ETV Bharat / bharat

ସୀମା ଅନୁପ୍ରବେଶବେଳେ 9 ବାଂଲାଦେଶୀକୁ ଧରିଲେ ସୁରକ୍ଷାକର୍ମୀ - ବାଂଲାଦେଶୀଙ୍କ ଭାରତ ସୀମା ଅନୁପ୍ରବେଶ

ଭାରତ ସୀମାକୁ ଅନୁପ୍ରବେଶ କରିବା ସମୟରେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଲେ 9 ବାଂଲାଦେଶୀ । ଅଧିକ ପଢନ୍ତୁ...

BSF caught 9 Bangladeshis crossing border illegally
ସୀମା ଅନୁପ୍ରବେଶ ବେଳେ 9 ବାଂଲାଦେଶୀକୁ ଧରିଲେ ସୁରକ୍ଷାକର୍ମୀ
author img

By

Published : Jan 5, 2021, 7:26 PM IST

ନୂଆଦିଲ୍ଲୀ: ଦକ୍ଷିଣ ବଙ୍ଗ ସୀମାବର୍ତ୍ତୀ ଅଞ୍ଚଳରେ 9 ବାଂଲାଦେଶୀ ସୀମା ଉଲଘଂନ କରି ଭାରତକୁ ପ୍ରବେଶ କରୁଥିବାବେଳେ ବିଏସଏଫ ଯବାନଙ୍କ ହାତରେ ଧରା ପଡ଼ିଛନ୍ତି । ତେବେ ଜେରା ସମୟରେ ସେମାନେ ବାଂଲାଦେଶୀ ବୋଲି ସ୍ବୀକାର କରିବା ପରେ ବାଂଲାଦେଶର ସୁରକ୍ଷାକର୍ମୀଙ୍କୁ ସେମାନଙ୍କୁ ହସ୍ତାନ୍ତର କରାଯାଇଛି ।

କିଛି ବାଂଲାଦେଶୀ ପଶ୍ଚିମବଙ୍ଗର ନାଦିୟା ଜିଲ୍ଲା ମଧ୍ୟ ଦେଇ ବେଆଇନ ଭାବେ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ କରିବା ନେଇ ବିଏସଏଫର ଇଣ୍ଟେଲିଜେନ୍ସି ବ୍ରାଞ୍ଚକୁ ପୂର୍ବରୁ ସୂଚନା ମିଳିଥିଲା । ଏହି ସୂଚନାକୁ ଆଧାର କରି କୁମାରୀ ପୋଷ୍ଟ ନିକଟରେ ମୁତୟନ ଥିବା 8 ବାଟିଲିୟନ ଯବାନଙ୍କୁ ସତର୍କ କରାଯାଇଥିଲା ।

ତେବେ ମଙ୍ଗଳବାର ଭୋର ପ୍ରାୟ 5ଟା ସମୟରେ ସୀମା ମଧ୍ୟକୁ ଅନୁପ୍ରବେଶ କରିବା ସମୟରେ ଏହି ବାଂଲାଦେଶୀମାନଙ୍କୁ ସୁରକ୍ଷାକର୍ମୀମାନେ ଧରିଥିଲେ । ପରେ ସେମାନେ ବାଂଲାଦେଶୀ ଜଣାପଡ଼ିବା ପରେ ବାଂଲାଦେଶର ସୁରକ୍ଷାକର୍ମୀଙ୍କୁ ସେମାନଙ୍କୁ ହସ୍ତାନ୍ତର କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.