ETV Bharat / bharat

ବିଦେଶ ଫେରନ୍ତାଙ୍କ ପାଇଁ 3,343 ରୁମ୍ ବ୍ୟବସ୍ଥା କଲା ବିଏମସି

ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) କହିଛି ଯେ ଆଗାମୀ ଦିନରେ ବିଭିନ୍ନ ଦେଶରୁ ଫେରୁଥିବା ଲୋକଙ୍କୁ କ୍ବାରେଣ୍ଟିନରେ ରଖିବା ପାଇଁ 88ଟି ହୋଟେଲରେ 3343 ରୁମର ବ୍ୟବସ୍ଥା କରାଯାଇଛି।

hotel
ବିଦେଶ ଫେରନ୍ତା ଲୋକଙ୍କ ପାଇଁ 3343 ରୁମ୍ ବ୍ୟବସ୍ଥା କଲା ବିଏମସି
author img

By

Published : May 8, 2020, 12:20 PM IST

ମୁମ୍ବାଇ: ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) କହିଛି ଯେ ଆଗାମୀ ଦିନରେ ବିଭିନ୍ନ ଦେଶରୁ ଫେରୁଥିବା ଲୋକଙ୍କୁ କ୍ବାରେଣ୍ଟିନରେ ରଖିବା ପାଇଁ 88ଟି ହୋଟେଲରେ 3,343 ରୁମର ବ୍ୟବସ୍ଥା କରାଯାଇଛି।

ବନ୍ଦେ ଭାରତ ମିଶନ ଅଧୀନରେ ଥିବା 64ଟି ଉଦ୍ଧାରକାରୀ ବିମାନ ମଧ୍ୟରୁ 7ଟି ବିମାନ 1900 ଯାତ୍ରୀଙ୍କୁ ନେଇ ମୁମ୍ବାଇରେ ଅବତରଣ କରିବ । ଏହି 88 ହୋଟେଲଗୁଡିକ 2/3/4/5 ତାରକା ହୋଟେଲ ସହିତ ବିଭିନ୍ନ ବର୍ଗର । ବିଏମସି ଏକ ବିବୃତ୍ତିରେ କହିଛି ଯେ, କିଛି ଆପାର୍ଟମେଣ୍ଟ ହୋଟେଲ ଏବଂ ଓୟୋ ହୋଟେଲ ମଧ୍ୟ ଏହି 88 ହୋଟେଲ ତାଲିକାରେ ଅଛି।

ତେବେ ଗତ ଗୁରୁବାର 64ଟି ସ୍ୱତନ୍ତ୍ର ବିମାନ ଯୋଗେ 14800 ଲୋକ ଭାରତ ଫେରିଛନ୍ତି । ସେଥିମଧ୍ୟରୁ 7ଟି ବିମାନ 1900 ଯାତ୍ରୀଙ୍କୁ ନେଇ ମୁମ୍ବାଇ ଫେରିବ ବୋଲି ବିବୃତ୍ତିରେ କୁହାଯାଇଛି । ତେବେ ଏହି ଯାତ୍ରୀମାନେ ବାଂଲାଦେଶ, ଫିଲିପାଇନ୍ସ, ସିଙ୍ଗାପୁର, ବ୍ରିଟେନ, ମାଲେସିଆ ଏବଂ ଆମେରିକାରୁ ଆସିବେ। ତେବେ କୋରୋନା ଦ୍ବାରା ଲକଡାଉନ ମଧ୍ୟରେ ବିଦେଶରେ ଫସି ରହିଥିବା ପ୍ରାୟ 15000 ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଏୟାର ଇଣ୍ଡିଆ ମେ 7 ରୁ ମେ 13 ପର୍ଯ୍ୟନ୍ତ 64 ବିମାନ ଚଳାଚଳ କରିବ। ମେ 7ରୁ ୟୁଏଇ, ସାଉଦି ଆରବ, କୁଏତ, କତାର, ବହାରେନ, ମାଳଦ୍ୱୀପ, ସିଙ୍ଗାପୁର ଏବଂ ଆମେରିକା ସମେତ 12 ଟି ଦେଶ ପାଇଁ 64 ବିମାନ ଉଡ଼ାଣ ଆରମ୍ଭ କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.