ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ହରାଇଛି ଦେଶ । ଅରୁଣଙ୍କ ବିୟୋଗରେ ଦେଶ ବିଦେଶରୁ ଛୁଟୁଛି ଶୋକର ବାର୍ତ୍ତା । ଏହି ଧାରାରେ ଯୋଡି ହୋଇଛନ୍ତି ବ୍ରିଟିଶ ହାଇ କମିଶନର ।
ବ୍ରିଟିଶ ହାଇ କମିଶନର ଡୋମିନିକ ଆସକ୍ବିଥ ଅରୁଣ ଜେଟଲୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଅରୁଣ ଏଭଳି ବ୍ୟକ୍ତିତ୍ବ ଥିଲେ ଯାହାଙ୍କୁ ବ୍ରିିଟେନବାସୀ ନିଜର ଭାବୁଥିଲେ ବୋଲି କହିଛନ୍ତି ଡୋମିନିକ ।
ଅରୁଣଙ୍କ ଜ୍ଞାନ, ସୌମ୍ୟତା ଓ ହସ ହସ ମୁହଁ ପାଇଁ ବ୍ରିଟିଶର ଜନସାଧାରଣ ତାଙ୍କୁ ସର୍ବଦା ମହତ୍ତ୍ବ ଦେଇ ଆସିଥିବା ବେଳ ଅରୁଣ ସବୁବେଳେ ମନେ ପଡିବେ ବୋଲି ଡୋମିନିକ କହିଛନ୍ତି ।