ମୁମ୍ବାଇ: ମୁମ୍ବାଇରେ ବର୍ତ୍ତମାନ ଚଳନ୍ତା ବସରେ ହେବ କୋରୋନା ଟେଷ୍ଟ । ବିଏମସି ପକ୍ଷରୁ ଏପରି ଏକ ବସର ବ୍ୟବସ୍ଥା କରାଯାଇଛି ଯେଉଁଥିଲେ ଯେ କେହି ବି ପରୀକ୍ଷା କରିପାରବେ । ଏଥିରେ ପୁରା ଲ୍ୟାବ ତିଆରି କରାଯାଇଛି । ଶୁକ୍ରବାର ମହାରାଷ୍ଟ୍ରରେ 1008 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ମହାରାଷ୍ଟ୍ରରେ କୋରୋନା ସଂକ୍ରମିତ ସଂଖ୍ୟା 11,506 ଛୁଇଁଛି ।
ବିଏମସିର ଏହି ଖାସ ବସ କୋରୋନା ସରଞ୍ଜାମ ରହିଛି । ଏହି ବସର ନାମ କୋରୋନା ଟେଷ୍ଟ ଅନ ହ୍ବିଲ ରହିଛି । ଏହି ବସଟି ଅରେଞ୍ଜ ଏବଂ ରେଡ ଜୋନକୁ ଯାଇପାରିବ । ବ୍ରିହନ ମୁମ୍ବାଇ ମ୍ୟୁନିସିପାଲଟି କର୍ପୋରେସନ ଏଭଳି ଆହୁରି ବସ ବନେଇବ । ଏହି ବସଟି ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ ଏବଂ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କ ଉପସ୍ଥିତିରେ ଏହି ବସର ଶୁଭ ଉଦଘାଟନ କରିଥିଲେ ।