ETV Bharat / bharat

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଜି ସଂସଦରେ ଆସିବ ଧନ୍ୟବାଦ ପ୍ରସ୍ତାବ - Motion of Thanks

ସଂସଦର ବଜେଟ୍  ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ସୋମବାର ଧନ୍ୟବାଦ ପ୍ରସ୍ତାବ ଆଗତ ହେବ । ଏହି  ଧନ୍ୟବାଦ ପ୍ରସ୍ତାବ ଉପରେ ସଂସଦର ଉଭୟ ଗୃହରେ ଆଲୋଚନା ହେବ । ଅଧିକ ପଢନ୍ତୁ...

parliament
ସଂସଦ
author img

By

Published : Feb 3, 2020, 10:16 AM IST

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ସୋମବାର ଧନ୍ୟବାଦ ପ୍ରସ୍ତାବ ଆଗତ ହେବ । ଏହି ଧନ୍ୟବାଦ ପ୍ରସ୍ତାବ ଉପରେ ସଂସଦର ଉଭୟ ଗୃହରେ ଆଲୋଚନା ହେବ । ପ୍ରସ୍ତାବ ଉପରେ ଲୋକସଭାରେ ବିଜେପି ସାଂସଦ ପରବେସ ସିଂହ ବର୍ମା ଆଲୋଚନା ଆରମ୍ଭ କରିବେ । ସେହିପରି ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ସିଂହ ୟାଦବ ଆଲୋଚନା ଆରମ୍ଭ କରିବେ ।

ତେବେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଫେବୃଆରୀ 5 ତାରିଖରେ ନିଜ ସମ୍ବୋଧନ ରଖିବେ । ସୂଚନାଯୋଗ୍ୟ ଯେ, ଜାନୁଆରୀ 31 ତାରିଖରେ ବଜେଟ ଅଧିବେଶନର ମିଳିତ ଗୃହରେ ରାଷ୍ଟ୍ରପତି ଅଭିଭାଷଣ ରଖିଥିଲେ । ସେ ନିଜ ଅଭିଭାଷଣରେ ମୋଦି ସରକାରଙ୍କ ଉପଲବ୍ଧି ସମ୍ବନ୍ଧରେ ଅବଗତ କରାଇଥିଲେ । ତେବେ ସମ୍ବିଧାନର ନିୟମ ଅନୁଯାୟୀ ସରକାରଙ୍କ ପକ୍ଷରୁ ମୋସନ ଅଫ ଥ୍ୟାଙ୍କ୍‌ସ ବା ଧନ୍ୟବାଦ ପ୍ରସ୍ତାବ ଆଗତ କରାଯାଇଥାଏ ।

ସେପଟେ ସମସ୍ତ ବିରୋଧୀ ଦଳ ସିଏଏ, ଏନଆରସି ଏବଂ ଏନପିଆରକୁ ନେଇ ସଂସଦରେ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.