ETV Bharat / bharat

ସ୍ୱରରୁ ହେବ କୋରୋନା ଟେଷ୍ଟ, ୩୦ ମିନିଟ୍‌ରେ ଆସିବ ରିପୋର୍ଟ

author img

By

Published : Aug 10, 2020, 6:23 PM IST

କୋରୋନା ମହାମାରୀକୁ ନିୟନ୍ତ୍ରଣ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ଏବେ ଟେଷ୍ଟିଂ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛି । ଏହି କ୍ରମରେ ମୁମ୍ବାଇରେ ବ୍ୟକ୍ତିର ସ୍ୱରକୁ ବ୍ୟବହାର କରି କୋରୋନା ପରୀକ୍ଷଣ କରିବା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ସ୍ୱର ଟେଷ୍ଟରେ ମାତ୍ର ୩୦ ମିନିଟ ମଧ୍ୟରେ ଫଳାଫଳ ଜଣାପଡିବ । ଅଧିକ ପଢନ୍ତୁ...

ସ୍ୱରରୁ ହେବ କୋରୋନା ଟେଷ୍ଟ, ୩୦ ମିନିଟ୍‌ରେ ଆସିବ ରିପୋର୍ଟ
ସ୍ୱରରୁ ହେବ କୋରୋନା ଟେଷ୍ଟ, ୩୦ ମିନିଟ୍‌ରେ ଆସିବ ରିପୋର୍ଟ

ମୁମ୍ବାଇ: ଅଣାୟତ କୋରୋନା । ନିୟନ୍ତ୍ରଣକୁ ଆଣିବା ପାଇଁ ଅନେକ ପଦେକ୍ଷପ ନିଆଯାଉଛି । ତଥାପି ସଂକ୍ରମଣରେ ରୋକ ଲାଗୁନି। ତେବେ କୋରୋନା ମହାମାରୀକୁ ନିୟନ୍ତ୍ରଣ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ଏବେ ଟେଷ୍ଟିଂ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛି । ଏହି କ୍ରମରେ ମୁମ୍ବାଇରେ ବ୍ୟକ୍ତିର ସ୍ୱରକୁ ବ୍ୟବହାର କରି କୋରୋନା ପରୀକ୍ଷଣ କରିବା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ସପ୍ତାହରେ ମୁମ୍ବାଇର ଗୋରେଗାଓଁ ସ୍ଥିତ ନେସ୍କୋ କୋଭିଡ ସେଣ୍ଟରରେ ୧୦୦୦ ଜଣ ବ୍ୟକ୍ତିଙ୍କ ସ୍ୱରକୁ ବ୍ୟବହାର କରି କୋରୋନା ପରୀକ୍ଷଣ କରାଯିବ ବୋଲି ବିଏମ୍‌ସିର ଅତିରିକ୍ତ କମିଶନର ସୁରେଶ କାକାନୀ ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରେ ଉଭୟ କୋରୋନା ସନ୍ଦିଗ୍ଧ ଏବଂ କୋରୋନା ସଂକ୍ରମିତ ବ୍ୟକ୍ତି ସାମିଲ ରହିବେ ।

ସ୍ୱର ଟେଷ୍ଟରେ ଜଣେ କୋରୋନା ପଜିଟିଭ ଚିହ୍ନଟ ହେଲେ ଏହା ସୁନିଶ୍ଚିତ କରିବା ନିମନ୍ତେ ତାଙ୍କର ଆର୍‌ଟି-ପିସିଆର୍‌ ଟେଷ୍ଟ କରାଯିବ । ସ୍ୱର ଟେଷ୍ଟରେ ମାତ୍ର ୩୦ ମିନିଟ ମଧ୍ୟରେ ଫଳାଫଳ ଜଣାପଡିବ । ଏବେ ମୁମ୍ବାଇରେ ଆର୍‌ଟି-ପିସିଆର୍‌ ବ୍ୟତୀତ ଆଣ୍ଟିଜେନ୍‌ ଟେଷ୍ଟ ଦ୍ୱାରା ମଧ୍ୟ ରୋଗୀ ଚିହ୍ନଟ ହେଉଛନ୍ତି । ନେସ୍କୋ କୋଭିଡ ସେଣ୍ଟରରେ ଯଦି ଏହା ସକରାତ୍ମକ ଫଳାଫଳ ଦିଏ ତେବେ ମୁମ୍ବାଇର ଅନ୍ୟ ସ୍ଥାନରେ ମଧ୍ୟ ଏହି ଟେଷ୍ଟ ଆରମ୍ଭ କରାଯିବ ବୋଲି ମ୍ୟୁନିସିପାଲିଟି କମିଶନର ସୁରେଶ କାକାନୀ ପ୍ରକାଶ କରିଛନ୍ତି ।

ଇସ୍ରାଏଲ, ଫ୍ରାନ୍ସ, ଇଟାଲୀ ସମେତ କେତେକ ୟୁରୋପୀୟ ଦେଶରେ ଏହି କୌଶଳ ବ୍ୟବହାର କରି କୋରୋନା ପରୀକ୍ଷା ହେଉଛି । ଆର୍‌ଟି-ପିସିଆର୍‌ ଟେଷ୍ଟ ପାଇଁ ଅତିକମ୍‌ରେ ୨୪ ଘଣ୍ଟା ସମୟ ଲାଗୁଥିବା ବେଳେ ଏହା ମାତ୍ର ୩୦ ମିନିଟରେ ଶେଷ ହୋଇ ପାରୁଥିବାରୁ ଏହା ରୋଗୀ ଚିହ୍ନଟରେ ବେଶ୍‌ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି । ସୂଚନା ମୁତାବକ, ସ୍ୱର ତରଙ୍ଗକୁ ଏହି ଟେଷ୍ଟର ମୁଖ୍ୟ ଉପାଦାନ ଭାବେ ଗ୍ରହଣ କରାଯିବ । ଜଣେ କୋରୋନା ସଂକ୍ରମିତ ହେଲେ ଫୁସଫୁସର ମାଂସପେଶୀ ପ୍ରଭାବିତ ହୋଇଥାଏ । ଫଳରେ ବ୍ୟକ୍ତିର ସ୍ୱର ବଦଳି ଯାଇଥାଏ । ଏଣୁ ଉକ୍ତ ପରିବର୍ତ୍ତିତ ସ୍ୱରରେ ହିଁ ଜଣେ କୋରୋନା ସଂକ୍ରମିତ ହୋଇଛନ୍ତି କି ନାହିଁ ତାହା ଚିହ୍ନଟ କରାଯିବ ବୋଲି ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.