ETV Bharat / bharat

ଡେରାଡୁନ୍ କୋଠା ଭୁଶୁଡିବା ଘଟଣାରେ ମୃତ୍ୟୁସଂଖ୍ୟା 4 ବୃଦ୍ଧି, ଉଦ୍ଧାର କାର୍ଯ୍ୟ ଜାରି - building collapsed

ଡେରାଡୁନର ଚୁକୁୱାଲା ଅଞ୍ଚଳରେ କୋଠା ଭୁଷୁଡିବା ଘଟଣାରେ ମୃତ୍ୟୁସଂଖ୍ୟା 4 କୁ ବୃଦ୍ଧି । ଏହାସହ 3 ଜଣ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

building collapsed in Chukkuwala area of Dehradun
ଭୁଷୁଡିଲା କୋଠା: 3 ଆହତ ଉଦ୍ଧାର, ଅନେକ ଫସି ରହିଥିବା ସନ୍ଦେହ
author img

By

Published : Jul 15, 2020, 8:09 AM IST

Updated : Jul 15, 2020, 12:07 PM IST

ଉତ୍ତରାଖଣ୍ଡ: ଡେରାଡୁନର ଚୁକୁୱାଲା ଅଞ୍ଚଳରେ କୋଠା ଭୁଶୁଡିବା ଘଟଣାରେ ମୃତ୍ୟୁସଂଖ୍ୟା 4 କୁ ବୃଦ୍ଧି । ଜାତୀୟ ବିପର୍ଯ୍ୟୟ ମୁକାବିଲା ଟିମର ମହାନିର୍ଦ୍ଦେଶକ ସତ୍ୟ ପ୍ରଧାନ ଏନେଇ ସୂଚନା ଦେଇଛନ୍ତି । ଏହାସହ କୋଠା ତଳେ ଚାପି ହୋଇ ରହିଥିବା 3 ଜଣ ଆହତଙ୍କୁ ଉଦ୍ଧାର କରାଯାଇ 108 ଆମ୍ବୁଲାନ୍ସ ଯୋଗେ ଡୁନ୍ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଛି।

ଡେରାଡୁନ୍ କୋଠା ଭୁଶୁଡିବା ଘଟଣାରେ 3 ମୃତ, ଉଦ୍ଧାର କାର୍ଯ୍ୟ ଜାରି

ଘଟଣାସ୍ଥଳରେ ଉପସ୍ଥିତ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (SDRF)ଟିମ ଦ୍ବାରା ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି । ଏହି କୋଠା ଭୁଶୁଡ଼ିବାରେ ମୃତକ ତିନିଜଣ ମହିଳା । ମୃତକଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ମଧ୍ୟ ଅଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ 1 ଟାରେ, ଡେରାଡୁନ୍‌ର ନେଶଭିଲ୍ଲା ରୋଡରେ ଥିବା ଚୁକୁୱାଲାଠାରେ ଏକ କୋଠା ଭୁଶୁଡି ପଡିଥିବା ଏସଡିଆରଏଫକୁ ସୂଚନା ଦିଆଯାଇଥିଲା । ସୂଚନା ପାଇବା ପରେ ଏସଡିଆରଏଫ୍ ଉଦ୍ଧାର କାର୍ଯ୍ୟରେ ପହଞ୍ଚିଥିଲା ​​।

ଏହି ଘଟଣା ସମୟରେ ଘରେ ମୋଟ 6 ଜଣ ସଦସ୍ୟ ଥିଲେ। ମୃତକଙ୍କ ନାମ କିରଣ (ଗର୍ଭବତୀ ମହିଳା) ମୃତ ସୃଷ୍ଟି ବୟସ 8 ବର୍ଷ ଏବଂ ମୃତ ଭିମାଲା ଦେବୀଙ୍କ ବୟସ 37 ବର୍ଷ ବୋଲି ଜଣାପଡିଛି। ଆହତମାନେ ସମୀର ଚୌହାନ( 30 ), କୃଷ୍ଣଙ୍କ (10) ବୋଲି ଜଣାପଡିଛି। ଏଥିସହ ଘଟଣା ବିଷୟରେ ଜଣେ ମହିଳାଙ୍କୁ ପଚରାଉଚରା କରାଯାଉଛି। ପରିସ୍ଥିତିର ଅନୁଧ୍ୟାନ ପାଇଁ ଜିଲ୍ଲାର ସମସ୍ତ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Last Updated : Jul 15, 2020, 12:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.