ETV Bharat / bharat

ବିଜୟ ନା ଝଟକା: ସିବିଆଇରେ ହାଜର ହେବେ କମିଶନର - CBI

ନୂଆଦିଲ୍ଲୀ: ପରୋକ୍ଷରେ ହେଉ ପଛେ ମମତା ସରକାରଙ୍କ ସପକ୍ଷରେ ଶୁଣାଣି କଲେ ସୁପ୍ରିମକୋର୍ଟ । ଗିରଫ ହେବେନି ପୋଲିସ କମିଶନର ରାଜୀବ କୁମାର । କିନ୍ତୁ ସିବିଆଇରେ ହାଜର ହେବେ କମିଶନର । ତଦନ୍ତରେ ସିବିଆଇକୁ ସହଯୋଗ କରିବା ପାଇଁ ରାଜୀବ କୁମାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେପଟେ ଜେରା ସମୟରେ କମିଶନରଙ୍କୁ କୌଣସି ସମସ୍ୟାର ଯେପରି ସାମନା କରିବାକୁ ପଡିବ ନାହିଁ ସେନେଇ ସିବିଆଇ ଧ୍ୟାନ ରଖିବାକୁ କହିଛନ୍ତି କୋର୍ଟ ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
author img

By

Published : Feb 5, 2019, 12:01 PM IST

ଆସନ୍ତା 20ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ସ୍ବାଗତ କରିବା ସହ ଧନ୍ୟବାଦ ଜଣାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ଶୁଣାଣି ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ଦିଦି । ଧାରଣାସ୍ଥଳରେ 'ମୋଦି ହଟାଓ ଦେଶ ବଚାଓ' ନାରା ଦେଇଛନ୍ତି ମମତା ।

ଗତ ରବିବାର ଦିନ ଶାରଦା ଚିଟ ଫଣ୍ଡ ମାମଲାରେ ପୋଲିସ କମିଶନର ରାଜୀବ କୁମାରଙ୍କ ସମ୍ପୃକ୍ତି ନେଇ ଦାବି କରୁଛି ସିବିଆଇ । ଆଉ ଏହି ମାମଲାରେ ରାଜୀବଙ୍କ ଘରେ ଚଢଉ ପାଇଁ ପହଞ୍ଚିଥିଲା ସିବିଆଇ । କିନ୍ତୁ ଛାନବିନ ତ ଦୂରର କଥା ସିବିଆଇ ଅଧିକାରୀଙ୍କୁ ଗିରଫ କରିଥିଲା ରାଜ୍ୟ ପୋଲିସ । ଚଢଉ ପାଇଁ ଆସିଥିବା ସିବିଆଇ ଅଧିକାରୀଙ୍କ ସହ ପୋଲିସର ବଚସା ସହ ହୋଇଥିଲା ଧସ୍ତାଧସ୍ତି । ଏହି ଘଟଣାକୁ ମୋଦି ସରକାରଙ୍କ ବିରୁଦ୍ଧରେ ଧାରଣା ଦେଇଛନ୍ତି ମମତା ସରକାର ।

Intro:Body:

ରାଜୀବଙ୍କୁ ଆଶ୍ବସ୍ତି, ହୋଇ ପାରିବେନି ଗିରଫ

ନୂଆଦିଲ୍ଲୀ: ପରୋକ୍ଷରେ ହେଉ ପଛେ ମମତା ସରକାରଙ୍କ ସପକ୍ଷରେ ଶୁଣାଣି କଲେ ସୁପ୍ରିମକୋର୍ଟ । ଗିରଫ ହେବେନି ପୋଲିସ କମିଶନର ରାଜୀବ କୁମାର । କିନ୍ତୁ ସିବିଆଇରେ ହାଜର ହେବେ କମିଶନର । ତଦନ୍ତରେ ସିବିଆଇକୁ ସହଯୋଗ କରିବା ପାଇଁ ରାଜୀବ କୁମାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେପଟେ ଜେରା ସମୟରେ କମିଶନରଙ୍କୁ କୌଣସି ସମସ୍ୟାର ଯେପରି ସାମନା କରିବାକୁ ପଡିବ ନାହିଁ ସେନେଇ ସିବିଆଇ ଧ୍ୟାନ ରଖିବାକୁ କହିଛନ୍ତି କୋର୍ଟ ।

ଆସନ୍ତା 20ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ସ୍ବାଗତ କରିବା ସହ ଧନ୍ୟବାଦ ଜଣାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହି ଶୁଣାଣି ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ଦିଦି । ଧାରଣାସ୍ଥଳରେ 'ମୋଦି ହଟାଓ ଦେଶ ବଚାଓ' ନାରା ଦେଇଛନ୍ତି ମମତା ।   

ଗତ ରବିବାର ଦିନ ଶାରଦା ଚିଟ ଫଣ୍ଡ ମାମଲାରେ ପୋଲିସ କମିଶନର ରାଜୀବ କୁମାରଙ୍କ ସମ୍ପୃକ୍ତି ନେଇ ଦାବି କରୁଛି ସିବିଆଇ । ଆଉ ଏହି ମାମଲାରେ ରାଜୀବଙ୍କ ଘରେ ଚଢଉ ପାଇଁ ପହଞ୍ଚିଥିଲା ସିବିଆଇ । କିନ୍ତୁ ଛାନବିନ ତ ଦୂରର କଥା ସିବିଆଇ ଅଧିକାରୀଙ୍କୁ ଗିରଫ କରିଥିଲା ରାଜ୍ୟ ପୋଲିସ । ଚଢଉ ପାଇଁ ଆସିଥିବା ସିବିଆଇ ଅଧିକାରୀଙ୍କ ସହ ପୋଲିସର ବଚସା ସହ ହୋଇଥିଲା ଧସ୍ତାଧସ୍ତି । ଏହି ଘଟଣାକୁ ମୋଦି ସରକାରଙ୍କ ବିରୁଦ୍ଧରେ ଧାରଣା ଦେଇଛନ୍ତି ମମତା ସରକାର ।  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.