ETV Bharat / bharat

ଯିଏ ଯୋଡିଲା, ସେହି ହିଁ ଭାଙ୍ଗିଲା - pandit

ବିବାହ ଚାରିଦିନ ପରେ ପୁରୋହିତଙ୍କ ସହ ଫେରାର ହେଲା କନ୍ୟା ।

ଫାଇଲ ଫଟୋ
author img

By

Published : May 27, 2019, 11:48 PM IST

ନୂଆଦିଲ୍ଲୀ: କଣ ଆପଣ କେବେ ଶୁଣିଛନ୍ତି ଯେଉଁ ପଣ୍ଡିତ ବିବାହ କରାଇଥାଏ, ତାହା ସହ ସେହି କନ୍ୟା ଫେରାର ହୋଇଯିବା କଥା । ବିଶ୍ବାସ କରିବା କଷ୍ଟ ହେଲେ ମଧ୍ୟ କଥାଟି ସତ । ଘଟଣାଟି ହେଉଛି ମଧ୍ୟପ୍ରଦେଶ ସିରୋଜର ବାଗରୋଦର । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ପ୍ରକୃତରେ 21 ବର୍ଷୀୟ ଯୁବତୀଙ୍କ ବିବାହ ନିକଟରେ ପାଖ ଗାଁର ଜଣେ ଯୁବକଙ୍କ ସହ ହୋଇଥିଲା । ଏହି ବିବାହ ସେହି ଗାଁର ପୁରୋହିତ ବିନୋଦ ଶର୍ମା କରାଇଥିଲେ ।

ବିବାହ ପରେ କନ୍ୟା ନିଜ ଶାଶୁ ଘରକୁ ଯାଇଥିଲେ ଏବଂ ସେଠାରେ ତିନି ଦିନ ରହି ଫେରି ଆସିଥିଲେ । ତେବେ ତାହାର ପରଦିନ ସେ ସେହି ପୁରୋହିତଙ୍କ ସହ ଫେରାର ହୋଇଯାଇଥିଲା ।

ପୋଲିସର ସୂଚନା ଅନୁସାରେ, ନବବିବାହିତ ଯୁବତୀ ପ୍ରାୟ ଦେଢ ଲକ୍ଷ ଟଙ୍କା ଅଳଙ୍କାର ଏବଂ ନଗଦ ତିରିଶି ହଜାର ଟଙ୍କା ନିଜ ସହ ନେଇ ଯାଇଛନ୍ତି । ଯାହା ତାଙ୍କୁ ନିଜ ଶାଶୂ ଘର ତରଫରୁ ମିଳିଥିଲା । ତେବେ ଏନେଇ ପରିବାର ପକ୍ଷରୁ ଅଭିଯୋଗ ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଯୁବତୀ ଜଣଙ୍କ ଯେଉଁ ପଣ୍ଡିତ ସହିତ ଫେରାର ଅଛନ୍ତି ସେ ପ୍ରଥମରୁ ବିବାହିତ ଏବଂ ତାଙ୍କର ତିନିଟି ପିଲା ମଧ୍ୟ ରହିଛନ୍ତି । ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ସେ ପୁରୋହିତ ଏବଂ ଯୁବତୀ ଅନେକ ବର୍ଷରୁ ପ୍ରେମ ସମ୍ପର୍କରେ ରହିଥିଲେ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.