ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଆଗ୍ରା ଠାରେ ହୋଇଥିବା ଭୟାନକ ସଡକ ଦୁର୍ଘଟଣାରେ ମୃତାହତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ବିଜେପି ରାଷ୍ଟ୍ରୀୟ କାର୍ଯକାରୀ ସଭାପତି ତଥା ଦଳର ରାଜ୍ୟସଭା ସାଂସଦ ଜଗତ ପ୍ରକାଶ ନଡ଼୍ଡା ।
ଆଜି ସକାଳେ ଦୁର୍ଘଟଣାଗ୍ରସ୍ତ ବସଟି ଲକ୍ଷ୍ନୌରୁ ଗାଜିଆବାଦ ଯାଉଥିବାବେଳେ ଯମୁନା ନଦୀରେ ଥିବା ପୋଲ ତଳକୁ ଭାରସାମ୍ଯ ହରାଇ ଖସିପଡ଼ିଥିଲା । ଫଳରେ ଘଟଣାସ୍ଥଳରେ 29 ଜଣଙ୍କର ମୃତ୍ଯୁ ଘଟିଥିଲା । ଏ ଘଟଣାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ଯନାଥ ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ଘୋଷଣା କରିବା ସହ ସମବେଦନା ଜଣାଇଛନ୍ତି ।