ETV Bharat / bharat

ସୀମାରେ ଦୀପାବଳି ପାଳିଲେ ସେନା

author img

By

Published : Oct 27, 2019, 2:41 PM IST

ଦେଶକୁ ସୁରକ୍ଷା ଦେବାପାଇଁ ସୀମାରେ ମୁତୟନ ଥିବା ଯବାନ ମାନେ ଦୀପ ଜାଳି ନାଚି ଗାଇ ଦୀପାବଳି ପାଳିଛନ୍ତି । ପରସ୍ପରକୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇବା ସହ ଏହି ଶୁଭ ଅବସରରେ ନିଜ ପରିବାରକୁ ମନେପକାଇଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଦୀପାବଳିକୁ ଅତି ଧୂମଧାମ ସହକାରେ ପାଳନ କରାଯାଉଛି । ପରିବାର ବନ୍ଧୁ ପରିଜନ ଏକାଠି ହୋଇ ଅତି ଧୂମଧାମର ସହକାରେ ଦୀପ ଜାଳି, ମିଠା ବାଣ୍ଟିବା ସହ ବାଣ ଫୁଟାଇ ପାଳନ କରୁଛନ୍ତି ଦୀପାବଳି । କିନ୍ତୁ ପରିବାର ଠାରୁ ଅନେକ ଦୂରରେ ରହି ଦେଶକୁ ରକ୍ଷା କରୁଥିବା ବିଏସଏଫ ଯବାନ ମାନେ ଦୀପାବଳିକୁ ଫିକା କରିବାକୁ ଦେଇନାହାଁନ୍ତି । ସେମାନେ ମଧ୍ୟ ଦୀପ ଜଳାଇ ନାଚି ଗାଇ ଦୀପାବଳି ପାଳୁଛନ୍ତି ।

BSF jawan
ବାଣ ଫୁଟାଇ ଦୀପାବଳି ପାଳୁଛନ୍ତି ଯବାନ

ଭିଡିଓରେ ଦେଖିବାକୁ ମିଳିଛି ଯେ, ଯବାନ ମାନେ ନିଜ ନିଜ ସହଯୋଗୀଙ୍କ ସହ ଢୋଲ ବଜାଇ କରତାଳି ଦେଇ ବେଶ ଖୁସିର ସହ ଗୀତ ଗାଉଛନ୍ତି । ଏହାସହ ସେମାନେ ରହୁଥିବା ସ୍ଥାନରେ ଦୀପ ଲଗାଇ ଆଲୋକିତ କରି ନିଜ ନିଜ ସହଯୋଗୀଙ୍କୁ ଶୁଭେଚ୍ଛା ଦେବା ସହ ଦେଶବାସୀଙ୍କୁ ମଧ୍ୟ ଶୁଭକାମନା ଜଣାଇଛନ୍ତି । ବାଣ ଫୁଟାଇବା ସହ ପରିବାର ଲୋକଙ୍କୁ ମଧ୍ୟ ମନେ ପକାଉଛନ୍ତି ।

Intro:Body:

xx

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.