ଲକ୍ଷ୍ନୌ: ଉତ୍ତରପ୍ରଦେଶର ନୋଏଡାରେ ବଡ ଧରଣର ଦୁର୍ଘଟଣା । ସେକ୍ଟର 11ରେ ଏକ ବହୁ ମହଲା ବିଶିଷ୍ଟ ଏକ କୋଠା ଭୁଶୁଡି ପଡିଛି । ଘଟଣାରେ 4 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନେକ ଲୋକ ଏବେ ବି ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପୋଲିସ ଓ ଏନଡିଆରଫେର ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
ଭୁଶୁଡି ପଡିଥିବା କୋଠାର ନିର୍ମାଣ କାର୍ଯ୍ୟ ଜାରି ରହିଥିବା ପ୍ରାଥମିକ ଯାଞ୍ଚରୁ ସୂଚନା ମିଳିଛି । ତେବେ ଘଟଣାସ୍ଥଳରେ ଆଖପାଖରେ ଲୋକଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି । ଏହି କୋଠାଟି ସେକ୍ଟର 24 ସ୍ଥିତ ପୋଲିସ ଷ୍ଟେସନ ଅଧିନରେ ଆସୁଥିବା ଜଣାପଡିଛି । ତେବେ କୋଠା ଭୁଶୁଡିବା ଘଟଣାର ସମୀକ୍ଷା କରିବା ସହିତ କମିଶନରଙ୍କୁ ଯାଞ୍ଚ ଆଦେଶ ଦେଇଛନ୍ତି ।