ETV Bharat / bharat

ଚୀନ ସାମଗ୍ରୀ ବର୍ଜନ କଲେ ଭାରତର ହିଁ କ୍ଷତି : ଚୀନ ଦୈନିକ - ଚୀନ ସାମଗ୍ରୀ ବର୍ଜନ

ଲଦାଖର ଗଲଓ୍ବାନରେ ଚୀନ-ଭାରତ ସଙ୍ଘର୍ଷରେ ଭାରତର 20 ଜବାନ ଶହୀଦ ହେବାପରେ ଚୀନ ସାମଗ୍ରୀକୁ ବଏକଟ କରିବା ନାରା ଜୋରଦାର ହୋଇଛି । ତେବେ ଚୀନ ସାମଗ୍ରୀ ବିନା ଭାରତ ଚଳିବା ଅସମ୍ଭବ ବୋଲି ଚୀନର ସରକାରଙ୍କ ମୁଖପତ୍ର ଭାବେ କାମ କରୁଥିବା ଏକ ଖବରକାଗଜରେ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

ଚୀନ ସାମଗ୍ରୀ ବର୍ଜନ କଲେ ଭାରତର ହିଁ କ୍ଷତି : ଚୀନ ଦୈନିକ

author img

By

Published : Jun 22, 2020, 5:55 PM IST

ନୂଆଦିଲ୍ଲୀ : ଗତ ସପ୍ତାହରେ ରକ୍ତାକ୍ତ ସୀମା ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେଲା ପରେ ଭାରତରେ ଏବେ ଚୀନ ବିରୋଧୀ ଆଭିମୁଖ୍ୟ ଚରମ ସୀମାରେ ପହଞ୍ଚିଛି । ଚୀନ ସାମଗ୍ରୀ ବର୍ଜନ କରିବା ପାଇଁ ସ୍ୱର ଜୋରଦାର ହୋଇଛି । ତେବେ, ଚୀନର ସରକାରଙ୍କ ମୁଖପତ୍ର ଭାବେ କାମ କରୁଥିବା ଏକ ଖବରକାଗଜ ଦୁଇ ଦେଶକୁ ଶାନ୍ତି ବଜାୟ ପାଇଁ ଅପିଲ କରିବା ସହ ଦାବି କରିଛି ଯେ, ଭାରତୀୟ ମାନେ ଚୀନ ନିର୍ମିତ ସାମଗ୍ରୀ ବିନା ରହିପାରିବେ ନାହିଁ ।

ସୀମାରେ ଶାନ୍ତି ବଜାୟ ରହିଲେ ହିଁ ଏସିଆର ଦୁଇ ବିଶାଳ ଉଦୀୟମାନ ଦେଶ ମଧରେ ବାଣିଜ୍ୟ ଓ ଅର୍ଥନୈତିକ ସଂପର୍କ ସ୍ଥାପିତ ହୋଇପାରିବ, ଯାହା କି ଦୁଇ ଦେଶର ଲୋକଙ୍କୁ ଉପକୃତ କରିବ । ଚୀନ ସରକାରଙ୍କ ଆଭିମୁଖ୍ୟକୁ ସର୍ବଦା ଦୃଢ ସମର୍ଥନ କରୁଥିବା ଇଂରାଜୀ ଦୈନିକ ଗ୍ଲୋବାଲ ଟାଇମସରେ ପ୍ରକାଶିତ ‘ଇଣ୍ଡିଆ ମଷ୍ଟ ନଟ ଲେଟ ବର୍ଡର ସ୍କଫଲ ଫ୍ରେ ଇକୋନୋମିକ ରିଲେସନ୍ସ ୱିଥ ଚାଇନା’ ଶୀର୍ଷକ ଏକ ଲେଖାରେ ଉପରୋକ୍ତ କଥା କୁହାଯାଇଛି । ଦ୍ୱିପାକ୍ଷିକ ସଂପର୍କକୁ ଗୁରୁତର ଭାବେ ବାଧାପ୍ରାପ୍ତ କରିଥିବା ସଦ୍ୟ ସୀମା ସଂଘର୍ଷ ଯୋଗୁଁ ପରିସ୍ଥିତି ଯେମିତି ଆହୁରି ଖରାପ ନ ହେବ, ସେଥିପାଇଁ 2 ଦେଶ ନିଜର ସମସ୍ତ ଶକ୍ତି ବିନିଯୋଗ କରିବା ଦରକାର ବୋଲି ଗ୍ଲୋବାଲ ଟାଇମସ ଲେଖାରେ କୁହାଯାଇଛି ।

ଜୁନ ୧୫ ତାରିଖ ରାତି ଓ ୧୬ ତାରିଖ ଭୋରରେ ଲଦାଖର ଗଲୱାନ ଘାଟୀରେ ଚୀନ ସୈନ୍ୟଙ୍କ ସହ ହିଂସାତ୍ମକ ସଂଘର୍ଷରେ ଜଣେ କଲନେଲଙ୍କ ସମେତ ୨୦ ଭାରତୀୟ ସେନା ଯବାନ ପ୍ରାଣ ହରାଇଥିଲେ । ସୀମାରେ ଉତେଜନା ହ୍ରାସ ପାଇଁ ନୂଆଦିଲ୍ଲୀ ଓ ବେଜିଂ ସାମରିକ ଓ କୂଟନୈତିକ ସ୍ତରରେ ଆଲୋଚନା ଚଳାଇଥିଲେ ମଧ୍ୟ ଭାରତରେ ଚୀନ୍ ବିରୋଧୀ ଜନ ଆକ୍ରୋଶ ଦେଖାଦେଇଛି । ଏପରିକି ଜଣେ କେନ୍ଦ୍ର ମନ୍ତ୍ରୀ ଚାଇନିଜ ଖାଦ୍ୟକୁ ବ୍ୟାନ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଭାରତୀୟମାନେ ଚୀନ ନିର୍ମିତ ଟିଭି ସେଟ ଭାଙ୍ଗୁଥିବା ଭଳି ବିଭିନ୍ନ ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୪୫ ବର୍ଷ ପରେ ପ୍ରଥମ ଥର ପାଇଁ ୩, ୪୮୮ କିଲୋମିଟର ଦୀର୍ଘ ଭାରତ-ଚୀନ ସୀମାରେ ସଂଘର୍ଷ ଘଟି ସୈନ୍ୟଙ୍କ ମୃତ୍ୟୁ ହୋଇଛି ।

ଲଦାଖରେ ସଂଘଠିତ ସଂଘର୍ଷକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ରବିବାରର ଗ୍ଲୋବାଲ ଟାଇମସରେ ପ୍ରକାଶିତ ଲେଖାରେ କୁହାଯାଇଛି । ଏହି ଘଟଣାକୁ ଅସ୍ତ୍ର କରି ଭାରତ ଭିତରେ ଓ ବାହାରେ ଥିବା ରାଜନେତା ଓ ଷଡଯନ୍ତ୍ରକାରୀମାନେ ଜାତୀୟତାବାଦ ଓ ଚୀନ ବିରୋଧୀ ହିଂସା ଉଦ୍ରେକ କରିବା ଅନୁଚିତ । ନିଜର ଆର୍ଥିକ ଅଭିବୃଦ୍ଧି ପାଇଁ ଚୀନ ଭଳି ଏକ ବିଶାଳ ପଡୋଶୀ ଉପରେ ଭାରତ ନିର୍ଭର କରେ ବୋଲି ଗ୍ଲୋବାଲ ଟାଇମସ ଲେଖାରେ ଉଲ୍ଲେଖ ରହିଛି ।

ଖବରକାଗଜ ଲେଖାରେ ଆହୁରି ବି ଉଲ୍ଲେଖ କରାଯାଇଛି ଯେ, ଅଧିକାଂଶ ଭାରତୀୟ ଟେଲିଭିଜନ ଆଙ୍କର ଓ ଖବରକାଗଜର ସ୍ତମ୍ଭକାର ସୀମା ବିବାଦ ଜନିତ ଉତେଜନା ବୃଦ୍ଧି କରିବାକୁ ଉଦ୍ୟମ କରୁଥିବା ଦେଖାଯାଇଛି । ଏପରିକି କିଛି ଚୀନକୁ ଉତିଚ ଶିକ୍ଷା ଦେବାକୁ କଠୋର ଦାବି କରୁଛନ୍ତି ବୋଲି ଗ୍ଲୋବାଲ ଟାଇମସ ପ୍ରକାଶ କରିଛି ।ତେବେ, ଭାରତୀୟ ଲୋକେ ସେମାନଙ୍କ ଦେଶର କଠୋରପନ୍ଥୀଙ୍କ ଦ୍ୱାରା ବିଭ୍ରାନ୍ତ ନ ହେବା ଆଶା କରାଯାଏ ବୋଲି ଖବରକାଗଜ ଉଲ୍ଲେଖ କରିଛି । ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ତଥ୍ୟ ଅନୁସାରେ ଭାରତ-ଚୀନ ଦ୍ୱିପାକ୍ଷିକ ସାମଗ୍ରିକ ବାଣିଜ୍ୟ କାରବାର ପରିମାଣ ହେଉଛି ୯୫ ଦଶମିକ ୫୪ ବିଲିଅନ ଆମେରିକୀୟ ଡଲାର । ଏଥିମଧ୍ୟରୁ ଭାରତର ରପ୍ତାନି ପରିମାଣ ହେଉଛି ୧୮ ଦଶମିକ ୮୪ ବିଲିଅନ ଆମେରିକୀୟ ଡଲାର । ଚୀନସାମଗ୍ରୀ ସବୁଠାରୁ ଅଧିକ ନେଉଥିବା ଦେଶଗୁଡିକ ତାଲିକାରେ ଭାରତର ସ୍ଥାନରହିଛି ସପ୍ତମ । ଆଉ ଚୀନକୁ ଅଧିକ ରପ୍ତାନି କରୁଥିବା ଦେଶଙ୍କ ମଧ୍ୟରେ ଭାରତର ସ୍ଥାନ ହେଲା ୨୭ । ୨୦୧୯ ଜାନୁଆରୀରୁ ଜୁଲାଇ ମଧରେ ଭାରତ-ଚୀନ ମଧ୍ୟରେ ୫୩ ଦଶମିକ ୩ ବିଲିଅନ ଆମେରିକୀୟ ଡଲାରର ବାଣିଜ୍ୟ କାରବାର ହୋଇଥିଲା । ଚୀନକୁ ଭାରତର ରପ୍ତାନି ପରିମାଣ ଥିଲା ୧୦ ଦଶମିକ ୩୮ ବିଲିଅନ । ଯାହା କି ୫ ଦଶମିକ ୦୨ ପ୍ରତିଶତ ହ୍ରାସ ପାଇଥିଲା । କିନ୍ତୁ ଭାରତକୁ ଚୀନର ରପ୍ତାନି ଥିଲା ୪୨ ଦଶମିକ ୯୨ ବିଲିଅନ ଆମେରିକୀ ଡଲାର । ଯାହା କି ୨ ଦଶମିକ ୫୧ ପ୍ରତିଶତ ହ୍ରାସ ପାଇଥିଲା । କପା, କପର, ହୀରା,ପ୍ରାକୃତିକ ରତ୍ନ ଭଳି ସାମଗ୍ରୀ ଭାରତ ଚୀନକୁ ରପ୍ତାନି କରେ । ଭାରତକୁ ଚୀନ ମେସିନାରୀ, ଟେଲିକମ ଓ ଶକ୍ତି ସଂପର୍କିତ ସାମଗ୍ରୀ ସଂରଜାମ ସହ ଅର୍ଗାନିକ କେମିକାଲ ଓ ସାର ରପ୍ତାନି କରିଥାଏ ।

ଗ୍ଲୋବାଲ ଟାଇମସରେ ପ୍ରକାଶିତ ଲେଖାରେ ଉଲ୍ଲେଖ କରାଯାଇଛି ଯେ, ଭାରତ ପାଇଁ ଚୀନ ଏକାଧିକ ସୁଯୋଗ ସୃଷ୍ଟି କରିଛି । ଭାରତରେ ୩୦ଟି ତଥାକଥିତ ୟୁନିକମ ଷ୍ଟାର୍ଟଅପ ଏଂଟରପ୍ରାଇଜ ମଧ୍ୟରୁ ୧୮ଟିରେ ଚୀନର ପୁଂଜିନିବେଶ ରହିଛି । ଏବଂ ଭାରତୀୟମାନେ ନିତ୍ୟ ବ୍ୟବହାର କରୁଥିବା ବିଭିନ୍ନ ଘରକରଣା ସାମଗ୍ରୀ ଓ ରଂଗୀନ ଟିଭିଠାରୁ ଆରମ୍ଭ କରି ମାଇକ୍ରୋୱେଭ ଓଭେନ,ଏୟାର କଂଡିସନର,ଫ୍ୟାସନେବଲ ମୋବାଇଲ ଫୋନ ଓ ଲାପଟପ ସବୁ ଚୀନରେ ନିର୍ମିତ ହୁଏ ବୋଲି ଗ୍ଲୋବାଲ ଟାଇମସ ଲେଖାରେ କୁହାଯାଇଛି । ସୁଲଭ ମୂଲ୍ୟ ଓ ଗୁଣାତ୍ମକ ମାନ ଦୃଷ୍ଟିରୁ ଚୀନ ସାମଗ୍ରୀର ବିକଳ୍ପ କଷ୍ଟକର ବୋଲି ଖବରକାଗଜ ଲେଖାରେ କୁହାଯାଇଛି ।

ଏସିଆରେ ଭୂରାଜନୈତିକ ଉତେଜନା ସୃଷ୍ଟି ନ କରିବାକୁ ପ୍ରକାଶିତ ଲେଖାରେ ଭାରତକୁ ପରାମର୍ଶ ଦିଆଯାଇଛି । ନୂଆଦିଲ୍ଲୀ ଚୀନ ସହ ଭଲ, ହିତକର ଆପୋଷ ସଂପର୍କ ରଖିବା ପାଇଁ ୧୦୦ଟି କାରଣ ରହିଛି । କିଏ କାହାର ଅଞ୍ଚଳ ପରସ୍ପରଠାରୁ ଛଡାଇ ପାରିବେ ନାହିଁ ବୋଲି ଗ୍ଲୋବାଲ ଟାଇମସ ଲେଖାରେ ଦର୍ଶାଯାଇଛି । ୨୦୧୭ରେ ଭାରତ-ଭୂଟାନ-ଚୀନ ଆନ୍ତର୍ଜାତିକ ଟ୍ରାଇଜଙ୍କସନରେ ଅବସ୍ଥିତ ଡୋକଲମରେ ୭୩ ଦିନ ଧରି ଭାରତ ଓ ଚୀନର ସେନା ମୁହାଁମୁହିଁ ସ୍ଥିତିରେ ରହିଲା ପରେ ପୁଣି ଥରେ ଏବେ ଦୁଇ ଦେଶର ସୀମାରେ ଉତେଜନା ସୃଷ୍ଟି ହୋଇଛି । ଡୋକଲାମ ଅଚଳାବସ୍ଥା ମଧ୍ୟରେ ସେହିବର୍ଷ ହିଁ କାଜାଖସ୍ଥାନରେ ଆୟୋଜିତ ଏସସିଓ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଦୁଇ ଦେଶ ମଧ୍ୟରେ ମତଭେଦ ବିବାଦରେ ପରିଣତ ହେବାକୁ ଦିଆଯିବ ନାହିଁ ବୋଲି ଉଭୟ ନେତା ରାଜି ହୋଇଥିଲେ । କୂଟନୈତିକ ଭାବେଲେ ଏହା ‘ଅସ୍ଥାନା କନସେନସସ’ ଭାବେ ପରିଚିତ ।

ଦ୍ୱିପାକ୍ଷିକ ସଂପର୍କ ବୃଦ୍ଧି ପାଇଁ ରାଷ୍ଟ୍ରପତି ସି ଜିନପିଙ୍ଗ ୨୦୧୮ ମସିହାରେ କୋରୋନା ମହାମାରୀର କେନ୍ଦ୍ରସ୍ଥଳ ଉହାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକ ଅନୌପଚାରିକବୈଠକ ଆୟୋଜିତ କରିଥିଲେ । ସେହିପରି ଗତବର୍ଷ ଚେନ୍ନାଇ ନିକଟସ୍ଥ ମାମଲପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରି ଅନୌପଚାରିକ ବୈଠକ କରିଥିଲେ । ଲଦାଖରେ ସଂଘର୍ଷ ପରେ ସମାଲୋଚକମାନେ ମୋଦି ଓ ଜିନପିଙ୍ଗଙ୍କ ବ୍ୟକ୍ତିଗତ ସଂପର୍କକୁ ପ୍ରଶ୍ନ କରୁଛନ୍ତି । ଉହାନ ସ୍ପିରିଟ ଓ ଚେନ୍ନାଇ କନେକ୍ଟ କୁଆଡେ ଗଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

କୋରୋନା ମହାମାରୀ ବ୍ୟାପିବା ପାଇଁ ଚୀନ ବିଶ୍ୱବ୍ୟାପୀ ସମାଲୋଚିତ ହେଉଛି । ଏଣେ ଭାରତ ଆମେରିକାର ନିକଟକର ହେଉଥିବାରୁ ବେଜିଂ କ୍ଷୁବ୍ଧ ହୋଇଛି । ଆମେରିକା ସହ ବାଣିଜ୍ୟ ଯୁଦ୍ଧରେ ଲିପ୍ତ ଅଛି ଚୀନ । ଏଣେ ଇଣ୍ଡୋ-ପାସିଫିରେ ଶାନ୍ତି, ସମୃଦ୍ଧି ପାଇଁ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗଠିତ ସଂଗଠନକୁ ନେଇ ବି ଚୀନ ଉଦବିଗ୍ନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.