ETV Bharat / bharat

ପ୍ରଥମଥର ପାଇଁ ପ୍ରିଣ୍ଟ ହେବନି ବଜେଟ ଡକ୍ୟୁମେଣ୍ଟ, ଜାଣନ୍ତୁ କାହିଁକି... - budget documents

ଚଳିତଥର ବଜେଟ ଡକ୍ୟୁମେଣ୍ଟ ପେପର କପି ଜାଗାରେ ସଫ୍ଟ କପି ବ୍ୟବହାର କରିବାକୁ ଲୋକସଭା ଏବଂ ରାଜ୍ୟସଭା ପକ୍ଷରୁ ସମସ୍ତ ସାଂସଦଙ୍କୁ ଅନୁରୋଧ କରାଯାଇଛି । ଅଧିକ ପଢନ୍ତୁ...

ଚଳିତବର୍ଷ ହେବନି ବଜେଟ ଡକ୍ୟୁମେଣ୍ଟ ପ୍ରିଣ୍ଟ
ଚଳିତବର୍ଷ ହେବନି ବଜେଟ ଡକ୍ୟୁମେଣ୍ଟ ପ୍ରିଣ୍ଟ
author img

By

Published : Jan 11, 2021, 4:00 PM IST

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ 1ରୁ ଆରମ୍ଭ ହେବାକୁ ଯାଉଛି କେନ୍ଦ୍ରୀୟ ବଜେଟ । ଯେଉଁଥିପାଇଁ ପ୍ରସ୍ତୁତ ହୋଇଥାଏ ବଜେଟ ଡକ୍ୟୁମେଣ୍ଟ । ମାତ୍ର କୋରୋନା ମହାମାରୀ କାରଣରୁ ଚଳିତବର୍ଷ ବଜେଟ ଡକ୍ୟୁମେଣ୍ଟ ପ୍ରିଣ୍ଟ କରାଯିବନି । 1947 ମସିହା ପରଠୁ ଏହା ପ୍ରଥମ ଘଟଣା ହେବ ।

ଯେଉଁଠି ବଜେଟ ଡକ୍ୟୁମେଣ୍ଟକୁ ପ୍ରିଣ୍ଟ କରିବା ପରିବର୍ତ୍ତେ ଡିଜିଟାଲରେ ହେବ । ଚଳିତଥର ବଜେଟ ଡକ୍ୟୁମେଣ୍ଟ ପେପର କପି ଜାଗାରେ ସଫ୍ଟକପି ବ୍ୟବହାର କରରିବାକୁ ଲୋକସଭା ଏବଂ ରାଜ୍ୟସଭା ପକ୍ଷରୁ ସମସ୍ତ ସାଂସଦଙ୍କୁ ଏନେଇ ଅନୁରୋଧ କରାଯାଇଛି ।

ଇଂରାଜୀ ଖବର କାଗଜ ବିଜେନେସ ଷ୍ଟାଣ୍ଡାର୍ଡର ଗୋଟିଏ ରିପୋର୍ଟରେ ଏ ବାବଦରେ ସୂଚନା ରହିଛି । ଏହି ରିପୋର୍ଟରେ କୁହାଯାଇଛି ଯେ, କୋଭିଡ ସଂକ୍ରମଣକୁ ଏଡାଇବା ପାଇଁ ପେପର ପ୍ରିଣ୍ଟକୁ ବନ୍ଦ କରାଯାଇଛି । 26 ନଭେମ୍ବର 1947 ମସିହାରେ ପ୍ରଥମଥର ୟୁନିଅନ ବଜେଟ ପାଇଁ ବଜେଟ ଡକ୍ୟୁମେଣ୍ଟ ପ୍ରିଣ୍ଟ କରାଯାଇଥିଲା । ଏହାପରେ ପ୍ରତିବର୍ଷ ବଜେଟ ଅଧିବେଶନ ସମୟରେ ଡକ୍ୟୁମେଣ୍ଟ ପ୍ରିଣ୍ଟ କରାଯାଏ ।

ପ୍ରତିବର୍ଷ ବଜେଟ ଉପସ୍ଥାପନା ପୂର୍ବରୁ ଅର୍ଥମନ୍ତ୍ରଣାଳୟ 'ହଲୱା ସେରେମୋନି'ର ଆୟୋଜନ କରାଯାଇଥାଏ । ଆଉ ପ୍ରିଣ୍ଟିଂ କାମରେ ନିୟୋଜିତ ଥିବା କର୍ମଚାରୀଙ୍କୁ ହଲୱା ବଣ୍ଟାଯିବା ସହ ବଜେଟ ସହ ଜଡିତ ଡକ୍ୟୁମେଣ୍ଟର ପ୍ରିଣ୍ଟ କରାଯାଏ । ଏହି କାମ ସବୁ ଉତ୍ତର ବ୍ଲକର ତଳ ମହଲାରେ କରାଯାଇଥାଏ ।

ସାଧାରଣତଃ ଏହି ବଜେଟ ଡକ୍ୟୁମେଣ୍ଟ ଗୁଡିକର ମୁଦ୍ରଣ ପ୍ରକ୍ରିୟାରେ ପ୍ରାୟ 100 କର୍ମଚାରୀ ନିୟୋଜିତ ହୋଇଥାନ୍ତି । ସମଗ୍ର ମୁଦ୍ରଣ ପ୍ରକ୍ରିୟା ପାଇଁ ପାଖାପାଖି ପ୍ରାୟ 2 ସପ୍ତାହ ଲାଗିଥାଏ । 2019 ଏବଂ 2020 ମସିହାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଦଲିଲ ଗୁଡ଼ିକୁ ପାରମ୍ପାରିକ ବହି-ଖାତା ରୂପେ ସଂସଦକୁ ନେଇଯାଆନ୍ତି । ଚଳିତବର୍ଷ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ 2021-22 ମସିହା ପାଇଁ ଫେବୃଆରୀ 1ରେ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.