ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ଯା ପ୍ରସଙ୍ଗ ଉପରେ ଗତ ଶନିବାର ଶୁଣାଣି କରାଯାଇଛି । ଏହି ନିଷ୍ପତ୍ତି ନେବା ପାଇଁ ସଂସ୍କୃତ, ହିନ୍ଦୀ, ଉର୍ଦ୍ଦୁ, ଫାରସି, ତୁର୍କି, ଫ୍ରେଞ୍ଚ ଓ ଇଂରାଜୀ ଭାଷା ସହିତ ଇତିହାସ, ସଂସ୍କୃତି, ଧାର୍ମିକ ଓ ପୁରାତତ୍ତ୍ବ ସମ୍ପର୍କିତ ପୁସ୍ତକ ଓ ଅନେକ ଅନୁବାଦ ସଂସ୍କରଣ ଉଚ୍ଚତମ ନ୍ୟାୟାଳୟର ନ୍ୟାୟଧୀଶଙ୍କୁ ଅନେକ ସହାୟତା କରିଛି ।
![Books relate](https://etvbharatimages.akamaized.net/etvbharat/prod-images/5024436_dd.jpg)
ଏହି ବହି ଗୁଡିକୁ ଭଲ ସେ ପଢିବା ସହିତ କୌଣସି ନିର୍ଦ୍ଦିଷ୍ଟ ବିଷୟରେ ଉପନୀତ ହେବା ନେଇ ଅତି ସାବଧାନତା ଅବଲମ୍ବନ କରାଯାଇଛି । କାହିଁକି ନା କୌଣସି ସମ୍ବେଦନଶୀଳ ବିଷୟରେ ନିଷ୍ପତ୍ତି ନେବା ଏକ ବିପଦଜ୍ଜନକ ବିଷୟ ହୋଇଥାଏ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ବିଶେଷ ପୀଠ 533ଟି ଦସ୍ତାବିଜକୁ ସାକ୍ଷୀ ଭାବେ ସାମିଲ କରିଥିଲେ ।
ଏଥିରେ ଧାର୍ମିକ ପୁସ୍ତକ ଯାତ୍ରା ବୃତାନ୍ତ, ପ୍ରତ୍ନତାତ୍ତ୍ବିକ ରିପୋର୍ଟ, ବାବ୍ରି ମସଜିଦ ଭାଙ୍ଗିବା ପୂର୍ବର ଚିତ୍ର ଓ ଏହାର କଳାକୃତି ସବୁ ଉପରେ ସମୀକ୍ଷା କରାଯାଇଥିଲା । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବ୍ୟତୀତ, ନ୍ୟାୟଧୀଶ ଏସ.ଏ. ବୋବଡେ, ନ୍ୟାୟଧୀଶ ଡି. ଓ୍ବାଇ.ଡନ୍ଦ୍ରଚୁଡ, ନ୍ୟାୟଧୀଶ ଅଶୋକ ଭୁଷଣ ଓ ଏସ.ଏ ନଜୀର ସାମିଲ ଥିଲେ । ଦସ୍ତାବିଜର ରିପୋର୍ଟ ଓ ମସଜିଦର ଖମ୍ବରେ ଲେଖାଥିବା ଅନୁବାଦକୁ ମଧ୍ୟ ସାମିଲ କରଥିଲେ ।