ETV Bharat / bharat

କୋରୋନା ଆତଙ୍କ: 'ଭାରତରେ ଏବେ ସୁଦ୍ଧା 29 ଆକ୍ରାନ୍ତ'

ଭାରତରେ ଏବେସୁଦ୍ଧା କୋରୋନା ଭାଇରସର 29ଟି ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ସେଥିମଧ୍ୟରୁ 3 ଜଣ ସୁସ୍ଥ ଅଛନ୍ତି ବୋଲି ରାଜ୍ୟସଭାରେ କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ । ଅଧିକ ପଢନ୍ତୁ...

budget-session
ବଜେଟ ଅଧିବେଶନ
author img

By

Published : Mar 5, 2020, 12:43 PM IST

ନୂଆଦିଲ୍ଲୀ: ସଂସଦରେ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଆଜି(ଗୁରୁବାର) ଚତୁର୍ଥ ଦିନ । ଭାରତ ସମେତ ବିଶ୍ବରେ କୋରୋନା ଭାଇରସକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଏନେଇ ଆଜି ରାଜ୍ୟସଭାରେ ବିବୃତ୍ତି ରଖିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ । ସେ କହିଛନ୍ତି, 'ଭାରତରେ ଏବେସୁଦ୍ଧା କୋରୋନା ଭାଇରସର 29ଟି ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ସେଥିମଧ୍ୟରୁ 3 ଜଣ ସୁସ୍ଥ ଅଛନ୍ତି । ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି । କୋରୋନାକୁ ଦୃଷ୍ଟିରେ ରଖି ଭାରତ ସରକାର WHO ସହ ସମ୍ପର୍କରେ ଅଛନ୍ତି ।'

ବଜେଟ ଅଧିବେଶନ

କୋରୋନା ଭାଇରସ ଏବେ ବହୁତ ବଡ ସମସ୍ୟା ରୂପରେ ଉଭା ହୋଇଛି । ଏହାକୁ ନେଇ ସରକାର କି କି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ରାଜ୍ୟସଭାରେ ପ୍ରଶ୍ନ କରାଯାଇଥିଲା । ଯାହାର ଜବାବରେ କେନ୍ଦ୍ରମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି, 'ମାର୍ଚ୍ଚ 4 ସୁଦ୍ଧା ମୋଟ 28,529 ଲୋକଙ୍କୁ କମ୍ୟୁନିଟି ସର୍ଭିସାନ୍ସରେ ରଖାଯାଇଛି । ଖୋଦ ପ୍ରଧାନମନ୍ତ୍ରୀ ମୋଦି, ମୁଁ ଏବଂ ମନ୍ତ୍ରୀଙ୍କର ଏକ ପ୍ରତିନିଧି ମଣ୍ଡଳ କ୍ରମାଗତ ଭାବରେ ମାମଲାର ସମୀକ୍ଷା କରୁଛୁ । ଭାରତ ସରକାର WHO ପକ୍ଷରୁ ନିର୍ଦ୍ଦେଶ ଜାରି କରିବା ପୂର୍ବରୁ ହିଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ଭାରତ ଜାନୁଆରୀ 17ରୁ ହିଁ କୋରୋନା ଭାଇରସକୁ ନେଇ ଆବଶ୍ୟକୀୟ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା ।'

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.