ETV Bharat / bharat

କୃଷି ଆଇନକୁ ନେଇ କେନ୍ଦ୍ର ଉପରେ ବର୍ଷିଲା ବିଏସପି, ଆଇନ ରଦ୍ଦ କରିବାକୁ ଦାବି - BSP slams Centre

କୃଷି ଆଇନକୁ ନେଇ କେନ୍ଦ୍ର ଉପରେ ବର୍ଷିଲା ବିଏସପି । କୃଷି ସମ୍ବଦ୍ଧିତ ତିନୋଟି ଆଇନକୁ ରଦ୍ଦ କରିବାକୁ ଦାବି । ଅଧିକ ପଢନ୍ତୁ...

କୃଷି ଆଇନ
କୃଷି ଆଇନ
author img

By

Published : Feb 5, 2021, 12:44 PM IST

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ କେନ୍ଦ୍ର ଉପରେ ବର୍ଷିଛି ବିଏସପି । ଚାଷୀଙ୍କ ପ୍ରତି ସରକାର ଆପଣାଇଥିବା ଆଭିମୁଖ୍ୟକୁ ଦଳର ସାଂସଦ ସତୀଶ ଚନ୍ଦ୍ର ମିଶ୍ର ନିନ୍ଦା କରିଛନ୍ତି । ଏହାସହ କୃଷି ଆଇନକୁ ରଦ୍ଦ କରିବାକୁ ସେ ରାଜ୍ୟସଭାରେ କହିଛନ୍ତି ।

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ସେ ଏପରି କହିଛନ୍ତି । ଏହି ସମୟରେ ସାଂସଦ କହିଛନ୍ତି, ‘ବିଜେପି ସରକାର ଚାଷୀ ଆନ୍ଦୋଳନ କରୁଥିବା ସ୍ଥାନରେ ଯବାନଙ୍କୁ ମୁତୟନ କରିଛନ୍ତି । ସେମାନଙ୍କ ଉପରେ ଟିୟର ଗ୍ୟାସ ଓ ପାଣି ପକାଉଛନ୍ତି । ଖାଦ୍ୟ ସାମଗ୍ରୀକୁ ପଠାଇବା ବନ୍ଦ କରିଛନ୍ତି । ଏପରିକି ଶୌଚାଳୟ ମଧ୍ୟ ବନ୍ଦ କରିଛନ୍ତି । ସେମାନେ ଆନ୍ଦୋଳନକାରୀଙ୍କ ମଧ୍ୟରେ ମହିଳା ଥିବା କଥା ମଧ୍ୟ ଭାବି ନାହାଁନ୍ତି । ଏହା ମାନବାଧିକାରର ଉଲଘଂନ ନୁହେଁକି ?’

ଚାଷୀମାନଙ୍କୁ ଆତଙ୍କବାଦୀ, ଦେଶବିରୋଧୀ ଦର୍ଶାଯାଉଛି । ଏପରି କରି ଚାଷୀଙ୍କ ସ୍ବରକୁ ସରକାର ବନ୍ଦ କରିପାରିବେ ନାହିଁ ବୋଲି ସେ କହିଛନ୍ତି । ତେବେ ଏହି ତିନୋଟି ଆଇନ ଚାଷୀଙ୍କ ବିରୋଧରେ ରହିଛି । ତେଣୁ ଏହାକୁ ତୁରନ୍ତ ରଦ୍ଦ କରାଯିବା ଦରକାର । ସେହିପରି ଆଇନରେ ଏମଏସପିରେ ରଖିବା ଓ ସ୍ବାମୀନାଥନ ରିପୋର୍ଟକୁ କାର୍ଯ୍ୟକାରୀ କରିବାକୁ ସେ ଦାବି କରିଛନ୍ତି ।

ସୂଚନାଥାଉକି, ନୂଆ କୃଷି ଆଇନକୁ ବିରୋଧ କରି ନଭେମ୍ବର 26 ତାରିଖରୁ ଚାଷୀମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.