ETV Bharat / bharat

ମାୟାବତୀଙ୍କ ବାପା ପ୍ରଭୁ ଦୟାଲଙ୍କ ନିଧନ, ବହୁଜନ ସମାଜବାଦୀ ପାର୍ଟି ପକ୍ଷରୁ ସୂଚନା

author img

By

Published : Nov 19, 2020, 10:36 PM IST

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ବାପା ପ୍ରଭୁ ଦୟାଲଙ୍କ 95 ବର୍ଷ ବୟସରେ ଦେହାନ୍ତ ହୋଇଛି। ଅଧିକ ବୟସ ଯୋଗୁଁ ପ୍ରଭୁ ଦୟାଲ ଦୀର୍ଘଦିନ ହେଲା ବିଭିନ୍ନ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ହୋଇ ରହିଥିଲେ। ଅଧିକ ପଢ଼ନ୍ତୁ...

ମାୟାବତୀଙ୍କ ବାପା ପ୍ରଭୁ ଦୟାଲଙ୍କ ନିଧନ, ବହୁଜନ ସମାଜବାଦୀ ପାର୍ଟି ପକ୍ଷରୁ ସୂଚନା
ମାୟାବତୀଙ୍କ ବାପା ପ୍ରଭୁ ଦୟାଲଙ୍କ ନିଧନ, ବହୁଜନ ସମାଜବାଦୀ ପାର୍ଟି ପକ୍ଷରୁ ସୂଚନା

ଲକ୍ଷ୍ନୌ: ଆରପାରିରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ବାପା ପ୍ରଭୁ ଦୟାଲ। ମୃତ୍ୟୁ ବେଳକୁ ପ୍ରଭୁ ଦୟାଲଙ୍କୁ 95 ବର୍ଷ ବୟସ ହୋଇଥିଲା। ବହୁଜନ ସମାଜବାଦୀ ପାର୍ଟି ପକ୍ଷରୁ ଅଧ୍ୟକ୍ଷାଙ୍କ ବାପାଙ୍କ ନିଧନରେ ଶୋକ ପ୍ରକାଶ କରାଯାଇଛି ।

ପ୍ରଭୁ ଦୟାଲଙ୍କ ଦେହାନ୍ତ ହୋଇଥିବା ନେଇ ବହୁଜନ ସମାଜବାଦୀ ପାର୍ଟିର ସଚିବ ସତୀଶ ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି। ଏନେଇ ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ କାର୍ଯ୍ୟାଳୟରେ ବିଭିନ୍ନ ନେତା ଓ ଅଧିକାରୀଙ୍କ ପକ୍ଷରୁ ପ୍ରଭୁ ଦୟାଲଙ୍କ ପାଇଁ ନୀରବ ପ୍ରାର୍ଥନା କରାଯିବା ସହ ତାଙ୍କ ଆତ୍ମାର ସଦଗତି କାମନା କରାଯାଇଥିଲା। ମାୟାବତୀଙ୍କ ଶୋକ ସନ୍ତପ୍ତ ପରିବାର ସମସ୍ତ ସମାଜବାଦୀ ପାର୍ଟି କର୍ମୀ ଓ ନେତାମାନେ ସମବେଦନା ଜଣାଇଥିଲେ।

ପ୍ରଭୁ ଦୟାଲ ଦିଲ୍ଲୀରେ ମାୟାବତୀଙ୍କ ଭାଇଙ୍କ ସହ ରହି ଆସୁଥିଲେ। ତେବେ ଅଧିକ ବୟସ ଯୋଗୁଁ ପ୍ରଭୁ ଦୟାଲ ଦୀର୍ଘଦିନ ହେଲା ବିଭିନ୍ନ ରୋଗରେ ପୀଡ଼ିତ ହୋଇ ଶଯ୍ୟାସାୟୀ ହୋଇ ରହିଥିଲେ। ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ବାପାଙ୍କ ମୃତ୍ୟୁ ପରେ ମାୟାବତୀ ନିଜ ଘରେ ପହଞ୍ଚିଥିଲେ। ଏହାପରେ ପ୍ରଭୁ ଦୟାଲଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.