ଭୋପାଳ: ନଦୀକୁ ବସ ଖସି ପଡିବାରୁ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 36 ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ରାୟସେନ ଜିଲ୍ଲା ଦେଇ ଦେଇ ପ୍ରବାହିତ ରିଛନ ନଦୀରେ ।
ଗତ ବୁଧବାର ଏକ ବସ ଇନ୍ଦୋରରୁ ଛତରପୁରକୁ ଯାଉଥିଲା । ବିଳମ୍ବିତ ରାତି 2ଟା ସମୟରେ ହଠାତ୍ ବସଟି ନିୟନ୍ତ୍ରଣ ହରାଇ ରିଛନ ନଦୀ ମଧ୍ୟକୁ ଖସି ପଡିଥିଲା । ଘଟଣାସ୍ଥଳରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, 36 ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଏ ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ବସରୁ ବାହାରକୁ ବାହାର କରିଥିଲେ । ପରେ ପୋଲିସ ଏବଂ ପ୍ରଶାସନ ପହଞ୍ଚି ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲକୁ ପଠାଇଥିଲା ।