ETV Bharat / bharat

ଭୟରେ ମାୟାବତୀ, ବୈଠକରେ ସାଂସଦଙ୍କୁ ଜୋତା ମନା - party leaders

ବିଏସପି ମୁଖ୍ୟ ମାୟାବତୀଙ୍କ ବୈଠକରେ ଦେଖିବାକୁ ଏକ ଅଦ୍ଭୁଦ ଘଟଣା । ଲକ୍ଷ୍ନୌରେ ଆୟୋଜିତ ବୈଠକରେ କର୍ମୀ ଓ ସାଂସଦଙ୍କୁ ଜୋତା ପିନ୍ଧିବାକୁ ମନା କଲେ ମାୟାବତୀ । ଏପରିକି ମହିଳାଙ୍କୁ ମଧ୍ୟ ଅଳଙ୍କାର ପିନ୍ଧି ବୈଠକ ଯିବାକୁ ବାରଣ କରାଯାଇଥିଲା ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jun 23, 2019, 7:20 PM IST

ପ୍ରୟାଗରାଜ: ନିର୍ବାଚନ ପରେ ଭୟରେ ମାୟାବତୀ । ବୈଠକ ପରେ ବୈଠକ ଡାକି ପ୍ରସ୍ତୁତ କରୁଛନ୍ତି ଆଗାମୀ ରଣନୀତି । କିନ୍ତୁ ରବିବାର ଚାଲିଥିବା ଏକ ସାଧାରଣ ବୈଠକରେ ଦେଖିବାକୁ ମିଳିଛି ଏକ ଅଦ୍ଭୁଦ ଘଟଣା । ବୈଠକରେ ଯୋଗ ଦେବାକୁ ଆସିଥିବା ନେତା ଠାରୁ ଆରମ୍ଭ କରି କର୍ମୀ ପର୍ଯ୍ୟନ୍ତ ସମସ୍ତଙ୍କୁ ମୋବାଇଲ, ବ୍ୟାଗ, ଜୋତା, ଚପଲ ଭଳି ଜିନିଷକୁ ବାହାରେ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ମହିଳାଙ୍କୁ ଅଳଙ୍କାର ଓ ପୁରୁଷଙ୍କୁ ଜୋତା ଚପଲ, ତାବିଜ୍ ଓହ୍ଲାଇ କାଉଣ୍ଟରରେ ଜମା କରିବାକୁ କୁହାଯାଇଥିଲା । ବିଶେଷ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ, ନିର୍ବାଚନରେ ହାରିବା ପରେ ରଣନୀତି ବଦଳୁଛି ଦଳ । ସେଥିପାଇଁ ଚାଲୁଛି ବୈଠକ ପରେ ବୈଠକ । କୁହାଯାଉଛି, ମାୟାବତୀ ବଡ ଧରଣର ନିଷ୍ପତ୍ତି ନେଉଥିବାରୁ ଏକ ସମ୍ପର୍କରେ ଯେପରି ତଥ୍ୟ ବାହାରକୁ ନ ଆସେ ସେଥିପାଇଁ ବିଶେଷ ଧ୍ୟାନ ରଖାଯାଉଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.