ETV Bharat / bharat

ପିପିଇ କିଟ୍ ପିନ୍ଧି ସାତ ଜନ୍ମର ସାଥୀ ହେଲେ ବର-କନ୍ୟା - ପିପିଇ କିଟ୍ ପିନ୍ଧି ସାତ ଜନ୍ମର ସାଥୀ ହେଲେ ବର-କନ୍ୟା

ବିଶ୍ବବ୍ୟାପୀ କୋରୋନା କାୟା ଜାରି ରହିଥିବା ବେଳେ ପୂର୍ବ-ନାଲାସୋପାରା ବର୍ତ୍ତମାନ କୋରୋନା ହଟସ୍ପଟ ପାଲଟିଛି । ଏମିତି ସ୍ଥିତିରେ ଏଠାରେ ଏକ ନିଆରା ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବିବାହରେ ବର-କନ୍ୟା ପିପିଇ କିଟ୍, ମାସ୍କ, ପ୍ଲାଷ୍ଟିକ ହେଲମେଟ ପିନ୍ଧିଥିବାର ନଜର ଆସିଥିଲେ । ଅଧିକ ପଢନ୍ତୁ...

Bridea nad groom weear ppe kit on wedding
ପିପିଇ କିଟ୍ ପିନ୍ଧି ସାତ ଜନ୍ମର ସାଥୀ ହେଲେ ବର-କନ୍ୟା
author img

By

Published : Jun 19, 2020, 6:54 AM IST

ନାଲାସୋପରା: ବିଶ୍ବବ୍ୟାପୀ କୋରୋନା କାୟା ଜାରି ରହିଥିବା ବେଳେ ପୂର୍ବ-ନାଲାସୋପାରା ବର୍ତ୍ତମାନ କୋରୋନା ହଟସ୍ପଟ ପାଲଟିଛି । ଏମିତି ସ୍ଥିତିରେ ଏଠାରେ ଏକ ନିଆରା ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବିବାହରେ ବର-କନ୍ୟା ପିପିଇ କିଟ୍, ମାସ୍କ, ପ୍ଲାଷ୍ଟିକ ହେଲମେଟ ପିନ୍ଧିଥିବାର ନଜର ଆସିଥିଲେ ।

27 ବର୍ଷିୟ ସଞ୍ଜୟ ଗୁପ୍ତା ଏବଂ ନାଲାସୋପାରା ନିକଟ ବିଲାପଡା ଅଞ୍ଚଳର 23 ବର୍ଷର ବବିତା ଗୁପ୍ତା ଏପ୍ରିଲରେ ବିବାହ ନିଷ୍ପତ୍ତି ନେଇଥିଲେ । ହେଲେ ମାର୍ଚ୍ଚରେ ଲକଡାଉନ୍ ଘୋଷଣା କରାଯାଇଥିଲା। ତେବେ ଉଭୟେ ଆଶା କରିଥିଲେ ଯେ ଲକଡାଉନ୍ ଶୀଘ୍ର ଶେଷ ହେବ ଏବଂ ସେମାନେ ବିବାହ କରିବେ । କିନ୍ତୁ ଦିନକୁ ଦିନ କୋରୋନାର ପ୍ରାଦୁର୍ଭାବ ବଢୁଥିବା ବେଳେ ଏହାକୁ ନେଇ କଟକଣା ମଧ୍ୟ ବଢିଥିଲା । ଯାହାକୁ ଦୃଷ୍ଟିରେ ରଖି ଉଭୟ ଜୁନରେ ବିବାହ କରିବାକୁ ଶେଷ ନିଷ୍ପତ୍ତି ନେଇଥିଲେ ।

ଉଭୟ ପରିବାରର ସହମତି କ୍ରମେ ସେମାନେ ଘରେ 20ରୁ 25 ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଜୁନ୍ 14 ରେ ପୂର୍ବ ନାଲାସୋପରା ବିଲାପଡା ଅଞ୍ଚଳର ଏକ ଘରେ ଏହି ବିବାହ ଅନୁଷ୍ଠିତ ହୋଇଛି । ଏଥର ନବଦମ୍ପତ୍ତି ଏକ ସୁନ୍ଦର ବିବାହ ପୋଷାକ ବଦଳରେ ଏକ ସୁନ୍ଦର ପିପିଇ କିଟ୍ ପିନ୍ଧିଥିଲେ । ଏକ ପିପିଇ କିଟ୍ ପିନ୍ଧି ସେ ସିଡ଼ି ଉପରକୁ ଗଲେ | ପ୍ରଥମେ ସମସ୍ତେ ଏହା ବିଚିତ୍ର ବୋଲି ଭାବିଲେ । ପରେ ତାଙ୍କ ନିଷ୍ପତ୍ତିକୁ ସମସ୍ତେ ପ୍ରଶଂସା କରିଥିଲେ ।

ସଞ୍ଜୟ ଗୁପ୍ତା କହିଛନ୍ତି ଯେ ସରକାରୀ ନିୟମ ପାଳନ କରିବାବେଳେ ସୁରକ୍ଷିତ ପୋଷାକ ଏବଂ ମାସ୍କ ପିନ୍ଧି ଏହି ବିବାହ ସମ୍ପନ୍ନ ହୋଇଛି । କୋରୋନା ସମୟରେ ଅନେକ ଲୋକ କିଛି ଅଲଗା କରି ବିବାହ କରିବାକୁ ଚେଷ୍ଟା କରିଥିଲେ । ତେବେ ସଞ୍ଜୟଙ୍କ ଅନନ୍ୟ ପଦକ୍ଷେପ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ଅଟେ । ସମ୍ପ୍ରତି ଏହି ଅଞ୍ଚଳରେ ନବଦମ୍ପତିଙ୍କ ପିପିଇ କିଟ୍ ପିନ୍ଧି ବିବାହ କରିବା ଚର୍ଚ୍ଚାର ବିଷୟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.