ETV Bharat / bharat

ଟିକଟିକ ସାଜିଲା କାଳ: ବନ୍ୟାପାଣିରେ ଷ୍ଟଣ୍ଟକରିବାକୁ ଯାଇ ଜଣେ ମୃତ

author img

By

Published : Jul 27, 2019, 7:21 PM IST

ଟିକଟକ ଭିଡିଓ କରିବା ପଡିଲା ମହଙ୍ଗା । ବିହାରରେ ବନ୍ୟା ପାଣିକୁ ଡେଇଁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ

ପାଟନା: ଟିକିଟକ ଭିଡିଓ ପଛରେ ପିଲାଙ୍କ ଠାରୁ ଆରମ୍ଭ ବୁଢା ପର୍ଯ୍ୟନ୍ତ ସମସ୍ତେ ପାଗଳ । ଏହାକୁ ବ୍ୟବହାର କରି କିଏ କେତେ ପ୍ରକାର ଭିଡିଓ ତିଆରି କରୁଛି। ତେବେ ଟିକଟକ ଭିଡିଓ ତିଆରି କରିବା 3 ଜଣ ଯୁବକଙ୍କୁ ମହଙ୍ଗା ପଡିଛି । ଏହି ଭିଡିଓ ତିଆରି କରିବାକୁ ଯାଇ ବିହାର 3 ଜଣ ଯୁବକ ବନ୍ୟା ପାଣିକୁ ଡେଇପଡିଥିଲେ। ଏହାଦ୍ୱାରା ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ 2 ଜଣଙ୍କୁ ଉଦ୍ଧାର କରିଛି ଏନଡିଆରଏଫ ଟିମ୍ ।

ବନ୍ୟା ପାଣିରେ ଷ୍ଟଣ୍ଟ ଦେଖାଉଥିବା ଯୁବକ ହେଉଛନ୍ତି ସ୍ଥାନୀୟ ଅଦଲପୁରର କାସିମ, ଅଫଜଲ ଓ ସିତାରେ । ସେମାନେ ବନ୍ୟା ପାଣି ଦେଖିବା ପାଇଁ କେଓ୍ବଟିର ଲାଲଚୌର ଯାଇଥିଲେ । ଏହାପରେ ଉକ୍ତ ପାଣିରେ ଷ୍ଟଣ୍ଟ ନେବା ପାଇଁ ପ୍ରଥମେ ଫଟୋ ଉଠାଉଥିଲେ । ଏହାପରେ କାସିମ ପ୍ରଥମେ ପାଣି ଭିତରକୁ ଷ୍ଟଣ୍ଟ ମାରିବା ପାଇଁ ପାଣି ଭିତରକୁ ଡେଇଁ ପଡିଥିଲା । ତେବେ ତାକୁ ବୁଡିବାର ଦେଖି ବଞ୍ଚାଇବାକୁ ଯାଇ ଅଫଜଲ ପାଣି ଭିତରକୁ ଡେଇଁପଡିଥିଲା ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଏହାପରେ ଅଫଜଲକୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ସାଙ୍ଗ ସିତାରେ ଭିଡିଓ କରିବା ବନ୍ଦ କରି ପାଣିକୁ ଡେଇଁ ଅଫଜଲକୁ ବଞ୍ଚାଇବାକୁ ଗଲାବେଳକୁ ଅଫଜଲ ପାଣିରେ ବୁଡିସାରିଥିଲା । ଏହାପରେ ପାଖରେ ଥିବା ଲୋକେ କାସିମ ଆଉ ସିତାରେକୁ ବଞ୍ଚାଇବାରେ ସକ୍ଷମ ହୋଇଥିବା ବେଳେ ଅଫଜଲର କିନ୍ତୁ ମୃତଦେହ ମିଳିଥିଲା । ଘଟଣାରେ ଜିଲ୍ଲାଧିକାରୀ ତ୍ୟାଗ ରାଜନ ସମସ୍ତ ଲୋକଙ୍କୁ ଏହି ବନ୍ୟା ପାଣି ପାଖକୁ ନଯିବା ସହ କୌଣସି ସେଲ୍ଫି କିମ୍ବା ଭିଡିଓ ତିଆରି କରିବାକୁ ମଧ୍ୟ ମନାକରିଛନ୍ତି ।

Intro:Body:

xcvcvxcv

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.