ଥିରୁଅନନ୍ତପୁରମ: ବିବାହ ବେଦୀକୁ ଯିବା ପୂର୍ବରୁ ପୋଲିଂ ବୁଥରେ ପହଞ୍ଚି ଭୋଟ ଦେଲେ କନ୍ୟା। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦେବନାରୀ ପ୍ରାଥମିକ ବିଦ୍ୟାଳୟର ପୋଲିଂ ବୁଥରେ ।
ଡିକେ ଜିଲ୍ଲା ବେଲଥାଗାଡ୍ଡି ଅଞ୍ଚଳର ଇନ୍ଦାବେଟ୍ଟୁ ଗାଁର ଶୋଭାଙ୍କର ବିବାହ ମୁଡିଗେରି ଗାଁର ରମେଶଙ୍କ ସହ ଠିକ ହୋଇଛି । ଆଜି ଉଭୟ ବେଲଥାଗାଡ୍ଡିର ଶ୍ରୀ ଗୁରୁ ନାରାୟଣ ହଲରେ ବିବାହ କରିବେ । ତେବେ ଶୋଭା ବିବାହ ବେଦୀରେ ପାଦ ଦେବା ପୂର୍ବରୁ ଗାଁରେ ଥିବା ପୋଲିଂ ବୁଥରେ ବିବାହ ଯୋଡା ପିନ୍ଧି ପହଞ୍ଚିଥିଲେ। ଆଉ ନିଜର ପସନ୍ଦ ନେତାଙ୍କୁ ଭୋଟ ଦେଇଥିଲେ।
କେବଳ ଶୋଭା ନୁହନ୍ତି ସେହିଭଳି ଗାଁର ଆଉ ତିନି ଜଣ ମଧ୍ୟ ସେହି ପୋଲିଂ ବୁଥରେ ଭୋଟ ଦେଇଛନ୍ତି । ସେମାନଙ୍କର ମଧ୍ୟ ଆଜି ବିବାହ ହେବାର ରହିଛି। ସମସ୍ତଙ୍କୁ ପୋଲିଂ ବୁଥରେ ବିବାହ ଯୋଡାରେ ଦେଖିବାକୁ ମିଳିଥିଲା ।