ETV Bharat / bharat

ଚୀନ ସୀମାରେ 27 ଦିନରେ ସେତୁ ନିର୍ମାଣ କଲେ ଭାରତୀୟ ସେନା - ଚୀନ ସୀମାରେ 27 ଦିନରେ ସେତୁ ନିର୍ମାଣ

ଦେଶବ୍ୟାପୀ ଲକଡାଉନ୍ ମଧ୍ୟରେ ଭାରତୀୟ ସେନା ସୀମା ସଡକ ସଂଗଠନ ଅରୁଣାଚଳ ପ୍ରଦେଶରେ ରଣନୈତିକ ଭାବରେ ଗୁରୁତ୍ବପୂର୍ଣ୍ଣ ସଡକ ସେତୁ ଖୋଲିଛି।

bridge connection
ସେତୁ ନିର୍ମାଣ କଲେ ଭାରତୀୟ ସେନା
author img

By

Published : Apr 26, 2020, 11:58 AM IST

ଡେରାଡୁନ୍: ଦେଶବ୍ୟାପୀ ଲକଡାଉନ୍ ମଧ୍ୟରେ ଭାରତୀୟ ସେନା ସୀମା ସଡକ ସଂଗଠନ ଅରୁଣାଚଳପ୍ରଦେଶରେ ରଣନୈତିକ ଭାବରେ ଗୁରୁତ୍ବପୂର୍ଣ୍ଣ ସଡକ ସେତୁ ଖୋଲିଛି। ଏହା ଦେଶର ପୂର୍ବ ସୀମା ଅଞ୍ଚଳରେ ମୁତୟନ ହୋଇଥିବା ସୈନ୍ୟମାନଙ୍କୁ ଯିବାଆସିବାକୁ ସହଜ କରିବ । ଏହା ବ୍ୟତୀତ କେତେକ ଦୁର୍ଗମ ଗାଁର ସଂଯୋଗ ଏହା ଦ୍ବାରା କରାଯାଇଛି ।

ଅଶୋକ ଚକ୍ର ପୁରସ୍କାର ପ୍ରାପ୍ତ ସହିଦ ହଙ୍ଗପନ୍ ଦାଦାଙ୍କ ନାମରେ ଡାପ୍ରିଜିଓର ସୁବାନସିରି ନଦୀ ଉପରେ ନିର୍ମିତ ଏହି ସେତୁକୁ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ଉଦଘାଟନ କରିଛନ୍ତି। ଏହି ସେତୁ ଭାରତ-ଚୀନ୍ ସୀମାରେ ଅବସ୍ଥିତ । ସମସ୍ତ ଖାଦ୍ୟ ସାମଗ୍ରୀ, ନିର୍ମାଣ ସାମଗ୍ରୀ ଏବଂ ଔଷଧ ଏହି ସେତୁ ଦେଇ ଯିବାଆସିବା କରିବ ।

ପ୍ରକାଶଥାଉକି, ଏଠାରେ ଥିବା ପୁରୁଣା ବ୍ରିଜରେ ଫାଟ ସୃଷ୍ଟି ହୋଇଥିଲା । ଜୁଲାଇ 26, 1992 ରେ ଏଠାରେ ଏକ ବଡ ଦୁର୍ଘଟଣା ହୋଇଥିଲା । ଏକ ଯାତ୍ରୀବାହୀ ବସ୍ ବ୍ରିଜରୁ ଖସିପଡିଥିଲା, ଏଥିରେ କେହି ଜୀବିତ ବଞ୍ଚି ନଥିଲେ । କଠିନ ପରିସ୍ଥିତି ଏବଂ ବିପଦଜନକ କୋଭିଡ -19 କୁ ଏଡାଇ ଏହି ସେତୁ ନିର୍ମାଣ କରାଯାଇଛି । ଅନେକ ସତର୍କତା ଅବଲମ୍ବନ କରି ଏହାର ନିର୍ମାଣ ସମୟ ମଧ୍ୟରେ ସମାପ୍ତ ହୋଇଥିଲା । ‘ହଙ୍ଗପନ୍ ଦାଦା ସୁବାନସିରି ବ୍ରିଜ୍’ର କ୍ଷମତା 40 ଟନ୍ ଏବଂ ଏହା 27 ଦିନ ସମୟ ମଧ୍ୟରେ ନିର୍ମାଣ ହୋଇଛି ।

ଅଧିକାରୀ କହିଛନ୍ତି ଯେ, ବେଲି ବ୍ରିଜର ନିର୍ମାଣ କାର୍ଯ୍ୟ 17 ମାର୍ଚ୍ଚ 2020 ରେ ଆରମ୍ଭ ହୋଇଥିଲା ଏବଂ ଏହା 27 ତମ ଦିନରେ ଅର୍ଥାତ୍ 14 ଏପ୍ରିଲ୍ 2020 ରେ ଶେଷ ହୋଇଥିଲା। ଏହି ସେତୁ ସଫଳତାର ସହ ଏବଂ ନିରାପଦରେ ନିର୍ମାଣ କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.