ନୂଆଦିଲ୍ଲୀ: ସୋମବାର ବିଳମ୍ବିତ ରାତିରେ ପୁଣିଥରେ ଦିଲ୍ଲୀର ସୀଲମପୁରରେ ଏକ କୋଠା ଭୁଷୁଡିଛି । ଏହି 4 ମହଲା କୋଠା ଭୁଷୁଡିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଏହି ଭଗ୍ନାବଶେଷ କୋଠା ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।
ସୂଚନା ଅନୁସାରେ, ସୋମବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ତେବେ ସ୍ଥାନୀୟ ଲୋକଙ୍କ କହିବା କଥା ହେଲା କୋଠାଟି ବହୁ ପୁରୁଣା । ଏହି କାରଣରୁ ଅଘଟଣ ଘଟିଥାଇପାରେ ବୋଲି ଆଶଙ୍କା କରାଯାଉଛି । ଅନ୍ୟପଟେ ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେ ଗୁରୁତର ଆହାତ ହୋଇଛନ୍ତି ।
ତୁରନ୍ତ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଉଦ୍ଧାରକାରୀ ଟିମ୍ । ସେଠାରୁ ସୁରକ୍ଷିତ ଭାବେ 6 ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଅନ୍ୟପଟେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଉ କେହି ଫସିରହିଥିବା ଆଶଙ୍କା କରାଯାଉଛି ।