ETV Bharat / bharat

ଦାଉଦ ସହଯୋଗୀ ଟାଇଗର ହନିଫର ପ୍ରତ୍ୟାର୍ପଣକୁ ଖାରଜ କଲେ ବ୍ରିଟେନ ସରକାର - ଦାଉଦ ସହଯୋଗୀ ଟାଇଗର ହନିଫ

ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମର ସହଯୋଗୀ ଟାଇଗର ହନିଫର ପ୍ରତ୍ୟାର୍ପଣ ପାଇଁ ଭାରତର ଅନୁରୋଧକୁ ବ୍ରିଟିଶ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି । ବ୍ରିଟେନର ଗୃହ ବିଭାଗ ଏହା ନିଶ୍ଚିତ କରିଛି ।

britain refuses to extradite tiger hanif
ଦାଉଦ ସହଯୋଗୀ ଟାଇଗର ହନିଫର ପ୍ରତ୍ୟାର୍ପଣକୁ ଖାରଜ କଲେ ବ୍ରିଟେନ ସରକାର
author img

By

Published : May 18, 2020, 10:04 PM IST

ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମର ସହଯୋଗୀ ଟାଇଗର ହନିଫର ପ୍ରତ୍ୟାର୍ପଣ ପାଇଁ ଭାରତର ଅନୁରୋଧକୁ ବ୍ରିଟିଶ ସରକାର ପ୍ରତ୍ୟାଖାନ କରିଛନ୍ତି । ବ୍ରିଟେନର ଗୃହ ବିଭାଗ ଏହା ନିଶ୍ଚିତ କରିଛି । ଗୁଜୁରାଟର ସୁରାଟ ସହରରେ 1993ରେ ଦୁଇଟି ବୋମା ବିସ୍ଫୋରଣ ମାମଲାରେ ଭାରତରେ ହନିଫରକୁ ଖୋଜା ଚାଲିଥିଲା ।

ହନିଫର ପୁରା ନାଁ ମହମ୍ମଦ ହନିଫ ଉମରଜୀ ପଟେଲ ଓ ସ୍କଟଲ୍ୟାଣ୍ଡ ୟାର୍ଡ ଗ୍ରେଟର ମଞ୍ଚେଷ୍ଟରର ବୋଲଟନସ୍ଥିତ ଏକ ଗ୍ରୋସରୀ ଦୋକାନରେ ତାକୁ ଫେବୃଆରୀ 2010ରେ ଦେଖିବାକୁ ମିଳିଥିଲା । ଏହାପରେ ପ୍ରତ୍ୟାର୍ପଣ ୱାରେଣ୍ଟ ଆଧାରରେ ଗିରଫ କରାଯାଇଥିଲା ।

ପରେ ହନିଫ୍ ଭାରତ ନ ଯିବାକୁ ଚାହିଁଥିଲା । ତତ୍କାଳୀନ ବ୍ରିଟେନ ଗୃହମନ୍ତ୍ରୀ ସାଜିଦ୍ ଜାଭେଦ ଭାରତର ଏହି ଆବେଦନକୁ ଖାରିଜ କରି ଦେଇଥିଲେ । ତେବେ ଏହାକୁ ନେଇ ବ୍ରିଟେନର ଗୃହ ବିଭାଗ କହିଛି ଯେ,‘ହନିଫର ପ୍ରତ୍ୟାର୍ପଣ ଅନୁରୋଧକୁ ତତ୍କାଳୀନ ଗୃହମନ୍ତ୍ରୀ ପ୍ରତ୍ୟାଖ୍ୟାନ କରିଥିଲେ ଓ କୋର୍ଟ ତାକୁ ଅଗଷ୍ଟ 2019 ରେ ଦୋଷ ମୁକ୍ତ ମଧ୍ୟ କରିଥିଲେ’।

ସୂଚନାନୁଯାୟୀ, ହନିଫର ବିରୋଧରେ ଭାରତ କହିଛି ଯେ ସେ ଜଣେ ମୁସଲମାନ ଗୋଷ୍ଠୀର ସଦସ୍ୟ ଥିଲେ । ଯିଏ ବନ୍ଧୁକ, ବିସ୍ଫୋରକ ସାମଗ୍ରୀ ଓ ଅନ୍ୟାନ୍ୟ ଅସ୍ତ୍ର ସଂଗ୍ରହ କରି ହିନ୍ଦୁ ସମ୍ପ୍ରଦାୟର ପ୍ରତିଶୋଧ ସ୍ବରୂପ ଏହି ଆତଙ୍କବାଦୀ ଘଟଣା ଘଟାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.