ETV Bharat / bharat

ଆନ୍ତର୍ଜାତୀୟ ବକ୍ସର ସୁମନ କୁମାରୀଙ୍କୁ ଅସଦାଚରଣ - kolkata

ପଶ୍ଚିମବଙ୍ଗର କୋଲକାତାରେ ଅସଦାଚରଣ ଶିକାର ହେଲେ ଆନ୍ତର୍ଜାତୀୟ ସ୍ତରର ଖେଳାଳୀ ବକ୍ସର ସୁମନ କୁମାରୀ । କିଛି ଦୁର୍ବୃତ୍ତ ତାଙ୍କୁ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି ।

ଫାଇଲ ଫଟୋ
author img

By

Published : Jun 28, 2019, 11:57 PM IST

କୋଲକାତା: ପଶ୍ଚିମବଙ୍ଗର କୋଲକାତାରେ ଅସଦାଚରଣର ଶିକାର ହେଲେ ଆନ୍ତର୍ଜାତୀୟ ବକ୍ସର ସୁମନ କୁମାରୀ । କିଛି ଦୁର୍ବୃତ୍ତ ତାଙ୍କୁ ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି । ତେବେ ସେ କୋଲକାତା ପୋଲିସ ବିରୁଦ୍ଧରେ ମଧ୍ୟ ଗୁରୁତର ଅଭିଯୋଗ ଆଣିଛନ୍ତି । ଘଟଣାସ୍ଥଳରେ କାର୍ଯ୍ୟରତ ପୋଲିସକର୍ମୀ ଉପସ୍ଥିତ ଥାଇ ମଧ୍ୟ ତାଙ୍କୁ ସାହାଯ୍ୟ କରିନଥିବା ଅଭିଯୋଗ କରିଛନ୍ତି ସେ ।

ସୂଚନା ମୁତାବକ, ସୁମନଙ୍କ ଘର କିଦିରପୁରରେ । ସେ ରାଜ୍ୟ କୃଷି ବିଭାଗରେ ଜଣେ ଅସ୍ଥାୟୀ କର୍ମଚାରୀ ଭାବରେ କାର୍ଯ୍ୟରତ । ଶୁକ୍ରବାର କୋଲକାତାର ମୋମିନପୁରରେ ନିଜ ସ୍କୁଟି ନେଇ ଯାଉଥିବା ବେଳେ ତାଙ୍କୁ 3 ଜଣ ଯୁବକ ଅସଦାଚରଣ କରିଥିଲେ । ଏହି ସମୟରେ ସେଠାରେ ଜଣେ ପୋଲିସ କର୍ମୀ ଉପସ୍ଥିତ ଥିଲେ । ସୁମନ ତାଙ୍କୁ ସହାୟତା ପାଇଁ ଗୁହାରି କରିଥିଲେ ସୁଦ୍ଧା ସେ ସାହାଯ୍ୟ କରିବାକୁ ମନା କରିଦେଇଥିଲେ । ସେ ସୁମନଙ୍କୁ ପୋଲିସ ଷ୍ଟେସନ ଯିବାକୁ କହିଥିଲେ । ଅଭିଯୁକ୍ତଙ୍କ ପରିଚୟ ରାହୁଲ ଶର୍ମା, ଶେଖ ଫିରୋଜ ଏବଂ ୱସୀମ ଖାନ ବୋଲି କହିଛନ୍ତି ସୁମନ ।

ସୂଚନା ଯୋଗ୍ୟ ଯେ, ସୁମନ କୁମାରୀ ଚଳିତ ବର୍ଷ ତାଇବାନରେ ଏସିଆନ ଚାମ୍ପିଅନସିପରେ 56 କିଲୋ ବର୍ଗରେ ଭାରତକୁ ପ୍ରତିନିଧିତ୍ବ କରିଥିଲେ ।

Intro:Body:

wrwe

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.