ETV Bharat / bharat

ବୁଥ ଭିତରେ ଲଙ୍କାକାଣ୍ଡ: କାଳିମାଡ କଲେ, ଇଭିଏମ ମୁର୍ଦ୍ଦାବାଦ କହିଲେ ଯୁବକ - ଇଭିଏମ ଉପରକୁ କାଳିମାଡ

ଥାଣେର ଏକ ପୋଲିଂ ବୁଥ ଭିତରେ ଜଣେ ଯୁବ ଭୋଟରଙ୍କ ବାଚାଳାମି ଦେଖିବାକୁ ମିଳିଛି । କେହି କିଛି ବୁଝିବା ପୂର୍ବରୁ ମତଦାନ କେନ୍ଦ୍ର ଓ ଇଭିଏମ ସାରା କାଳିମାଡ କରିଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Oct 21, 2019, 8:33 PM IST

ମୁମ୍ବାଇ: ସୋମବାର ସକାଳୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମତଦାନ ହେଉଛି । ଉତ୍ସାହ, ଶାନ୍ତିଶୃଙ୍ଖଳା ସହ ସାରା ରାଜ୍ୟରେ ଭୋଟ ଗ୍ରହଣ ଚାଲିଛି । ଏପରିସ୍ଥଳେ ଥାଣେର ଏକ ପୋଲିଂ ବୁଥ ଭିତରେ ଜଣେ ଯୁବ ଭୋଟରଙ୍କ ବାଚାଳାମି ଦେଖିବାକୁ ମିଳିଛି । ମତଦାନ କରିବା ପାଇଁ ଯାଇ ମତଦାନ କେନ୍ଦ୍ର ଭିତରେ କରିଛନ୍ତି ଉନ୍ମତ୍ତକାଣ୍ଡ । କେହି କିଛି ବୁଝିବା ପୂର୍ବରୁ ମତଦାନ କେନ୍ଦ୍ର ଓ ଇଭିଏମ ସାରା କାଳିମାଡ କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

ସୂଚନା ଅନୁସାରେ ବ୍ୟକ୍ତି ଜଣଙ୍କ ବିଏସପିର ଜଣେ ଯୁବ ନେତା ବୋଲି ଜଣା ପଡିଛି । ସୁନୀଲ କୁମ୍ବଲେ ନାମକ ଏହି ନେତା ଇଭିଏମ ମେସିନ ଓ ଭୋଟ ଦେବା ପାଇଁ ଉଦ୍ଦିଷ୍ଟ ପ୍ରକୋଷ୍ଠ ସାରା ନୀଳ ସ୍ୟାହି ଛିଞ୍ଚିଛନ୍ତି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଭାବରେ ଭାଇରାଲ ହେବାରେ ଲାଗିଛି ।

ଏହାସହ ସେ ସ୍ୟାହି ଇଭିଏମଙ୍କୁ କାଳି ମାଡ କରିବାର କାରଣ ମଧ୍ୟ ସେ କହିଛନ୍ତି । ଇଭିଏମ ଉପରେ ତାଙ୍କର ବିଶ୍ବାସ ନାହିଁ ଏହା ଦ୍ବାରା ଅତ୍ୟଧିକ ଘୋଟାଲା ହେବା କଥା ସେ କହିଛନ୍ତି । ଏହାସହ ସେ ଇଭିଏମ ମୁର୍ଦ୍ଦାବାଦ, ଇଭିଏମ ଚଳିବ ନାହିଁ ନାରା ବାଜି କରିଥିଲେ । ଏହାପରେ ମତଦାନ କେନ୍ଦ୍ରରେ ଉପସ୍ଥିତ ଥିବା ପୋଲିସ ତାଙ୍କୁ ବିରୋଧ କରିବା ସହ କାବୁ କରିଥିଲେ । ଏଥିସହ ପୋଲିସ ତାଙ୍କୁ ଗିରଫ କରିବା ସହ ଏହି ମାମଲାରେ ଅଧିକ ଯାଞ୍ଚ କରୁଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.