ବେଙ୍ଗାଲୁରୁ : କୋରୋନା ମୁକାବିଲା ପାଇଁ ତତ୍ପର କେନ୍ଦ୍ର ସରକାର । ସଂକ୍ରମଣକୁ ରୋକିବାକୁ ଚାଲିଛି ଅହରହ ଉଦ୍ୟମ । କୋରୋନା ଆକ୍ରାନ୍ତ ଚିକିତ୍ସା ପାଇଁ ବିଭିନ୍ନ ରାଜ୍ୟରେ କୋଭିଡ19 ହସ୍ପିଟାଲ ଖୋଲିଛନ୍ତି ସରକାର । ସେଥିପାଇଁ ସ୍ବତନ୍ତ୍ର ଡାକ୍ତରଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ତଥାପି ଏହି ମହାମାରୀ ଉପରେ ରୋକ ଲାଗି ପାରୁନି । ହେଲେ ଏଥିରେ ଦୁଇପାଦ ଆଗରେ ରହିଛନ୍ତି କର୍ଣ୍ଣାଟକ ସରକାର ।
କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା 4ଟି ବସ କୋଭିଡ19 ପାଇଁ ଉଦଘାଟନ କରିଛନ୍ତି । ଯାହା ରାଜ୍ୟର ଲୋକଙ୍କୁ ଚିକିତ୍ସା ସୁବିଧା ପାଇବାରେ ସାହାଯ୍ୟ କରିବ । ଏହି ବସ୍ ଗୁଡିକ କୋଭିଡ୍ -19 ପରୀକ୍ଷଣ ଉପକରଣ ସହିତ ସୁସଜ୍ଜିତ ହୋଇଛି । 4ଟି ବସରେ 4ଟି ଟିମ ରହିବେ । ପ୍ରତ୍ୟେକ ବସରେ ଜଣେ ଡାକ୍ତର, ତିନିଜଣ ନର୍ସ ,ଜଣେ ଲ୍ୟାବ୍ ଟେକ୍ନିସିଆନ୍ ଓ ସ୍ବେଚ୍ଛ୍ବାସେବୀ ରହିବେ । ଏହି ବସ ବିଶେଷକରି, ରେଡ୍ ଜୋନରେ ରହୁଥିବା ଲୋକଙ୍କୁ ସ୍କ୍ରିନିଂ କରିବ । ଏହି ବସରେ ବେଡର ବ୍ୟବସ୍ଥା ମଧ୍ୟ କରାଯାଇଛି ।
ସୌଜନ୍ୟ @ANI