ରାୟଗଡ: ମହାରାଷ୍ଟ୍ରର ସରକାରୀ ବସରେ ବୋମା । ରାୟଗଡ ଥାନା ଅପ୍ତା ଗାଁରେ ସରକାରୀ ବସରୁ ଉଦ୍ଧାର ହୋଇଛି ବୋମା । ତେବେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ତୁରନ୍ତ ବୋମା ନିଷ୍କ୍ରିୟକାରୀ ଦଳ ଉକ୍ତ ବୋମାକୁ ନିଷ୍କ୍ରିୟ କରିଛି ।
ବୁଧବାର, ରାତିରେ ଗାଁ ନିକଟରେ ଥିବା ସରକାରୀ ବସରେ ବୋମା ପରି ଦେଖାଯାଉଥିବା ଏକ ପଦାର୍ଥ ଥିବା କେହି ପୋଲିସକୁ ଫୋନ କରି ଜଣାଇଥିଲେ । ତେବେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ଏହା ବିସ୍ଫୋରକ ସାମଗ୍ରୀ ବୋଲି ଜାଣିବାକୁ ପାଇଥିଲା । ତତକ୍ଷଣାତ ଏ ସମ୍ପର୍କରେ ବୋମା ନିଷ୍କ୍ରିୟକାରୀ ଦଳକୁ ଖବର ଦେବା ସହ ବୋମାଟିକୁ ନିଷ୍କ୍ରିୟ କରାଯାଇଥିବା ରାୟଗଡ ପୋଲିସ ପକ୍ଷରୁ କୁହାଯାଇଛି ।
ଏହା ସହ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।