ETV Bharat / bharat

ଜାନୁଆରୀ 29ରେ ସଂସଦର ବଜେଟ ଅଧିବେଶନ ଆରମ୍ଭ, ଫେବୃଆରୀ ପହିଲାରେ ସାଧାରଣ ବଜେଟ - ବଜେଟ ଅଧିବେଶନ

ଘୋଷଣା ହୋଇଛି ସଂସଦ ବଜେଟ ଅଧିବେଶନର ତାରିଖ । ଫେବୃଆରୀ ପହିଲାରେ ଆର୍ଥିକ ବର୍ଷ 2021-22 ପାଇଁ ସଂସଦର ସାଧାରଣ ବଜେଟ ଆଗତ ହେବ । ଅଧିକ ପଢନ୍ତୁ...

ଜାନୁଆରୀ 29ରେ ସଂସଦର ବଜେଟ ଅଧିବେଶନ ଆରମ୍ଭ, ଫେବୃଆରୀ ପହିଲାରେ ସାଧାରଣ ବଜେଟ

author img

By

Published : Jan 14, 2021, 8:22 PM IST

ନୂଆଦିଲ୍ଲୀ: ଘୋଷଣା ହୋଇଛି ସଂସଦ ବଜେଟ ଅଧିବେଶନର ତାରିଖ । ଚଳିତ ଥର ବଜେଟ ଅଧିବେଶନ ଜାନୁଆରୀ 29ରୁ ଆରମ୍ଭ ହୋଇ ଏପ୍ରିଲ 8 ଯାଏଁ ଚାଲିବ । ତେବେ 2ଟି ପର୍ଯ୍ୟାୟରେ ହେବ ଏହି ବଜେଟ ଅଧିବେଶନ । ଏହି ଅବସରରେ ଫେବୃଆରୀ ପହିଲାରେ ଆର୍ଥିକ ବର୍ଷ 2021-22 ପାଇଁ ସଂସଦର ସାଧାରଣ ବଜେଟ ଆଗତ ହେବ ।

ଲୋକସଭା ସଚିବାଳୟ ଅନୁଯାୟୀ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ 29 ଜାନୁଆରୀରେ ଆରମ୍ଭ ହୋଇ ଫେବୃଆରୀ 15 ଯାଏଁ ଚାଲିବ । ସେହିପରି ଦ୍ବିତୀୟ ପର୍ଯ୍ୟାୟ 8 ମାର୍ଚ୍ଚରୁ 8 ଏପ୍ରିଲ ପର୍ଯ୍ୟନ୍ତ ଚାଲିବ । 29 ଜାନୁଆରୀ ଦିନ 11ଟାରେ ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାର ମିଳିତ ବୈଠକକୁ ସମ୍ବୋଧନ କରିବେ । ସାଧାରଣ ବଜେଟ ଫେବୃଆରୀ ପହିଲା ଦିନ 11ଟାରେ ଆଗତ କରାଯିବ ।

ସଂସଦୀୟ ମାମଲାରେ ମନ୍ତ୍ରୀମଣ୍ଡଳୀୟ କମିଟି(CCPA) 29 ଜାନୁଆରୀରେ ବଜେଟ ଅଧିବେଶନର ସୁପାରିଶ କରିଥିଲେ । ଅଧିବେଶନ ସମୟରେ କୋରୋନା ଭାଇରସ ସହିତ ଜଡିତ ସମସ୍ତ ପ୍ରୋଟୋକଲର ଅନୁପାଳନ କରାଯିବ ।

ମହାମାରୀ କୋରୋନା କାରଣରୁ ଶୀତକାଳୀନ ଅଧିବେଶନ ବସିପାରିନଥିଲା । କୋରୋନା ସଂକ୍ରମଣ ବୃଦ୍ଧି କାରଣରୁ ଚଳିତ ଥର ଶୀତକାଳୀନ ଅଧିବେଶନର ଆୟୋଜନ ହେବନାହିଁ ବୋଲି ସୂଚନା ଦେଇଥିଲେ । ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ଟାର୍ଗେଟ କରିଥିଲେ ବିରୋଧି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.