କୋଲକାତା: ଆରମ୍ଭ ହେଲା ଭାରତ-ବାଂଲାଦେଶ ମଧ୍ୟରେ ବସ ସେବା । ପ୍ରଥମ ବସ ପହଞ୍ଚିଲା ପଶ୍ଚିମବଙ୍ଗର ଜଲପାଇଗୁଡିର ଫୁଲବାରୀରେ । ପ୍ରାୟ 13ଜଣ ବାଂଲାଦେଶୀ ଯାତ୍ରୀ ପହଞ୍ଚିଛନ୍ତି ଫୁଲବାରୀରେ ।
ଏହି ବସ ସେବା ମେ 26 ତାରିଖ ସଂଧ୍ୟାରେ ଲଞ୍ଚ କରାଯାଇଥିଲା । ଢାକାରୁ ସିଲିଗୁଡି ଭାୟା ବାଂଲାବନ୍ଧ ଏବଂ ଫୁଲବାରୀ ଦେଇ ଯାତ୍ରା କରିଥିଲା ଏହି ବସ । ବସଟି ସୋମବାର ଭାରତ-ବାଂଲାଦେଶ ସୀମାରେ ପହଞ୍ଚିଛି । ପଶ୍ଚିମବଙ୍ଗର ଜଲପାଇଗୁଡି ଏହି ସୀମାକୁ ସଂଯୋଗ କରୁଛି ।