ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ଗଲୱାନ ଘାଟିରେ ହିଂସାତ୍ମକ ଘଟଣାରେ ଭାରତୀୟ ସେନାର ୨୦ ଯବାନ ଶହୀଦ ହୋଇଛନ୍ତି । ଏହି ଘଟଣା ପରେ ଦେଶରେ ଚୀନ ସାମଗ୍ରୀ ବ୍ୟବହାର ବର୍ଜନ ପାଇଁ ଦାବି ଜୋର ଧରିଛି । ଚୀନ ଆପ୍ ଠାରୁ ଆରମ୍ଭ କରି ଚୀନରୁ ଆସୁଥିବା ମୋବାଇଲ ଓ ତମାମ୍ ସାମଗ୍ରୀ ବହିଷ୍କାର ପାଇଁ ଦେଶ ସାରା ସ୍ବର ଉଠିଛି । ଏପରିସ୍ଥଳେ କେନ୍ଦ୍ର ମନ୍ତ୍ରୀ ରାମଦାସ ରାମଦାସ ଅଠାୱଲେ ଚୀନ ଖାଦ୍ୟକୁ ବୟକଟ୍ ଓ ରେସ୍ତୋରାଁରେ ଚାଇନିଜ୍ ଫୁଡ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି ।
ଚାଇନିଜ୍ ଖାଦ୍ୟ ବିକ୍ରୟ କରୁଥିବା ରେସ୍ତୋରାଁଗୁଡିକ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ୍ ବୋଲି ସେ କହିଛନ୍ତି । ଚାଇନାର ଖାଦ୍ୟ ବଏକଟ୍ କରିବାକୁ ଲୋକଙ୍କୁ ନିବେଦନ କରୁଛି ବୋଲି ସେ କହିଛନ୍ତି ।
ସୋମବାର ରାତିରେ, ପୂର୍ବ ଲଦାଖର ଗାଲୱାନ୍ ଉପତ୍ୟକାରେ ଚୀନ୍ ସେନାଙ୍କ ସହ ହୋଇଥିବା ସଂଘର୍ଷରେ ଜଣେ କର୍ଣ୍ଣେଲଙ୍କ ସମେତ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ । ଏଥିରେ ଚୀନର ମଧ୍ୟ 40ରୁ ଉର୍ଦ୍ଧ୍ବ ଯବାନ ପ୍ରାଣ ହରାଇଥିବା ଖବର ରହିଛି । ଏହା ପର ଠାରୁ ଚୀନ ସାମଗ୍ରୀ ବହିଷ୍କାର ପାଇଁ ସାରା ଦେଶରେ ଦାବି ଜୋର ଧରିଛି ।