ETV Bharat / bharat

171 ଦିନ ପରେ ଆଜି ବ୍ଲୁ ଓ ପିଙ୍କ୍‌ ଲାଇନରେ ଗଡିବ ଦିଲ୍ଲୀ ମେଟ୍ରୋ

author img

By

Published : Sep 9, 2020, 9:00 AM IST

ସୋମବାର ଠାରୁ ଦେଶର ବିଭିନ୍ନ ସହରରେ ମେଟ୍ରୋ ସେବା ଆରମ୍ଭ ହୋଇଛି । କୋରୋନା ସମୟରେ ମେଟ୍ରୋ ସେବା ପୁନଃ ଯୋଗାଇ ଦିଆଯାଇଥିବା ବେଳେ ବିଶେଷ ଧ୍ୟାନ ଅବଲମ୍ବନ କରାଯାଉଛି । ଅଧିକ ପଢନ୍ତୁ...

171 ଦିନ ପରେ ଆଜି ବ୍ଲୁ ଓ ପିଙ୍କ୍‌ ଲାଇନରେ ଗଡିବ ଦିଲ୍ଲୀ ମେଟ୍ରୋ
171 ଦିନ ପରେ ଆଜି ବ୍ଲୁ ଓ ପିଙ୍କ୍‌ ଲାଇନରେ ଗଡିବ ଦିଲ୍ଲୀ ମେଟ୍ରୋ

ନୂଆଦିଲ୍ଲୀ: ମୁମ୍ବାଇକୁ ଛାଡି ଦେଶର ସମସ୍ତ ବଡ ବଡ ସହରରେ ମେଟ୍ରୋ ସେବା ଆରମ୍ଭ ହୋଇଛି । ତେବେ ସୋମବାର ଦିନ ସଫଳ ଯାତ୍ରା ପରେ ବୁଧବାର ଦିଲ୍ଲୀ ମେଟ୍ରୋ ଏହାର ଆଉ ଦୁଇ ଲାଇନକୁ ମେଟ୍ରୋ ସେବାରେ ଯୋଡିଛି । ପ୍ରଥମେ ୟେଲୋ ଲାଇନ ମେଟ୍ରୋ ଚାଲୁଥିବାବେଳେ ଆଜିଠୁ ବ୍ଲୁ ଓ ପିଙ୍କ ଲାଇନକୁ ମେଟ୍ରୋ ସେବା ସହ ଯୋଡିଛି ଦିଲ୍ଲୀ ମେଟ୍ରୋ ।

ଲକଡାଉନର 171 ଦିନ ପରେ ବ୍ଲୁ ଲାଇନ ଆଜି ଠାରୁ ଚଳାଚଳା କରିବ ମେଟ୍ରୋ । ଦ୍ବାରକା ସେକ୍ଟର -21ରୁ ଇଲେକ୍ଟ୍ରୋନିକ ସିଟି(ନୋଏଡା) ଓ ବୈଶାଲୀ ପର୍ଯ୍ୟନ୍ତ ଗଡିବ । ସେହିଭଳି ପିଙ୍କ ଲାଇନରେ ମଜଲିସ ପାର୍କ ଏବଂ ଶିବ ବିହାର ମଧ୍ୟରେ ଚାଲିବ । ଏହି ସେବାଗୁଡିକ ଉଭୟ ଲାଇନରେ ସକାଳ 7 ରୁ 11 ଟା ପର୍ଯ୍ୟନ୍ତ ଏବଂ 4 ଟା ରୁ ରାତି 8 ପର୍ଯ୍ୟନ୍ତ ଉପଲବ୍ଧ ହେବ ।

ଏହି ଦୁଇଟି ଲାଇନର ପୁନଃ ଖୋଲିବା ଦ୍ବାରା 28 ଇଣ୍ଟରଚେଞ୍ଜ ମେଟ୍ରୋ ଷ୍ଟେସନ ମଧ୍ୟରୁ 9ଟି ଷ୍ଟେସନ ଦେଇ ଗତି କରିବ । ରଜୌରୀ ଗାର୍ଡେନ, ଆଇଏନ୍ଏ ଦିଲ୍ଲୀ ହାଟ, ମୟୂର ବିହାର ଫେଜ - I, କର୍କାର୍ଡୋମା, ରାଜୀବ ଚକ୍, ଯମୁନା ବ୍ୟାଙ୍କ, ଆନନ୍ଦ ବିହାର ISBT, ଆଜାଦପୁର ଏବଂ ସିକନ୍ଦରପୁର ।

ଏଗୁଡିକ ବ୍ୟତୀତ, ଆହୁରି ତିନୋଟି ରୁଟ - ରେଡ୍ ଲାଇନ୍, ଗ୍ରୀନ୍ ଲାଇନ୍ ଏବଂ ଭାଓଲେଟ ଲାଇନ୍ ମଧ୍ୟ ଗୁରୁବାର ସେବା ଆରମ୍ଭ କରିବ । ବଳକା ସେପ୍ଟେମ୍ବର 11 ଏବଂ 12 ରେ ଗ୍ରେଡ୍ ପୁନଃ ଯୋଜନାର ଷ୍ଟେଜ୍ -2 ଏବଂ ଷ୍ଟେଜ୍ -3 ଅଧୀନରେ ପୁନଃ ଖୋଲାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.