ETV Bharat / bharat

ଆଜିଠୁ ଭାରତ ଓ ଲଣ୍ଡନ ମଧ୍ୟରେ ଚାଲିବ ସାପ୍ତାହିକ ବ୍ରିଟଶ ଏୟାରୱେଜ୍ - British airways will operate weekly flights between india and london from today

ଆଜିଠାରୁ ଭାରତ ଏବଂ ଲଣ୍ଡନର ଚାରୋଟି ସହର ମଧ୍ୟରେ ସାପ୍ତାହିକ ବିମାନ ସେବା ଆରମ୍ଭ କରିବ । ଅଧିକ ପଢନ୍ତୁ...

ଆଜିଠୁ ଭାରତ ଓ ଲଣ୍ଡନ ମଧ୍ୟରେ ଚାଲିବ ସାପ୍ତାହିକ ବ୍ରିଟଶ ଏୟାରୱେଜ୍

author img

By

Published : Aug 17, 2020, 2:07 PM IST

ନୂଆଦିଲ୍ଲୀ: ବ୍ରିଟିଶ ଏୟାରୱେଜ୍ ଭାରତ ସରକାରଙ୍କ ସହ ଦ୍ୱିପାକ୍ଷିକ ଚୁକ୍ତିନାମା ଅନୁଯାୟୀ ଆଜିଠାରୁ ଭାରତ ଏବଂ ଲଣ୍ଡନର ଚାରୋଟି ସହର ମଧ୍ୟରେ ସାପ୍ତାହିକ ବିମାନ ସେବା ଆରମ୍ଭ କରିବ । କମ୍ପାନୀ କହିଛି ଯେ ଏହା ପ୍ରତି ସପ୍ତାହରେ ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଲଣ୍ଡନ ହେଥ୍ରୋ ବିମାନବନ୍ଦର ପର୍ଯ୍ୟନ୍ତ ପାଞ୍ଚଟି ବିମାନ ଚଳାଚଳ କରିବ। ଏହା ବ୍ୟତୀତ ହେଥ୍ରୋ ବିମାନବନ୍ଦରରୁ ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁକୁ ପ୍ରତି ସପ୍ତାହରେ ଚାରୋଟି ବିମାନ ଚଳାଚଳ କରାଯିବ ।

ପ୍ରକାଶ ଯେ, ବ୍ରିଟିଶ ଏୟାରୱେଜ୍ ଲଣ୍ଡନ ଏବଂ ଏହାର ବାହାରେ ଥିବା ସମସ୍ତ ଗ୍ରାହକଙ୍କୁ ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ନନ୍ ଷ୍ଟପ୍ ସେବା ଯୋଗାଇବ ।

ମାର୍ଚ୍ଚ 23 ତାରିଖରୁ ଭାରତକୁ ଆନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି । ତେବେ ଆମେରିକା, ବ୍ରିଟେନ ଏବଂ ଜର୍ମାନୀ ସମେତ କେତେକ ଦେଶ ସହିତ ଭାରତ ସରକାର ଏକ ଚୁକ୍ତି କରିଛନ୍ତି, ଯେଉଁଥିରେ ଭାରତ ଏବଂ ଏହି ଦେଶ ଗୁଡିକର ବିମାନ କମ୍ପାନୀଗୁଡିକ ଅନ୍ତର୍ଜାତୀୟ ବିମାନ ଚଳାଚଳ କରିପାରିବେ ।

ଭାରତରେ ଏପର୍ଯ୍ୟନ୍ତ 26 ଲକ୍ଷରୁ ଅଧିକ ଲୋକ କୋରୋନା ଭୂତାଣୁ ଦ୍ୱାରା ପ୍ରଭାବିତ ହୋଇଛନ୍ତି ଏବଂ ପ୍ରାୟ 51 ହଜାର ଲୋକଙ୍କର ମୃତ୍ୟୁ ହୋଇଛି । ଭାରତରେ ଦ୍ରୁତଗତିରେ କୋରୋନା ମାମଲା ବୃଦ୍ଧି ପାଉଛି । ଗତ 24 ଘଣ୍ଟା ମଧ୍ୟରେ କୋରୋନାର 57,981 ନୂତନ ପଜିଟିଭ ଚିହ୍ନଟ ହୋଇଥିବା ବେଳେ 941 ଜଣଙ୍କର ମୃତ୍ୟୁ ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଦେଶରେ ଏପର୍ଯ୍ୟନ୍ତ 26 ଲକ୍ଷ 47 ହଜାର 663 ଲୋକ କୋରୋନାରେ ସଂକ୍ରମିତ ହୋଇଛନ୍ତି । ସେଥିମଧ୍ୟରୁ 50,921 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 6 ଲକ୍ଷ 76 ଆକ୍ଟିଭ ମାମଲା ଏବଂ 19 ଲକ୍ଷ 19 ହଜାର ଲୋକ ସୁସ୍ଥ ହୋଇଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.