ନୂଆଦିଲ୍ଲୀ: ମାସ ଆରମ୍ଭରୁ କେନ୍ଦ୍ର ସ୍ୱତନ୍ତ୍ର "ଶ୍ରମିକ" ଟ୍ରେନ୍ ଘୋଷଣା କରିବା ପରେ ହଜାର ହଜାର ପ୍ରବାସୀ ଶ୍ରମିକ ଘରକୁ ଫେରୁଛନ୍ତି । ରେଳବାଇ ଦ୍ୱାରା ଶ୍ରମିକ ଥିବା ଜଣେ ମହିଳା ଯାତ୍ରୀଙ୍କୁ ତୁରନ୍ତ ସହାୟତା ପ୍ରଦାନ ପରେ ସେ ପ୍ରସବ କରିଛନ୍ତି । ଉଭୟ ମା' ଏବଂ ନବଜାତ ଶିଶୁ ସୁସ୍ଥ ଅଛନ୍ତି।
ମହିଳା ଜଣକ ଗୁଜୁରାଟର ସୁରଟରୁ ବିହାରର ନୱାଡାକୁ ଯାତ୍ରା କରିଛନ୍ତି । ରାଜଧାନୀ ପାଟନା ଠାରୁ ପ୍ରାୟ 100 କିଲୋମିଟର ଦୂରରେ ସେ ଶିଶୁ ଜନ୍ମ ଦେଇଛନ୍ତି । ଟ୍ରେନରେ ଡେଲିଭରୀ ପାଇଁ ବ୍ୟବସ୍ଥା କରିଥିଲେ ବୋଲି ରେଳବାଇ ଏକ ନବଜାତ ଶିଶୁର ଫଟୋ ସହିତ ଏକ ଟ୍ୱିଟରେ ସେୟାର କରିଛି । ପୋଷ୍ଟରେ କୁହାଯାଇଛି ଯେ ଉଭୟ ମା' ଏବଂ ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ରହିଛି ।
ଏହି ସ୍ବତନ୍ତ୍ର ଟ୍ରେନରେ ଅତି କମରେ 20ଟି ଶିଶୁ ଜନ୍ମ ହୋଇଛନ୍ତି । ଲକଡାଉନ୍ ମଧ୍ୟରେ ମେ 1 ତାରିଖରୁ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ଘରକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଚାଲିଛି । ସରକାରୀ ତଥ୍ୟ ଅନୁଯାୟୀ ରେଳବାଇ ମେ 1 ରୁ 2317 ଟି ସ୍ୱତନ୍ତ୍ର "ଶ୍ରମିକ" ଟ୍ରେନରେ 31 ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ ପରିବହନ କରିଛି ।