ETV Bharat / bharat

କଲାମେଶ୍ବର ଧାମ ଦର୍ଶନ କରିବାକୁ ଯିବାବେଳେ ଅଘଟଣ: ଓଲଟିଲା ଡଙ୍ଗା, 14 ମୃତ

author img

By

Published : Sep 16, 2020, 10:05 AM IST

Updated : Sep 16, 2020, 5:04 PM IST

ଦେବ ଦର୍ଶନ ପାଇଁ ଯିବାବେଳେ ଓଲଟିଲା ଡଙ୍ଗା; 14 ନିଖୋଜ, ଜଣେ ମୃତ

10:02 September 16

ଠାକୁର ଦର୍ଶନ କରିବାକୁ ଯାଉଥିବା ବେଳେ ଓଲଟିଲା ଡଙ୍ଗା । ଡଙ୍ଗାରେ ମୋଟ 50 ଜଣ ଥିବାବେଳେ ଏବେ ସୁଦ୍ଧା 14 ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଆସିଛି । ରାଜସ୍ଥାନ କୋଟାର ଇଟାୱାରେ ଘଟିଛି ଏହି ଅଘଟଣ ।

ନଦୀ ପାର ବେଳେ ଓଲଟିଲା ଡଙ୍ଗା, 30 ବୁଡିଯାଇଥିବା ଆଶଙ୍କା

ଜୟପୁର: ରାଜସ୍ଥାନ କୋଟାର ଚମ୍ବଲ ନଦୀ ପାର ହେଉଥିବାବେଳେ ଓଲଟିଲା ଡଙ୍ଗା । ଡଙ୍ଗାରେ ଯାତ୍ରା କରୁଥିଲେ 50 ଯାତ୍ରୀ । ଏବେ ସୁଦ୍ଧା 14 ଜଣଙ୍କର ମୃତ୍ୟୁ ଘଟିଥିବା ଖବର ଆସିଛି । 

ପ୍ରାଥମିକ ସୂଚନା ଅନୁଯାୟୀ, କୋଟାର ଇଟାୱାରେ ଥିବା କଲାମେଶ୍ବର ଧାମ ପରିଦର୍ଶନ କରିବାକୁ ଚମ୍ବଲ ନଦୀ ପାର ହୋଇ ଡଙ୍ଗାଟି ଯାଉଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ 50 ଜଣ ବୁଡି ଯାଇଥିଲେ । ଏହି ସମୟ ମଧ୍ୟରେ ଅନେକ ଲୋକ ପହଁରି ନିଜ ଜୀବନ ରକ୍ଷା କରିଥିଲେ । ଡଙ୍ଗାରେ ପାଖାପାଖି 18ଟି ବାଇକ ଥିଲା । 

ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।  ଏଥି ସହିତ ପ୍ରଶାସନକୁ ମଧ୍ୟ ଏହି ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି ।  ଏହା ପରେ ଜିଲ୍ଲାପାଳ ଏବଂ ଏସପି ଘଟଣାସ୍ଥଳକୁ ଯାଇଛନ୍ତି । ସେପଟେ ମୃତକଙ୍କ ପରିବାରକୁ 10 ଲକ୍ଷ ଟଙ୍କା ଦିଆଯିବାକୁ ସ୍ଥାନୀୟ ଲୋକଙ୍କ ଦାବି ରହିଛି ।

ରାଜସ୍ଥାନରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇଛି । ସେପଟେ ଡଙ୍ଗାରେ ଅଧିକ ଲୋକ ଯାତ୍ରା କରୁଥିବା ନେଇ ମଧ୍ୟ ପ୍ରାଥମିକ ତଦନ୍ତରୁ ଜଣାପଡିଛି । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

Last Updated : Sep 16, 2020, 5:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.