆସନରେ , ଏଆଇଏମଏମ ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ଗୋଟିଏ ଆସନରେ ବିଜୟ ମିଳିଛି । ବିହାରରେ ପ୍ରଥମ ଥର ପାଇଁ ଏସଦ୍ଦୁଦ୍ଦିନ ଓବେସୀଙ୍କ ଦଳ ଏଆଇଏମଏମ ଖାତା ଖୋଲିଛି । ସେହପରି ଓଡିଶାର ବିଜେପୁରରେ ବିଜେପି ଧରାଶାୟୀ ହୋଇଛି ।

ଗୁଜୁରାଟ, ରାଜସ୍ଥାନ, ପଞ୍ଜାବ, ମଧ୍ୟପ୍ରଦେଶରେ ବିଜେପିକୁ ଝଟକା ଲାଗିଛି । ଏହି ସମସ୍ତ ରାଜ୍ୟରେ ବିଜେପିକୁ 1ଟି ଲେଖାଏଁ ସିଟ୍‌ରେ କ୍ଷତି ହୋଇଛି । ଏହାସହ ବିହାର ଓ ପଞ୍ଜାବରେ ବିଜେପି ସହଯୋଗୀ ଦଳକୁ ବଡ କ୍ଷତି ସହିବାକୁ ପଡିଛି । ପଞ୍ଜାବରେ ମେଣ୍ଟ ହୋଇଥିବା ବିଜେପି-ଶିରୋମଣି ଅକାଳୀ ଦଳ ହାତରୁ ଗୋଟିଏ ଗୋଟିଏ ଲେଖାଏଁ ସିଟ ଖସିଛି । କଂଗ୍ରେସ 3ଟି ସିଟ୍‌ରେ ବିଜୟ ହାସଲ କରିଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.