ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରରେ କୋରୋନା ସଙ୍କଟ ଆହୁରି ଜଟିଳ ହେବାରେ ଲାଗିଛି । ଏହାର ମୁକାବିଲା ପାଇଁ ପ୍ରସ୍ତୁତ ଦିଲ୍ଲୀ ସରକାର । ଯାହାକୁ ନେଇ ଜବାହରଲାଲ ନେହେରୁ (ଜେଏଲ୍ଏନ୍) ଷ୍ଟାଡିୟମ୍ କମ୍ପ୍ଲେକ୍ସର କୋଠାକୁ କ୍ବାରେଣ୍ଟାଇନ ରୁମ୍ ପାଇଁ ବ୍ୟବହାର କରାଯିବ । ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣ-ପୂର୍ବ ଡିଡିଏମଏର ଚେୟାରମ୍ୟାନ୍ ହାର୍ଲିନ କୌର ।
ତେବେ ଦେଶରେ ବର୍ଦ୍ଧିତ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଉଛି । ଯେଉଁଥିପାଇଁ ସମସ୍ତ ରାଜ୍ୟର ମୁଖ୍ୟ ସ୍ଥାନରେ ଥିବା କୋଠା ଗୁଡିକୁ କ୍ବାରେଣ୍ଟାଇନ କରିବା ପାଇଁ ନିଷ୍ପତ୍ତି ନିଆଯାଉଛି ।